Get Updates
Get notified of breaking news, exclusive insights, and must-see stories!

IND vs ENG: ଋଷଭ ପନ୍ତ ଦମଦାର ଶତକ ବଳରେ ଡ୍ରାଇଭର ସିଟରେ ଭାରତ

ଆଜି ଦିନର ଷ୍ଟମ୍ପ ଅପସାରାଣ ସୁଦ୍ଧା ଘରୋଇ ଦଳ 7 ୱିକେଟ ବ୍ୟୟରେ 294ରନ କରି 89ରନର ଆଗ୍ରଣୀ ହାସଲ କରିଛି ।

ଅହମଦାବାଦ୍: ଭାରତ ବନାମ ଇଂଲଣ୍ଡ ଚତୁର୍ଥ ଟେଷ୍ଟ ମ୍ୟାଚର 2ୟ ଦିନରେ ଡ୍ରାଇଭର ସିଟରେ ବସିଛି ଘରୋଇ ଦଳ । ଆଜି ଦିନ ଆରମ୍ଭରୁ ଭ୍ରମଣକାରୀ ଇଂଲଣ୍ଡ ଦଳର ଦବାଦବା ଜାରି ରହିଥିଲା । ମାତ୍ର ଯୁବ ୱିକେଟକିପର ବ୍ୟାଟ୍ସ ମ୍ୟାନ ଋଷବ ପନ୍ତଙ୍କ ଶତକ ଭାରତୀୟ ଦଳର ପ୍ରଥମ ପାଳିକୁ ମଜବୁତ କରିଛି । ଆଜି ଦିନର ଷ୍ଟମ୍ପ ଅପସାରାଣ ସୁଦ୍ଧା ଘରୋଇ ଦଳ 7 ୱିକେଟ ବ୍ୟୟରେ 294ରନ କରି 89ରନର ଆଗ୍ରଣୀ ହାସଲ କରିଛି ।

IND vs ENG

121/5 ସ୍କୋରରେ ଭାରତୀୟ ଦଳର ବ୍ୟାଟିଂ ଟଳମଳ ଦେଖାଯାଉଥିଲା । ମଧ୍ୟାହ୍ନ ଭୋଜନ ପରେ ଅର୍ଦ୍ଧଶତକରୁ ବଞ୍ଚିତ ହୋଇ ରୋହିତ ଶର୍ମା ବିଦାୟ ନେଇଥିଲେ । କିନ୍ତୁ ସେତେବେଳେକୁ ଭାରତୀୟ ପାଳି ସମ୍ଭଳିଥିଲେ ଋଷବ ପନ୍ତ । 23 ବର୍ଷ ବର୍ଷିୟ ପନ୍ତ ଇଂଲଣ୍ଡ ବୋଲରଙ୍କୁ ଖୁବ ଧୋଇଥିଲେ । 118 ବଲରୁ 13ଟି ଚୌକା ଓ ଦୁଇଟି ଛକା ସହାୟତାରେ ପନ୍ତ 101ରନର ଶତକୀୟ ପାଳି ଖେଳିଥିଲେ । ତେବେ ଆଜି ଦିନର ଖେଳ ଶେଷ ବେଳକୁ ୱାଶିଂଟନ୍ ସୁନ୍ଦର (60) ଏବଂ ଆକ୍ସର ପଟେଲ (11 ) କ୍ରିଜରେ ଆପରାଜିତ ରହିଛନ୍ତି ।

ଅତିଥି ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ 3ଟି, ବେନ ଷ୍ଟୋକ୍ସ ଓ ଜ୍ୟାକ ଲିଚ୍ ଦୁଇଟି ଲେଖାଏଁ ୱିକେଟ ନେଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+