IND vs ENG: ଚେପକରେ ଡେବ୍ୟୁ କରିବେ ବୁମରା !
ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଯେତେବେଳେ ଜସପ୍ରୀତ ବୁମରା ଇଂଲଣ୍ଡ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବେ, ସେତେବେଳେ ସେ ଭାରତ ପାଇଁ 17 ଟି ମ୍ୟାଚ୍ ଖେଳିବା ପରେ ଘରୋଇ ଡେବ୍ୟୁ କରିଥିବା ପ୍ରଥମ ଭାରତୀୟ ଖେଳାଳି ହେବେ।
ନୂଆଦିଲ୍ଲୀ: ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା 4 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଶୁକ୍ରବାର ଠାରୁ ଚେନ୍ନାଇର ଚେପକ୍ ଗ୍ରାଉଣ୍ଡରେ ଆରମ୍ଭ ହେବାକୁ ଯାଉଛି । ଏଥି ସହିତ ଏହି ସିରିଜରେ ଭାରତୀୟ ଦଳର ମୁଖ୍ୟ ବୋଲର ଜସପ୍ରୀତ ବୁମରା ମଧ୍ୟ ଫେରିଛନ୍ତି । ଯିଏକି ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ହୋଇଥିବା ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିଲେ ହେଁ ସିଡନୀ ଟେଷ୍ଟରେ ଆଘାତ ହେତୁ ସେ ଶେଷ ମ୍ୟାଚ୍ ଖେଳି ପାରି ନଥିଲେ ।

କିନ୍ତୁ ବର୍ତ୍ତମାନ ଇଂଲଣ୍ଡ ବିପକ୍ଷରେ ବୁମରା ଫେରିବାକୁ ପ୍ରସ୍ତୁତ । କେବଳ ଏତିକି ନୁହେଁ ଚେନ୍ନାଇର ଚେପାକ୍ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ପ୍ରବେଶ କରିବାବେଳେ ଜସପ୍ରୀତ ବୁମରା ଏକ ବଡ଼ ରେକର୍ଡ ସୃଷ୍ଟି କରିବେ। ଜସପ୍ରୀତ ବୁମରା 2018 ରେ ଭାରତ ପାଇଁ ଟେଷ୍ଟ ଡେବ୍ୟୁ କରିଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା, ସେ ଏପର୍ଯ୍ୟନ୍ତ ଭାରତୀୟ ମାଟିରେ ଡେବ୍ୟୁ କରିପାରି ନାହାଁନ୍ତି । ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଯେତେବେଳେ ଜସପ୍ରୀତ ବୁମରା ଇଂଲଣ୍ଡ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବେ, ସେତେବେଳେ ସେ ଭାରତ ପାଇଁ 17 ଟି ମ୍ୟାଚ୍ ଖେଳିବା ପରେ ଘରୋଇ ଡେବ୍ୟୁ କରିଥିବା ପ୍ରଥମ ଭାରତୀୟ ଖେଳାଳି ହେବେ।
ଜସପ୍ରୀତ ବୁମରା ଏପର୍ଯ୍ୟନ୍ତ 17 ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଏହି ସମୟ ମଧ୍ୟରେ ଭାରତୀୟ କ୍ରିକେଟ୍ ଦଳ ପାଇଁ 79 ୱିକେଟ୍ ନେଇଛନ୍ତି। କୌଣସି ବୋଲର ଟେଷ୍ଟ କ୍ରିକେଟରେ ଏତେ ଭଲ ପ୍ରଦର୍ଶନ କରିଛନ୍ତି ଏବଂ ଏହା ସତ୍ତ୍ୱେ ତାଙ୍କ ଘରୋଇ ଡେବ୍ୟୁ କରିବାକୁ ଏତେ ସମୟ ଲାଗିଛି । ଜସପ୍ରୀତ ବୁମରା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଡେବ୍ୟୁ କରିଥିଲେ ଏବଂ ତାଙ୍କର ଚମତ୍କାର ବୋଲିଂ ଆଧାରରେ ଭାରତୀୟ ଦଳ 72 ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ ନିଜ ମାଟିରେ ପରାସ୍ତ କରିଥିଲା।












Click it and Unblock the Notifications