Get Updates
Get notified of breaking news, exclusive insights, and must-see stories!

IND vs ENG: ବିଶ୍ବର ସର୍ବବୃହତ ଷ୍ଟାଡିୟମରେ ଭାରତର ବିରାଟ ବିଜୟ

ତୃତୀୟ ମ୍ୟାଚରେ ଭାରତ ଇଂଲଣ୍ଡକୁ 10 ୱିକେଟରେ ପରାସ୍ତ କରି 4 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ 2-1 ଅଗ୍ରଣୀ ହାସଲ କରିଛି ।

ଅହମ୍ମଦାବାଦ: ବିଶ୍ବର ସର୍ବବୃହତ ଷ୍ଟାଡିୟମରେ ଭାରତର ବିରାଟ ବିଜୟ । ଐତିହାସିକ ଡେ/ନାଇଟ ଟେଷ୍ଟକୁ ମାତ୍ର ଦୁଇ ଦିନରେ ଜିତି ନେଇଛି ଟିମ ଇଣ୍ଡିଆ । ନୂଆ ଷ୍ଟାଡିୟମ, ନରେନ୍ଦ ମୋଦି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ମାଟି କାମୁଡିଛି ଭ୍ରମଣକାରୀ ଇଂଲଣ୍ଡ ଦଳ ।

ତୃତୀୟ ମ୍ୟାଚରେ ଭାରତ ଇଂଲଣ୍ଡକୁ 10 ୱିକେଟରେ ପରାସ୍ତ କରି 4 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ 2-1 ଅଗ୍ରଣୀ ହାସଲ କରିଛି । 49 ରନ ବିଜୟ ଲକ୍ଷ୍ୟକୁ 7.4 ଓଭରରେ ହାସଲ କରିଥିଲା ଭାରତ । ରୋହିତ ଶର୍ମା ଅପରାଜିତ 25 ରନ ସ୍କୋର କରିଥିବାବେଳେ ଶୁଭମନ ଗିଲ 15 ରନ କରିଛନ୍ତି ।

India v England

ଏହା ପୂର୍ବରୁ ଇଂଲଣ୍ଡ ଦଳ ନିଜଜର 2ୟ ପାଳିରେ ଭାରତୀୟ ସ୍ପିନରଙ୍କ ସାମ୍ନାରେ ଆଣ୍ଠେଇଥିଲା । ଦ୍ୱିତୀୟ ଇନିଂସରେ 30.4 ଓଭର ଖେଳି ଭ୍ରମଣକାରୀ ଦଳ 81 ରନ ସଂଗ୍ରହ କରିଥିଲା । କେବଳ ବେନ ଷ୍ଟୋକ୍ସ 25 ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିବା ବେଳେ ଚାରିଜଣ ଖେଳାଳି ଖାତା ଖୋଲି ପାରି ନଥିଲେ। ଅକ୍ସର ପଟେଲ 5ଟି ୱିକେଟ୍ ନେଇଥିବା ବେଳେ ଅଶ୍ୱୀନ 4 ୱିକେଟ୍ ନେଇଥିଲେ । ୱାଶିଂଟନ୍ ସୁନ୍ଦରଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା।

ଦ୍ୱିତୀୟ ଇନିଂସରେ ଇଂଲଣ୍ଡର ଖରାପ ଆରମ୍ଭ ହୋଇଥିଲା। ଇନିଂସର ପ୍ରଥମ ବଲରେ ଅକ୍ସର ପଟେଲ ଇଂଲଣ୍ଡ ଓପନର୍ ଜ୍ୟାକ୍ କ୍ରୋଲେଙ୍କୁ ଶୂନରେ ବରଖାସ୍ତ କରିଥିଲେ। ତା'ପରେ ଜନ୍ନି ବେୟାରଷ୍ଟୋ ତୃତୀୟ ବଲରେ ଖାତା ନ ଖୋଲି ପାଭିଲିଅନ ଫେରିଥିଲେ । ଫଳସ୍ୱରୂପ ଇଂଲଣ୍ଡ କୌଣସି ସ୍କୋର ନକରି ପ୍ରଥମ ଓଭରେ 2 ୱିକେଟ୍ ହରାଇଥିଲା।

ପରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ ଡୋମିନିକ ସିବିଲିଙ୍କ ସହ ଇନିଂସକୁ ଆଗକୁ ନେଇଥିଲେ। କିନ୍ତୁ ଅକ୍ସରଙ୍କ ବୋଲିଂରେ ଚମକା ଖାଇଥିଲେ ଇଂଲିସ ବ୍ୟାଟ୍ସମ୍ୟାନ । ରୁଟ୍ ପରେ ବେନ୍ ଷ୍ଟୋକ୍ସଙ୍କ ସହ ମ୍ୟାଚ ଉପରେ ଦଖଲ ଆଣିବାକୁ ଚେଷ୍ଟା କରିଥିଲେ। ତେବେ ଇନିଂସର 18 ତମ ଓଭରରେ ଆର ଅଶ୍ୱିନ ବେନ୍ ଷ୍ଟୋକ୍ସଙ୍କୁ ଫାସରେ ପକାଇଥିଲେ। ପରେ 19ତମ ଓଭରରେ ଅକ୍ସର୍ ଜୋ ରୁଟ୍ ପାଭିଲିଅନ ପଠାଇଥିଲେ । ଆର ଅଶ୍ୱୀନ୍ ଓଲି ପୋପଙ୍କୁ 12 ଏବଂ ଜୋଫ୍ରା ଆର୍ଚରଙ୍କୁ ଶୂନରେ ବରଖାସ୍ତ କରିଥିଲେ। ଏହା ପରେ ଅକ୍ଷାର ପଟେଲ ଇନିଂସରେ 5 ୱିକେଟ୍ ପୂରଣ କରିବାକୁ ବେନ ଫକ୍ସଙ୍କୁ ବରଖାସ୍ତ କରିଥିଲେ। ଇଂଲଣ୍ଡକୁ ନବମ ଝଟକା ଲାଗିଥିଲା, ଯେତେବେଳେ ଅଶ୍ୱୀନଙ୍କୁ ଜ୍ୟାକ୍ ଲିଚ୍ ଆଉଟ କରିଥିଲେ। ଶେଷରେ, ୱାଶିଂଟନ୍ ସୁନ୍ଦର ଇଂଲଣ୍ଡର ଇନିଂସକୁ 81 ରନରେ ଶେଷ କରି ଜେମ୍ସ ଆଣ୍ଡରସନଙ୍କୁ ବରଖାସ୍ତ କରିଥିଲେ।

ଏହାପୂର୍ବରୁ ଇଂଲଣ୍ଡ ଟସ୍ ଜିତି ପ୍ରଥମ ଇନିଂସରେ 112 ରନ୍ ସଂଗ୍ରହ କରିଥିଲା। ଇଂଲଣ୍ଡର ପ୍ରଥମ ଇନିଂସରେ ଅକ୍ସର 6, ଅଶ୍ୱୀନ 3 ଓ ଇଶାନ୍ତ ଶର୍ମା 1 ୱିକେଟ୍ ନେଇଥିଲେ। ଏହାର ଜବାବରେ ଭାରତ ପ୍ରଥମ ଇନିଂସରେ 53.2 ଓଭରରେ 145 ରନ୍ ସଂଗ୍ରହ କରି 33 ରନର ଅଗ୍ରଣୀ ହାସଲ କରିଥିଲା। ଇଂଲଣ୍ଡ ପାଇଁ ଜୋ ରୁଟ୍ ସର୍ବାଧିକ 5 ୱିକେଟ୍ ନେଇଥିଲେ। ଜ୍ୟାକ୍ ଲିଚ୍ 4 ଏବଂ ଜୋଫ୍ରା ଆର୍ଚର 1 ୱିକେଟ୍ ନେଇଥିଲେ। ଏହି ମ୍ୟାଚରେ ଅକ୍ସର ପଟେଲ ସର୍ବାଧିକ 11 ୱିକେଟ୍ ନେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+