IND vs ENG: ଦ୍ୱିତୀୟ ଟେଷ୍ଟ ପାଇଁ ପ୍ଲେଇଂ ଏକାଦଶ ଘୋଷଣା କଲା ଇଂଲଣ୍ଡ, ଟିମରେ କିଏ କିଏ ?
ଫେବୃଆରୀ ୨ ତାରିଖରୁ ବିଶାଖାପାଟନମରେ ଭାରତ ଓ ଇଂଲଣ୍ଡ ଦ୍ଵିତୀୟ ଟେଷ୍ଟ ମ୍ୟାଚ ଖେଳିବେ । ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ପ୍ଲେଇଂ-୧୧ ଘୋଷଣା କରିଛି ।
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଫେବୃଆରୀ ୨ ରୁ ୬ ତାରିଖ ପର୍ଯ୍ୟନ୍ତ ବିଶାଖାପାଟନମ ସ୍ଥିତ ଓ୍ବାଇଏସ ରାଜଶେଖର କ୍ରିକେଟ ଷ୍ଟାଡିୟମରେ ଖେଳାଯିବ । ଏହି ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ଇଂରାଜୀ ଦଳ ୧-୦ରେ ଆଗୁଆ ରହିଛି ।
ଦ୍ୱିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ନିଜ ଦଳରେ ଦୁଇଟି ପରିବର୍ତ୍ତନ କରିଛି। ଅଭିଜ୍ଞ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କ ଦଳରେ ପ୍ରତ୍ୟାବର୍ତ୍ତନ ହୋଇଛି । ସେହିପରି ସ୍ପିନର ଶୋଏବ ବଶିର ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି । ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଦଳ ପ୍ରଥମ ଇନିଂସରେ ୧୯୦ ରନ ପଛରେ ରହିଥିଲେ ହେଁ ୨୮ ରନ୍ରେ ଜିତିଥିଲା।

ସୂଚନାଯୋଗ୍ୟ, ଇଂଲଣ୍ଡର ଷ୍ଟାର ସ୍ପିନର ଜ୍ୟାକ ଲିଚ ଆହତ କାରଣରୁ ଦ୍ୱିତୀୟ ଟେଷ୍ଟରୁ ବାହାରେ ଅଛନ୍ତି । ଏଭଳି ପରିସ୍ଥିତିରେ ଯୁବ ସ୍ପିନର ଶୋଏବ ବଶୀର ତାଙ୍କ ସ୍ଥାନରେ ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି । ଏହା ବ୍ୟତୀତ ସିନିୟର ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନ ମାର୍କ ଉଡ୍ଙ୍କ ସ୍ଥାନରେ ଦଳକୁ ଫେରିଛନ୍ତି । ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଇଂଲଣ୍ଡ ଦଳ ତିନି ଜଣ ସ୍ପିନର ଏବଂ ଜଣେ ଦ୍ରୁତ ବୋଲରଙ୍କ ସହ ପ୍ରବେଶ କରିଛନ୍ତି ।
ଇଂଲଣ୍ଡ ପୁରୁଷ ଏକାଦଶ
ଜାକ କ୍ରଲ୍ଲି, ବେନ୍ ଡକେଟ୍ , ଓଲି ପୋପ୍ , ଜୋ ରୁଟ୍ , ଜନି ବେୟାରଷ୍ଟୋ, ବେନ୍ ଷ୍ଟୋକ୍ସ (ଅଧିନାୟକ), ବେନ୍ ଷ୍ଟୋକସ, ରେହାନ୍ ଅହମ୍ମଦ, ଟମ୍ ହାର୍ଟଲି, ଶୋଏବ ବଶୀର, ଜେମ୍ସ ଆଣ୍ଡରସନ୍












Click it and Unblock the Notifications