ଇଂଲଣ୍ଡ ଟେଷ୍ଟରୁ ରୋହିତ ଆଉଟ, ବୁମରା ନୂଆ କ୍ୟାପ୍ଟେନ

ଜୁଲାଇ ୧ରୁ ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଶେଷ ଟେଷ୍ଟ ମ୍ୟାଚ ପାଇଁ ଦଳରୁ ବାଦ୍ ପଡିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ତାଙ୍କ ବଦଳରେ ଟେଷ୍ଟ ଟିମ୍‌ର ନୂଆ କ୍ୟାପ୍‌ଟେନ୍‌ ହୋଇଛନ୍ତି ଦ୍ରୁତ ବୋଲର ଯସପ୍ରୀତ ବୁମରା ।

ଲଣ୍ଡନ: ଇଂଲଣ୍ଡ ଟେଷ୍ଟ ପୂର୍ବରୁ ଭାରତୀୟ ଟିମକୁ ଲାଗିଛି ବଡ ଝଟ୍‌କା। ଜୁଲାଇ ୧ରୁ ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଶେଷ ଟେଷ୍ଟ ମ୍ୟାଚ ପାଇଁ ଦଳରୁ ବାଦ୍ ପଡିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ତାଙ୍କ ବଦଳରେ ଟେଷ୍ଟ ଟିମ୍‌ର ନୂଆ କ୍ୟାପ୍‌ଟେନ୍‌ ହୋଇଛନ୍ତି ଦ୍ରୁତ ବୋଲର ଯସପ୍ରୀତ ବୁମରା । ପ୍ରଥମଥର ପାଇଁ ଭାରତ ବୁମରାଙ୍କ ନେତୃତ୍ୱରେ ମ୍ୟାଚ୍‌ ଖେଳିବ ।

IND vs ENG

ରୋହିତ କରୋନାରେ ଆକ୍ରାନ୍ତ ହୋଇଥିବାରୁ ବିସିସିଆଇ ମୟଙ୍କ ଅଗ୍ରୱାଲଙ୍କୁ ମଧ୍ୟ ସ୍କ୍ୱାଡରେ ସାମିଲ କରିଛି । ସେ ସମ୍ଭବତଃ ଶୁବମନ ଗିଲଙ୍କ ସହ ଏଜବାଷ୍ଟନ ଟେଷ୍ଟରେ ଟିମ୍‌ ଇଣ୍ଡିଆ ପାଇଁ ଇନିଂସ ଆରମ୍ଭ କରିବେ।

ଇଂଲଣ୍ଡ ବିପକ୍ଷ ଏହି ଟେଷ୍ଟ ସିରିଜ୍‌ର ୪ଟି ମ୍ୟାଚ୍‌ ଗତବର୍ଷ ଠାରୁ ଖେଳା ଯାଇସାରିଛି। ୫ ଟିକିଆ ସିରିଜ୍‌ କରୋନା ଯୋଗୁ ବନ୍ଦ ରହିଥିଲା। ଏଥିପାଇଁ ଭାରତ ଏବେ ବାକି ରହିଥିବା ଶେଷ ମ୍ୟାଚ୍‌ ଇଂଲଣ୍ଡ ସହ ୧ ତାରିଖରୁ ଖେଳିବ। ବର୍ତ୍ତମାନ ଟିମ ଇଣ୍ଡିଆ ସିରିଜ୍‌ରେ ୨-୧ରେ ଆଗୁଆ ରହିଛି। ଯଦି ଦଳ ଶେଷ ମ୍ୟାଚ୍‌କୁ ଜିତିବ କିମ୍ବା ଡ୍ର କରିବ, ତା'ହେଲେ ଇଂଲଣ୍ଡ ମାଟିରେ ଇତିହାସ ସୃଷ୍ଟି କରିବାରେ ସକ୍ଷମ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+