ମୁଁ ଏମିତି ଦଳର ଅଧିନାୟକ, ଯାହାକୁ ସମସ୍ତେ ପରାସ୍ତ କରିବାକୁ ଚାହାଁନ୍ତି: କୋହଲି
ଚତୁର୍ଥ ଟେଷ୍ଟ ପୂର୍ବରୁ ଲଣ୍ଡନ ତାଜ୍ ହୋଟେଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏମିତି ଜବାବ ରଖିଛନ୍ତି ।
ନୂଆଦିଲ୍ଲୀ: କୋଚ୍ ରବି ଶାସ୍ତ୍ରୀଙ୍କ ସହ ମୋର ସମ୍ପର୍କ ସମ୍ମାନ ଓ ବିଶ୍ୱାସ ଉପରେ ଆଧାରିତ । ଆମେ ଏପରି ଏକ ଦଳ ଗଢିଛୁ, ଯାହାକୁ ସବୁ ଟିମ୍ ହରାଇବାକୁ ଚାହାଁନ୍ତି । ଚତୁର୍ଥ ଟେଷ୍ଟ ପୂର୍ବରୁ ଲଣ୍ଡନ ତାଜ୍ ହୋଟେଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏମିତି ଜବାବ ରଖିଛନ୍ତି ।

କୋହଲି ତାଙ୍କ ଦଳ ପାଇଁ ଗର୍ବିତ
ବୁଧବାର ଦିନ ଭାରତ ଅଧିନାୟକ ବିରାଟ କୋହଲି ଟିମ୍ ଇଣ୍ଡିଆ ସହ ତାଙ୍କ ତଥା କୋଚ୍ ରବି ଶାସ୍ତ୍ରୀଙ୍କ ସଫଳତା ବିଷୟରେ ଖୋଲି କହିଛନ୍ତି ଯେ, ଆମକୁ ସମସ୍ତେ ପରାସ୍ତ କରିବାକୁ ଚାହୁଁଥିବା ଦଳ ହୋଇଥିବାରୁ ଆମେ ଗର୍ବିତ। ଚଳିତ ବର୍ଷ ଆରମ୍ଭରେ ଅଷ୍ଟ୍ରେଲିଆରେ ଭାରତର ସିରିଜ୍ ବିଜୟ ଏବଂ ଲର୍ଡସରେ ନିକଟରେ ହୋଇଥିବା ଟେଷ୍ଟ ମ୍ୟାଚ୍ ବିଜୟ ସେମାନଙ୍କୁ ପୁନର୍ବାର ଏକ ଭଲ ଦଳ ବର୍ଗରେ ସ୍ଥାନିତ କରିଛି ବୋଲି ସେ କହିଛନ୍ତି ।
ବିରାଟ କହିଛନ୍ତି ଯେ, ପଡିଆ ବାହାରେ ମଧ୍ୟ ଖେଳାଳିଙ୍କ ସହ ଭଲ ସମ୍ପର୍କ ରହିଛି । ଭାରତୀୟ କ୍ରିକେଟକୁ ଆହୁରି ସଫଳତାର ଶିଖରରେ ପହଁଚାଇବା ସମସ୍ତଙ୍କର ଗୋଟିଏ ମାତ୍ର ଲକ୍ଷ୍ୟ । ଖେଳାଳିଙ୍କ ପାଖରେ ପ୍ରତିଭା ରହିଛି । ଏବେ ଟିମ୍ ଇଣ୍ଡିଆ ସେହି ସ୍ଥାନରେ ପହଁଚିଛି ଯେଉଁଠି ସମସ୍ତ ଦଳ ହରାଇବାକୁ ଚାହୁଁଛନ୍ତି । ସବୁ ଦଳ ଯେଉଁ ଦଳକୁ ହରାଇବାକୁ ଚାହାଁନ୍ତି ସେ ସେହି ଦଳରେ ଅଛନ୍ତି । ଏହା ଅତି ଗର୍ବର କଥା ।












Click it and Unblock the Notifications