୩୬୪ ରନରେ ଅଲଆଉଟ୍ ହେଲା ଟିମ୍ ଇଣ୍ଡିଆ

ଗୁରୁବାର ୨୭୬/୩ ସ୍କୋର ଅସମାପ୍ତ ଖେଳ ଆରମ୍ଭ କରି ଶୁକ୍ରବାର ୩୬୪ ରନରେ ଅଲଆଉଟ ହୋଇଛି ଭାରତୀୟ ଦଳ । ଭାରତୀୟ ଦଳର ପ୍ରଥମ ଇଂନିସ ଜବାବରେ ଘରୋଇ ଇଂଲଣ୍ଡ ଦଳ ବ୍ୟାଟିଂ ଜାରି ରହିଛି ।

ଲର୍ଡ୍ସ: ଗୁରୁବାର ୨୭୬/୩ ସ୍କୋର ଅସମାପ୍ତ ଖେଳ ଆରମ୍ଭ କରି ଶୁକ୍ରବାର ୩୬୪ ରନରେ ଅଲଆଉଟ ହୋଇଛି ଭାରତୀୟ ଦଳ । ଭାରତୀୟ ଦଳର ପ୍ରଥମ ଇଂନିସ ଜବାବରେ ଘରୋଇ ଇଂଲଣ୍ଡ ଦଳ ବ୍ୟାଟିଂ ଜାରି ରହିଛି । ଭାରତର ଶେଷ ୱିକେଟ୍ ଭାବେ ରବୀନ୍ଦ୍ର ଜାଡେଜା ୪୦ ରନ୍ କରି ଆଉଟ୍ ହୋଇଛନ୍ତି। ପୁଣିଥରେ ମିଡଲ୍ ଅର୍ଡରରେ ବ୍ୟାଟିଂ ବିଫଳତା ଯୋଗୁ ଭାରତ ବଡ଼ ସ୍କୋର କରିବାରୁ ବଞ୍ଚିତ ହୋଇଛି।

IND vs ENG

ଭ୍ରମଣକାରୀ ଭାରତୀୟ ଦଳ ପାଇଁ କେଏଲ ରାହୁଲ୍ ସର୍ବାଧିକ ୧୨୯ ରନ୍ ସ୍କୋର କରିଥିବା ବେଳେ ରୋହିତ୍ ଶର୍ମା ୮୩ ରନ୍‌ର ଇନିଂସ୍ ଖେଳିଛନ୍ତି। ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ୍ ସର୍ବାଧିକ ୫ଟି ୱିକେଟ୍ ନେଇଛନ୍ତି।

ତେବେ ଦ୍ୱିତୀୟ ଦିବସ ଆରମ୍ଭରୁ ଭାରତକୁ ଡବଲ୍ ଝଟକା ଲାଗିଥିଲା। ଶତକ ମାରିଥିବା ରାହୁଲ୍ ଦିବସର ଦ୍ୱିତୀୟ ବଲରେ ପାଭିଲିଅନ୍ ଫେରିଥିଲେ। ତାଙ୍କୁ ଓଲି ରବିନସନ୍ ଆଉଟ୍ କରି ଇଂଲଣ୍ଡକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରାଇଥିଲେ। ରାହୁଲ୍ ନିଜର ଶତକୀୟ ଇନିଂସରେ ୨୫୦ ବଲର ସାମ୍ନା କରି ୧୨ ଚୌକା ଓ ୧ ଛକା ମାରିଥିଲେ। ପରବର୍ତ୍ତୀ ଓଭରର ପ୍ରଥମ ବଲରେ ଇଂଲଣ୍ଡର ଭେଟେରାନ୍ ପେସର୍ ଆଣ୍ଡରସନ୍ ଖରାପ ଫର୍ମରେ ଥିବା ଅଜିଙ୍କ୍ୟ ରାହାଣେ (୧)ଙ୍କୁ ଆଉଟ୍ କରିଥିଲେ। ରାହାଣେ ବାହାରେ ଯାଉଥିବା ବଲକୁ ଖେଳିବାକୁ ଯାଇ ପ୍ରଥମ ସ୍ଲିପରେ ଜୋ ରୁଟଙ୍କୁ କ୍ୟାଚ୍ ଦେଇ ବସିଥିଲେ।

ଏହା ପରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଓ ଜାଡେଜା ଭଲ ଭାଗିଦାରୀ କରି ଭାରତର ସ୍କୋରକୁ ୩୦୦ ଅତିକ୍ରମ କରାଇଥିଲେ। ପନ୍ତ ଆକ୍ରମଣାତ୍ମକ ଢଙ୍ଗରେ ବ୍ୟାଟିଂ କରିଥିଲେ ହେଁ ବଡ଼ ସ୍କୋର କରିବାରୁ ବଞ୍ଚିତ ହୋଇଥିଲେ। ପନ୍ତ ୩୭ ରନ୍ କରି (୫୮ ବଲ୍, ୫ ଚୌକା) ମାର୍କ ଉଡଙ୍କ ଶିକାର ହୋଇଥିଲେ। ଜାଡେଜା ଧୈର୍ଯ୍ୟର ସହ ବ୍ୟାଟିଂ କରି ଭାରତକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଥିଲେ।

ଶେଷକ୍ରମରେ ମହମ୍ମଦ ଶାମି ଓ ଯଶପ୍ରୀତ ବୁମ୍ରା ଖାତା ଖୋଲିପାରି ନଥିବା ବେଳେ ଈଶାନ୍ତ ଶର୍ମା ୮ ରନ୍ କରି ଆଉଟ୍ ହୋଇଥିଲେ। ଇଂଲଣ୍ଡ ପକ୍ଷରୁ ଓଲି ରବିନସନ୍ ଓ ମାର୍କ ଉଡ୍ ୨ଟି ଲେଖାଏ ଏବଂ ମୋଇନ୍ ଅଲୀ ଗୋଟିଏ ୱିକେଟ୍ ହାସଲ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+