Ind vs Eng: ଭାଇରାଲ ହେଲା ଚେନ୍ନାଇ ଟେଷ୍ଟରେ କୋହଲିଙ୍କ ବିବାଦୀୟ ଭିଡିଓ
ମ୍ୟାଚ୍ ସମୟରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବିରାଟ ଫିଲ୍ଡ ଅମ୍ପାୟାର ନିତିନ ମେନନଙ୍କ ଉପରେ ରାଗିଥିବାର ନଜର ଆସିଛନ୍ତି।
ଚେନ୍ନାଇ: ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଚାଲିଥିବା 4 ମ୍ୟାଚ୍ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଚେନ୍ନାଇ ଗ୍ରାଉଣ୍ଡରେ ଖେଳାଯାଇଥିଲା । ଯେଉଁଠାରେ ଇଂଲଣ୍ଡ ଦଳ ଭାରତୀୟ ଦଳକୁ 227 ରନରେ ପରାସ୍ତ କରି ସିରିଜରେ 1-0 ଅଗ୍ରଣୀ ହାସଲ କରିଥିଲା । ମ୍ୟାଚ୍ ସମୟରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବିରାଟ ଫିଲ୍ଡ ଅମ୍ପାୟାର ନିତିନ ମେନନଙ୍କ ଉପରେ ରାଗିଥିବାର ନଜର ଆସିଛନ୍ତି ।
Credits-@/aumbetiroydo on insta
— Jay (@Aragorn_2_) February 8, 2021
ଏହା ପରେ ବିରାଟ କୋହଲିଙ୍କ ଆକ୍ରମଣାତ୍ମକ ଆଚରଣକୁ ନେଇ ପୁଣିଥରେ ଆଲୋଚନା ଆରମ୍ଭ ହୋଇଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓ ପ୍ରଥମ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନର, ଯେଉଁଥିରେ ଇଂଲଣ୍ଡ ଦଳ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ବିରାଟ କୋହଲି ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଜୋଫ୍ରା ଆର୍ଚରଙ୍କ ବିଷୟରେ ଅମ୍ପାୟାର ନିତିନ ମେନନଙ୍କ ନିକଟରେ ଅଭିଯୋଗ କରୁଥିବା ଦେଖିବାକୁ ମିଳିଛି ।

ଭିଡିଓରେ ବିରାଟ କୋହଲି ଜୋଫ୍ରା ଆର୍ଚର ରନ୍ ନେବା ପରେ ଚିତ୍କାର କରୁଥିବା ଦେଖାଯାଉଛି । ବିରାଟ ରାଗରେ କହିଛନ୍ତି, ଓଏ.. ମେନନ୍, ପିଚ ମଝିରେ ରନ ପାଇଁ କାହିଁକି ଦୌଉଡୁଛ । ଉଲ୍ଲେଖନୀୟ କଥା ହେଉଛି, ଏହି ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି।












Click it and Unblock the Notifications