IND vs ENG: ପନ୍ତ ନା ଶାହା, ଚେନ୍ନାଇ ଟେଷ୍ଟରେ କିଏ ପାଇବ ସ୍ଥାନ ?
ବିରାଟ ସୂଚନା ଦେଇଛନ୍ତି ଯେ, ସିରିଜର ପ୍ରଥମ ମ୍ୟାଚ୍ରେ ୱିକେଟ୍ କିପର ଋଷଭ ପନ୍ତ ଏବଂ ରିଦ୍ଧିମାନ ଶାହାଙ୍କ ମଧ୍ୟରୁ କାହାକୁ ସ୍ଥାନ ଦିଆଯିବ।
ନୂଆଦିଲ୍ଲୀ: ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଅଧୀନରେ ଖେଳାଯିବାକୁ ଥିବା 4 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଶୁକ୍ରବାର (5 ଫେବୃଆରୀ) ରୁ ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି । ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଅନ୍ତିମ ମ୍ୟାଚ୍ ପାଇଁ ଏହି ସିରିଜ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । କାରଣ ନ୍ୟୁଜିଲାଣ୍ଡର ଦଳ ଫାଇନାଲରେ ପ୍ରବେଶ କରିସାରିଛି । ତେଣୁ ଭାରତକୁ ଫାଇନାଲରେ ପହଞ୍ଚିବା ପାଇଁ ହେଲେ ଏହି ସିରିଜ ଜିତିବା ଆବଶ୍ୟକ ।
ତେବେ ଭାରତୀୟ ଦଳ ଅଷ୍ଟ୍ରେଲିଆ ମାଟିରେ ୨-୧ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବା ବେଳେ ବିପକ୍ଷ ଇଂଲଣ୍ଡ ଦଳ ମଧ୍ୟ ଶ୍ରୀଲଙ୍କାକୁ ୨-୧ରେ ପରାସ୍ତ କରିଛି। ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଏହି ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲି ସାମ୍ବାଦିକ ସମ୍ମିଳନୀରେ ଦଳୀୟ ଏକାଦଶ ବିଷୟରେ କହିଛନ୍ତି । ବିରାଟ ସୂଚନା ଦେଇଛନ୍ତି ଯେ, ସିରିଜର ପ୍ରଥମ ମ୍ୟାଚ୍ରେ ୱିକେଟ୍ କିପର ଋଷଭ ପନ୍ତ ଏବଂ ରିଦ୍ଧିମାନ ଶାହାଙ୍କ ମଧ୍ୟରୁ କାହାକୁ ସ୍ଥାନ ଦିଆଯିବ। ବିରାଟ କୋହଲି କହିଛନ୍ତି, ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଋଷଭ ପନ୍ତଙ୍କୁ ସ୍ଥାନ ପ୍ରଥମ ଟେଷ୍ଟ ପାଇଁ ପକ୍କା ହୋଇସାରିଛି ।

ଉଲ୍ଲେଖଯୋଗ୍ୟ ଯେ, ଅଷ୍ଟ୍ରେଲିଆ ଗସ୍ତରେ ରିଦ୍ଧିମାନ ଶାହା ଓ ଋଷବ ପନ୍ତ ଉଭୟଙ୍କୁ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ସୁଯୋଗ ଦିଆଯାଇଥିଲା । ଯେଉଁଠାରେ ଶାହା ଫ୍ଲପ ହୋଇଥିବାବେଳେ ଋଷଭ ପନ୍ତ ମେଲବୋର୍ଣ୍ଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ କରି 97 ରନ୍ ସଂଗ୍ରହ କରିଥିଲେ। ସିଡନୀ ଡ୍ରରେ ମଧ୍ୟ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏଥି ସହିତ ସେ ଦଳ ଜିତିବା ପାଇଁ ଗାବାରେ ଅପରାଜିତ 89 ଖେଳିଥିଲେ।












Click it and Unblock the Notifications