Get Updates
Get notified of breaking news, exclusive insights, and must-see stories!

ଟସ ହାରିଲେ ରୋହିତ ଶର୍ମା, ପ୍ରଥମେ ବ୍ୟାଟିଂ କରିବ ଭାରତ ଜିତି ହଂକଂର ବୋଲିଂ ନିଷ୍ପତ୍ତି

ଏସିଆ କପ 2022ର ଦ୍ୱିତୀୟ ମ୍ୟାଚରେ ଭାରତ ଆଜି ହଂକଂକୁ ଭେଟୁଛି । ହଂକଂ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସନ୍ଧ୍ୟା 7:30 ରେ ମ୍ୟାଚ୍ ଆରମ୍ଭ ହେବ ।

ଦୁବାଇ: ଏସିଆ କପ 2022ର ଦ୍ୱିତୀୟ ମ୍ୟାଚରେ ଭାରତ ଆଜି ହଂକଂକୁ ଭେଟୁଛି । ହଂକଂ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସନ୍ଧ୍ୟା 7:30 ରେ ମ୍ୟାଚ୍ ଆରମ୍ଭ ହେବ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ଭାରତ ପାକିସ୍ତାନକୁ 5 ୱିକେଟରେ ପରାସ୍ତ କରି ବିଜୟରୁ ଯାତ୍ରା ଆରମ୍ଭ କରିଥିଲା। ଯଦି ଭାରତ ହଂକଂକୁ ପରାସ୍ତ କରେ, ତେବେ ଏହା ଗ୍ରୁପ୍-ଏ ର ଶୀର୍ଷରେ ପହଞ୍ଚିବ। ଆଜିର ମ୍ୟାଚରେ ଋଷଭ ପନ୍ତଙ୍କୁ ଚୁଡାନ୍ତ ଏକାଦଶରେ ଅନ୍ତର୍ଭୁକ୍ତ କରାଯାଇଛି । ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି।

IND vs HKG
  • ଭାରତୀୟ ଏକାଦଶ: ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଦିନେଶ କାର୍ତ୍ତିକ, ରବିନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ, ଆବେଶ ଖାନ, ୟୁଜବେନ୍ଦ୍ର ଚହଲ ।
  • ହଂକଂ ଏକାଦଶ: ନିଜାକାଟ ଖାନ, ୟାସିମ ମୁର୍ତାଜା, ବାବର ହାୟତ, କିଞ୍ଚିତ ଶାହା, ଆଇଜାଜ ଖାନ, ସ୍କଟ ମ୍ୟାକକେନି, ଜିଶାନ ଅଲି, ହାରୁନ ଅର୍ଶଦ, ଏହସାନ ଖାନ, ଆୟୁଷ ଶୁକ୍ଲା, ମହମ୍ମଦ ଗଜାନଫର ।

ଦୁବାଇର ଆନ୍ତର୍ଜାତୀୟ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଉଛି । ଯେଉଁଠାରେ ଦିନର ତାପମାତ୍ରା ବହୁତ ଅଧିକ । କିନ୍ତୁ ସନ୍ଧ୍ୟାରେ ମ୍ୟାଚ୍ ସମୟରେ ତାପମାତ୍ରା ପ୍ରାୟ 30 ଡିଗ୍ରୀ ସେଲସିୟସ୍ ରହିବ । ଦୁବାଇରେ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ ଏବଂ ଏହି ମ୍ୟାଚ୍ ସ୍ୱଚ୍ଛ ଆକାଶ ତଳେ ଅନୁଷ୍ଠିତ ହେବ । ପବନର ବେଗ ଘଣ୍ଟା ପ୍ରତି 19 କିଲୋମିଟର ହେବ ଏବଂ ଆର୍ଦ୍ରତା 37 ପ୍ରତିଶତ ହେବ ବୋଲି ଆଶା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+