Get Updates
Get notified of breaking news, exclusive insights, and must-see stories!

IND vs ENG: ଜୋ ରୁଟଙ୍କ 'ପଞ୍ଚ' ରେ ଭାରତ ଘାଇଲା, 145 ରନରେ ଅଲଆଉଟ ହେଲା ଘରୋଇ ଦଳ

ପ୍ରଥମ ଦିନରେ 112 ରନରେ ଇଂଲଣ୍ଡକୁ ଅଲଆଉଟ କରି ଖୁସି କରିଥିବା ଭାରତୀୟ ଦଳ ବର୍ତ୍ତମାନ 145 ରନରେ ଅଲଆଉଟ ହୋଇଛି।

ଅହମ୍ମଦାବାଦ: ବିଶ୍ୱର ସର୍ବବୃହତ ଷ୍ଟାଡିୟମରେ ଛୋଟ ସ୍କୋର । ଭ୍ରମଣକାରୀ ଇଂଲଣ୍ଡ ପରେ ଘରୋଇ ଦଳ ମଧ୍ୟ ଛୋଟ ସ୍କୋର କରି ନିଜର ପ୍ରଥମ ପାଳି ସମାପ୍ତ କରିଛି । ଭାରତୀୟ ଧଳ ଆଶ୍ଚର୍ଯ୍ୟଜନକ ଭାବେ ଇଂଲଣ୍ଡ ସ୍ପିନରଙ୍କ ସାମ୍ନାରେ ହାତ ବାନ୍ଧି ପକେଇଛି ।

ପ୍ରଥମ ଦିନରେ 112 ରନରେ ଇଂଲଣ୍ଡକୁ ଅଲଆଉଟ କରି ଖୁସି କରିଥିବା ଭାରତୀୟ ଦଳ ବର୍ତ୍ତମାନ 145 ରନରେ ଅଲଆଉଟ ହୋଇଛି। ପ୍ରଥମ ଦିନ ଶେଷରେ ଭାରତ 3 ୱିକେଟ୍ ପାଇଁ 99 ରନ କରିଥିଲା । ମାତ୍ର ଦ୍ୱିତୀୟ ଦିନରେ ଇଂଲଣ୍ଡ ଅଧିନାୟକ ରୁଟଙ୍କ କମାଲ ଚାଲିଥିଲା । ରୁଟ୍ ମାତ୍ର 8 ରନ ବ୍ୟୟରେ ପାଞ୍ଚଟି ୱିକେଟ୍ ନେଇଥିଲେ। ଜ୍ୟାକ୍ ଲିଚ୍ ମଧ୍ୟ 4ଟି ୱିକେଟ୍ ପାଇଛନ୍ତି। ତେବେ ଇଲଂଣ୍ଡର ପ୍ରଥମ ପାଳି ଭିତ୍ତିରେ ଭାରତ 33 ରନ ଅଗ୍ରଣୀ ହାସଲ କରିଥିଲା ।

Ind vs Eng

ପ୍ରଥମ ଦିନରେ ବିରାଟ କୋହଲିଙ୍କ ଆଉଟ ହେବା ପରେ ଦ୍ୱିତୀୟ ଦିନ କିଛି ବିଶେଷ କିଛି ଖେଳ ଦେଖଇବାକୁ ମିଳ ନଥିଲା । କିନ୍ତୁ ଏହି ଦିନଟି ଏତେ ଖରାପ ପ୍ରମାଣିତ ହେବ ଏବଂ ଖେଳ ଏତେ ଦ୍ରୁତ ଗତିରେ ବଦଳିଯିବ, କେହି ଏହା ଭାବି ନଥିଲେ । ଭାରତ କିମ୍ବଦନ୍ତୀ ବୋଲରଙ୍କ ପରି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଗୋଟିଏ ପରେ ଗୋଟିଏ ୱିକେଟ୍ ହାସଲ କରିଥିଲେ ।

ଦ୍ୱିତୀୟ ଦିନରେ ଆଜିଙ୍କ୍ୟ ରାହାଣେଙ୍କ ରୂପରେ ପ୍ରଥମ ଝଟକା ଭାରତକୁ ଲାଗିଥିଲା । ତା'ପରେ ରୋହିତ ଶର୍ମା । ରୋହିତ 11ଟି ଚୌକା ସହ 96 ବଲରୁ 66 ରନ୍ କରିଥିଲେ। ଏହା ପରେ ଜୋ ରୁଟ୍ ଙ୍କ ସୋ ଆରମ୍ଭ ହୋଇଥିଲା । ରୁଟ୍ ଋଷଭ ପନ୍ତଙ୍କୁ ବରଖାସ୍ତ କରିଥିଲେ। ତା'ପରେ ୱାଶିଂଟନ୍ ସୁନ୍ଦର ଏବଂ ଅକ୍ସର ପଟେଲଙ୍କୁ ଖାତା ଖୋଲିବାକୁ ମଧ୍ୟ ଦେଇ ନଥିଲେ । ଆର ଅଶ୍ୱୀନ୍ କୌଣସି ପ୍ରକାରେ ଖେଳିବାକୁ ଚେଷ୍ଟା କରିଥିଲେ ଏବଂ 17 ରନ୍ ସ୍କୋର କରିଥିଲେ । କିନ୍ତୁ ସେ ଛକା ମାରିବା ପ୍ରୟାସ କରୁଥିବା ବେଳେ ରୁଟ ସ୍ପିନର ଶୀକାର ହୋଇଥିଲେ । ଶେଷ ୱିକେଟ୍ ବୁମାରା 1 ରନ କରିଥିଲେ । ଇଶାନ୍ତ ଶର୍ମା 10 ରନ୍ ସ୍କୋର କରି ଅପରାଜିତ ରହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+