Get Updates
Get notified of breaking news, exclusive insights, and must-see stories!

IND vs ENG: ବିନା ଦର୍ଶକରେ ଖେଳାଯିବ ଦିନିକିଆ ସିରିଜ

ପୁନେରେ ଖେଳାଯିବାକୁ ଥିବା 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ବିନା ଦର୍ଶକରେ ଆୟୋଜିତ ହେବା । ଏନେଇ ବିସିସିଆଇ ଶନିବାର ନିଷ୍ପତ୍ତି ନେଇଛି।

ନୂଆଦିଲ୍ଲୀ: ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା 4 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପରେ ବିରାଟ ସେନା 5 ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ୍ ଏବଂ 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ । 5 ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ୍ ଦର୍ଶକଙ୍କ ମଧ୍ୟରେ ଅହମ୍ମଦାବାଦର ମୋଟେରା ଗ୍ରାଉଣ୍ଡରେ ଆୟୋଜିତ ହେବ । ମାତ୍ର ପୁନେରେ ଖେଳାଯିବାକୁ ଥିବା 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ବିନା ଦର୍ଶକରେ ଆୟୋଜିତ ହେବା । ଏନେଇ ବିସିସିଆଇ ଶନିବାର ନିଷ୍ପତ୍ତି ନେଇଛି।

ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ମହାରାଷ୍ଟ୍ର ସରକାର ବିସିସିଆଇକୁ ଦିନିକିଆ ସିରିଜ୍ ଆୟୋଜନ କରିବାକୁ ଅନୁମତି ଦେଇଛନ୍ତି । କିନ୍ତୁ ବନ୍ଦ ଦ୍ୱାର ପଛରେ, ଯେଉଁଠାରେ ଦର୍ଶକ ଆସିବାକୁ ଅନୁମତି ପାଇବେ ନାହିଁ। ଏହା ପରେ ମାର୍ଚ୍ଚ 23 ରେ ପୁନେରେ ପ୍ରସ୍ତାବିତ ପ୍ରଥମ ମ୍ୟାଚ୍ ଖେଳିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି । ଯଦିଓ ଅବଶିଷ୍ଟ ଦୁଇଟି ମ୍ୟାଚ୍ ଆୟୋଜନ କରିବାକୁ ପୁମେ ବଦଳରେ ମୁମ୍ବାଇ କିମ୍ବା ଦିଲ୍ଲୀ ଚୟନ କରିପାରନ୍ତି।

IND vs ENG

ସୂଚନାଯୋଗ୍ୟ ଯେ କରୋନା ଭୂତାଣୁ ଯୋଗୁଁ ପ୍ରାୟ ଏକ ବର୍ଷ ପରେ ଅନ୍ତର୍ଜାତୀୟ କ୍ରିକେଟ୍ ଭାରତକୁ ଫେରିଛି । ଯେଉଁଠାରେ ଚେପକ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ପ୍ରଶଂସକମାନେ ପ୍ରାୟ 13 ମାସ ପରେ ମ୍ୟାଚ ଦେଖିବାକୁ ପାଇଥିଲେ । ସେବେଠାରୁ ବୋର୍ଡ ଏବଂ ପ୍ରଶଂସକମାନେ ଆଶା କରୁଛନ୍ତି ଯେ କୌଣସି ପ୍ରକାରେ ପ୍ରଶଂସକମାନେ ଏକ ସୁରକ୍ଷିତ ପରିବେଶରେ ଷ୍ଟାଡିୟମରେ ମ୍ୟାଚ ଦେଖିବେ ।

ତେବେ ଗତ କିଛି ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରେ କରୋନା ମାମଲା ବୃଦ୍ଧି ହେତୁ ସରକାର ଏବଂ ବୋର୍ଡ ଏହି ନିଷ୍ପତ୍ତି ନେଇଛନ୍ତି। ANI କୁ ସୂଚନା ଦେଇ ବିସିସିଆଇ ସୂତ୍ର କହିଛି ଯେ, କରୋନା ମହାମାରୀ ଅବସ୍ଥାକୁ ଦୃଷ୍ଟିରେ ରଖି ଦର୍ଶକଙ୍କୁ ଷ୍ଟାଡିୟମକୁ ଆସିବାକୁ ଦେବୁ ନାହିଁ। ତେବେ ଶେଷ ମ୍ୟାଚ୍ ମୁମ୍ବାଇକୁ ସ୍ଥାନାନ୍ତରିତ ହୋଇଛି ନା ପୁନେରେ ସମସ୍ତ ମ୍ୟାଚ୍ ଅନୁଷ୍ଠିତ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+