IND vs ENG: ଚତୁର୍ଥ ଟେଷ୍ଟ ପାଇଁ ମାଞ୍ଚେଷ୍ଟର ପହଞ୍ଚିଲା ଟିମ୍ ଇଣ୍ଡିଆ
ଭାରତ-ଇଂଲଣ୍ଡ ମଧ୍ୟରେ ଜୁଲାଇ ୨୩ରେ ଚତୁର୍ଥ ଟେଷ୍ଟ ଖେଳାଯିବ । ମାଞ୍ଚେଷ୍ଟରର ଓଲ୍ଡ ଟେଫର୍ଡରେ ଖେଳାଯିବ ମ୍ୟାଚ । ଏଥିପାଇଁ ଟିମ୍ ଇଣ୍ଡିଆ ଟ୍ରେନ ଯୋଗେ ମାଞ୍ଚେଷ୍ଟରରେ ପହଞ୍ଚିଛି ।

ବିସିସିଆଇ ଟିମ୍ ଇଣ୍ଡିଆ ମାଞ୍ଚେଷ୍ଟରରେ ପହଞ୍ଚିବା ଫଟୋ X ରେ ସେୟାର କରିଛି । ଏଥିରେ ଶୁବମନ ଗିଲ, ଯଶସ୍ବୀ ଜୟସୱାଲ, କେଏଲ ରାହୁଲ, ରିଷଭ ପନ୍ତ, ଜସପ୍ରୀତ ବୁମରା ଏବଂ ଅର୍ଶଦୀପ ସିଂ ନଜର ଆସିଛନ୍ତି । ଫଟୋରେ ସମସ୍ତ ଖେଳାଳି ଷ୍ଟେସନରୁ ବାହାରି ବସରେ ବସୁଛନ୍ତି ।
ଲର୍ଡସରେ ହାରିବା ପରେ ଟିମ୍ ଇଣ୍ଡିଆ ଲଣ୍ଡନରେ ରହିଥିଲା । ବେକେନହାମରେ ଏକ ଟ୍ରେନଂ ସେସନ ମଧ୍ୟ ରଖାଯାଇଥିଲା । ଏଥିରେ କେଏଲ ରାହୁଲଙ୍କୁ ଛାଡି ଅନ୍ୟ ସମସ୍ତ ଖେଳାଳି ରହିଥିଲେ । ମାଞ୍ଚେଷ୍ଟର ପହଞ୍ଚିବା ପରେ ଟିମ୍ ଇଣ୍ଡିଆ ଏବେ ଅଭ୍ୟାସ ଆରମ୍ଭ କରିଛି ।
ପ୍ରଥମ ସେସନ ଇନଡୋରରେ ହେବା ସହିତ ୨୧ ଏବଂ ୨୨ରେ ହେବାକୁ ଥିବା ଅଭ୍ୟାସ ସେସନ କଭର କରିବାକୁ ମିଡିଆକୁ ଅନୁମତି ମିଳିଛି ।
।ତେବେ ଅଭ୍ୟାସ ମ୍ୟାଚରେ ଅର୍ଶଦୀପ ସିଂହ ଆହତ ହୋଇଛନ୍ତି । ତାଙ୍କ ବାମ ହାତରେ ଆଘାତ ଲାଗିଛି । ତେଣୁ ସେ ଚତୁର୍ଥ ଟେଷ୍ଟ ନ ଖେଳିପାରନ୍ତି । ତେଣୁ ଚୟନ କମିଟି ଭାରତୀୟ ସ୍କ୍ବାର୍ଡରେ ଅଂଶୁଲ କମ୍ବୋଜଙ୍କୁ କଭର ପାଇଁ ସାମିଲ କରାଯାଇଛି । ଅର୍ଶଦୀପ ସିଂ ଆହତ ସମସ୍ୟା ଦେଇ ଚତୁର୍ଥ ଟେଷ୍ଟରୁ ବାଦ୍ ପଡିପାରନ୍ତି ।
୨୪ ବର୍ଷୀୟ ଅଂଶୁଲ ଗତ ମାସରୁ ଭାରତ ଏ ଟିମର ଅଂଶ ରହିଥିଲେ । ସେଠାରେ ଦୁଇଟି ୩ ଦିବସୀୟ ମ୍ୟାଚ ଖେଳିଥିଲେ । ସେ ଦୁଇଟି ମ୍ୟାଚରେ ୫ଟି ୱିକେଟ ନେଇଛନ୍ତି । ଅଂଶୁଲ ପ୍ରଥମ ଶ୍ରେଣୀ କ୍ରିକେଟରେ ୨୪ଟି ମ୍ୟାଚ ଖେଳି ୭୯ ୱିକେଟ ନେଇଛନ୍ତି ।












Click it and Unblock the Notifications