IND vs ENG: ଟିକେଟ୍ ପାଇଁ କସରତ ! ଚେତା ହରାଇଲେ କ୍ରିକେଟ୍ ପ୍ରେମୀ ! ଭିଡ଼ ଭିତରୁ ବାହାରି ଭୋ ଭୋ କାନ୍ଦ
ଚେତା ହରାଇଲେ କ୍ରିକେଟ୍ ପ୍ରେମୀ । ଭିଡ଼ ଭିତରୁ ବାହାରି ଭୋ ଭୋ କାନ୍ଦି ପକାଇଲେ । କହିଲେ ମୁଁ ମରିଯାଇଥାନ୍ତି । ଏପରି କହିଛନ୍ତି ଜଣେ କ୍ରିକେଟ ପ୍ରେମୀ। ଇଣ୍ତିଆ- ଇଂଲଣ୍ଡ ମ୍ୟାଚର ଟିକେଟ୍ ଲାଗି ଠେଲା ପେଲା ଧସ୍ତାଧସ୍ତି ପରସ୍ଥିତି। ଏପରି ପରିସ୍ଥିତି ଟିକେଟ୍ ନପାଇ କାନ୍ଦିଲେ । ମନ ଦୁଃଖରେ ଫେରିଗଲେ କ୍ରିକେଟ୍ ପ୍ରେମୀ।
ସ୍ଥିତି ଏମିତି ଉପୁଜିଛି ଯେ ଚାଲି ଚାଲି ଟିକେଟ୍ ଆଣିବାକୁ ଯାଇଥିବା ଲୋକ ଧାଡିରେ ଛିଡ଼ା ହୋଇଥିବା ଲୋକଙ୍କ କାନ୍ଧରେ ଚଢି ଆସୁଛନ୍ତି । ଏ ଦୃଶ୍ୟ ହିଁ କହୁଛି ଟିକେଟ୍ ପାଇଁ ବାରବାଟୀରେ କେତେ ଭିଡ଼ । ଟିକେଟ୍ ଧରି ଝାଳନାଳ ହୋଇ ବାହାରକୁ ଆସୁଛନ୍ତି କିଛି ସମୟ ଅଟକି ନିଶ୍ବାସ ନେଇ ପାଣି ପିଇ ଘରକୁ ଯାଉଛନ୍ତି । ଆପଣ ଏହାକୁ କ୍ରୀଡାପ୍ରେମୀଙ୍କ ଉତ୍ସାହ ନା ପାଗଳପଣ କହିବେ ନିଜେ ହିଁ ବିଚାର କରନ୍ତୁ । ତେବେ ଏହା ପୂର୍ବରୁ ଟିକେଟ୍ ଖଣ୍ଡିଏ ପାଇଁ ରାତିଅନିଦ୍ରା ରହି ମହିଳା ଏବଂ ବୃଦ୍ଧା ଧାଡିରେ ଛିଡ଼ା ହୋଇଥିଲେ । କାହା ପାଇଁ ଟିକେଟ୍ କିଣୁଛନ୍ତି ବୋଲି ପଚାରିଲେ ଘର ଲୋକ ଆସି ଖେଳ ଦେଖିବେ ବୋଲି ଉତ୍ତର ଦେଉଥିଲେ । କିନ୍ତୁ ଏହା ପଛରେ ସତ୍ୟତା କେତେ ବୋଧହୁଏ ସମସ୍ତେ ଜାଣିଛନ୍ତି ।

ଭାରତ-ଇଂଲଣ୍ଡ ମ୍ୟାଚ୍ ପାଇଁ ଆଜିଠାରୁ ବିକ୍ରି ହେଉଛି ଅଫଲାଇନ ଟିକେଟ୍ । ଏଥିପାଇଁ ରାତିଠୁ ବାରବାଟୀ ଷ୍ଟାଡିୟମ ନିକଟରେ ଲାଗିଛି ଲମ୍ବା ଲାଇନ। କେମିତି ଟିକେଟ ଗୋଟିଏ ମିଳିବ, ସେଇ ଆଶାରେ କ୍ରିକେଟପ୍ରେମୀ। ଅଫଲାଇନ ଟିକେଟ ବିକ୍ରି ହେଉଥିବା ବେଳେ ୧୨ ଘଣ୍ଟା ପୂର୍ବରୁ ଶହ ଶହ ଲୋକ ଲାଇନରେ ଛିଡା ହୋଇଥିଲେ । ଅନଲାଇନ ଟିକେଟରୁ ବଞ୍ଚିତ କ୍ରିକେଟପ୍ରେମୀ ଅଫଲାଇନରେ ଟିକେଟ କରିବାକୁ ବିଭିନ୍ନ ସ୍ଥାନରୁ ଧାଇଁ ଆସିଛନ୍ତି। ଓଡ଼ିଶା କ୍ରିକେଟ୍ ଆସୋସିଏସ୍ ପକ୍ଷରୁ ପୂର୍ବରୁ ଦିଆଯାଇଥିବା ସୂଚନା ଅନୁସାରେ ସାଧାରଣ ଦର୍ଶକମାନଙ୍କ ପାଇଁ କାଉଣ୍ଟରରେ ପ୍ରାୟ ୧୨ ହଜାର ଟିକେଟ୍ ବିକ୍ରି ହେଉଛି। ସହଜରେ ଟିକେଟ ବିକ୍ରି ପାଇଁ ଏଥର ୪ଟି ଟିକେଟ୍ କାଉଣ୍ଟର କରାଯାଇଛି।












Click it and Unblock the Notifications