ENG Vs IND: ସେମିଫାଇନାଲରେ ବଡ଼ ପରିବର୍ତ୍ତନ କରିବ ଟିମ୍ ଇଣ୍ଡିଆ ! କ'ଣ ରହିବ ପ୍ରତିପକ୍ଷର ରଣନୀତି

IND vs ENG Semi Final: ଟି୨୦ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ଆଜି ଖେଳାଯିବ ଦ୍ୱିତୀୟ ସେମି ଫାଇନାଲ୍ । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲଟେଜ୍ ମ୍ୟାଚକୁ ନେଇ କ୍ରୀଡ଼ା ପ୍ରେମୀ ବେଶ୍ ଉତ୍ସାହିତ ଅଛନ୍ତି । ସବୁଠାରୁ ବଡ କଥା ହେଉଛି ପ୍ରଥମ ସେମିଫାଇନାଲ ପରି, ଆଜିର ମ୍ୟାଚ୍ ପାଇଁ କୌଣସି ରିଜର୍ଭ ଡେ ନାହିଁ ।

ଭାରତ ଏବଂ ଇଂଲଣ୍ଡର ଦ୍ୱିତୀୟ ସେମିଫାଇନାଲ ରାତି 8 ଟାରୁ ଖେଳାଯିବ । ତେବେ ହାଇ-ଭୋଲଟେଜ୍ ମ୍ୟାଚ୍ ପୂର୍ବରୁ, ଆସନ୍ତୁ ଉଭୟ ଦଳର ରଣନୀତି ଏବଂ ସମ୍ଭାବ୍ୟ ଏକାଦଶ ଉପରେ ନଜର ପକାଇବା ।
ସବୁଠୁ ବଡ ପ୍ରଶ୍ନ ହେଉଛି, ପ୍ରୋଭିଡେନ୍ସ ଷ୍ଟାଡିୟମର ପିଚ୍ ଆଜି କାହାକୁ ସାଥ୍ ଦେବ ? ପୁରୁଣା ରେକର୍ଡ ଦେଖିଲେ ପାୱାରପ୍ଲେରେ ସର୍ବାଧିକ ରନ୍ ରେଟ୍ ୬.୪ ରହିଛି । ମିଡିଲ୍ ଓଭରରେ ଏହା ୫.୫ କୁ ଖସିଯାଏ ଏବଂ ଶେଷ ବେଳକୁ ଏହା ୭.୬ ରେ ପହଞ୍ଚିଥାଏ । ବିଶ୍ୱକପ୍ ମ୍ୟାଚ୍ ରେ ବାଉଣ୍ଡ୍ରି ପ୍ରତିଶତ ପ୍ରାୟ ୫୦ ପ୍ରତିଶତ ରହିଛି । ମୋଟାମୋଟି ଭାବେ କହିବାକୁ ଗଲେ ଏହି ପିଚ୍ ବ୍ୟାଟ୍ସମ୍ୟାନଙ୍କ ଅପେକ୍ଷା ବୋଲରଙ୍କ ସପକ୍ଷରେ ଯାଇପାରେ ।

Ind Vs Eng Semi Final

ଭାରତ ହାତରେ ପ୍ରତିଶୋଧ ନେବା ସୁଯୋଗ
୨୦୨୨ ସଂସ୍କରଣର ସେମିଫାଇନାଲରେ ମଧ୍ୟ ଭାରତ ଏବଂ ଇଂଲଣ୍ଡ ମୁହାଁମୁହିଁ ହୋଇଥିଲେ । ଭାରତକୁ ଇଂଲଣ୍ଡ ୧୦ ୱିକେଟରେ ପରାସ୍ତ କରିଥିଲା । କିନ୍ତୁ ଚଳିତ ସଂସ୍କରଣରେ ବାଜି ପଲଟିଯାଇଛି । ଭାରତୀୟ ଦଳ ବେଶ୍ ଭଲ ଫର୍ମରେ ଥିବା ସହ ଚମତ୍କାର ପ୍ରଦର୍ଶନ କରିଆସିଛି ।

ଭାରତୀୟ ଦଳରେ ପରିବର୍ତ୍ତନ !
ଭାରତ ଭଲ ପ୍ରଦର୍ଶ କରିବା ଆଶା କରାଯାଉଛି, କିନ୍ତୁ ଟିମ୍ ମ୍ୟାନେଜମେଣ୍ଟ କାହିଁକି ଚାରିଜଣ ସ୍ପିନରଙ୍କୁ ଦଳରେ ରଖିଛନ୍ତି ସେନେଇ ରୋହିତ ଶର୍ମାଙ୍କ ପୂର୍ବ ମନ୍ତବ୍ୟ ଉପରେ କିଛି କଳ୍ପନାଜଳ୍ପନା ଜାରି ରହିଛି । ଦଳରେ ସ୍ପିନର ଚହଲଙ୍କୁ ସାମିଲ କରିବାକୁ ସେମାନେ ବିଚାର କରିବେ କି ନାହିଁ ତାହା ଉପରେ ରହିଛି ନଜର । ଯଦି ସେପରି ହୁଏ, ତେବେ କିଏ ଦଳରୁ ବାଦ୍ ପଡ଼ିବ ? ଓପନିଂ ସମାନ ରହିବାର ସମ୍ଭାବନା ଅଛି ।

ଣ ରହିବ ଇଂଲଣ୍ଡର ରଣନୀତି
ଅଧିନାୟକ ବଟଲରଙ୍କ ଆଗରେ ସବୁଠୁ ବଡ ଦ୍ୱନ୍ଦ ହେଉଛି ହ୍ୟାଟ୍ରିକ୍ ନେଇଥିବା କ୍ରିସ୍ ଜୋର୍ଡାନଙ୍କୁ ଦଳରେ ରଖିବା କିମ୍ବା ମାର୍କ ଉଡ୍ ଙ୍କୁ ଦଳରେ ରଖିବା । ଉଡ୍ ଙ୍କ ପ୍ରଦର୍ଶନ ଏକ ଭଲ ବିକଳ୍ପ ହେବ, କିନ୍ତୁ ଇଂଲଣ୍ଡ ପରିଚାଳନା ଜୋର୍ଡାନ ସହିତ ରହିବ ବୋଲି ଆଶା କରାଯାଉଛି ।

ଭାରତର ସମ୍ଭାବ୍ୟ ଏକାଦଶ:
ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଋଷଭ ପନ୍ତ (ୱିକେଟ୍ କିପର୍), ସୂର୍ଯ୍ୟକୁମାର ଯାଦବ, ଶିବମ୍ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଜସପ୍ରୀତ ବୁମରା, ଅର୍ଶଦୀପ ସିଂହ, କୁଲଦୀପ ଯାଦବ
ଇଂଲଣ୍ଡର ସମ୍ଭାବ୍ୟ ଏକାଦଶ:
ଫିଲ୍ ସଲ୍ଟ, ଜୋସ୍ ବଟଲର୍ (ଅଧିନାୟକ ତଥା ୱିକେଟ୍ କିପର), ଜନି ବେୟାରଷ୍ଟୋ, ହ୍ୟାରି ବ୍ରୁକ୍, ମୋଇନ୍ ଅଲି, ଲିଆମ୍ ଲିଭିଙ୍ଗଷ୍ଟୋନ୍, ସାମ୍ କରନ୍, କ୍ରିସ୍ ଜୋର୍ଡାନ୍, ଜୋଫ୍ରା ଆର୍ଚର, ରିସ୍ ଟୋପଲି, ଆଦିଲ୍ ରସିଦ୍

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+