ଦିନିକିଆ ସିରିଜ ଜିତିଲା ଭାରତ, ଏହି ରେକର୍ଡର ଅଧିକାରୀ ହେଲେ ପନ୍ତ
୫ ୱିକେଟରେ ଇଂଲଣ୍ଡକୁ ହରାଇଛି ଭାରତ । ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି ଭ୍ରମଣକାରୀ ଦଳ ।
ଲଣ୍ଡନ: ହାର୍ଦ୍ଦିକ ପାଣ୍ଡାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଏବଂ ଋଷଭ ପନ୍ତଙ୍କ ଦମଦାର ଶତକ ବଳରେ ଜିତିଲା ଟିମ ଇଣ୍ଡିଆ । ଶେଷରେ ୬ଟି ବଲରୁ ୫ଟି ଚଉକା ମାରି ମ୍ୟାଚ ଜିତାଇଛନ୍ତି ୱିକେଟ କିପର୍ ବ୍ୟାଟର ପନ୍ତ । ୫ ୱିକେଟରେ ଇଂଲଣ୍ଡକୁ ହରାଇଛି ଭାରତ । ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି ଭ୍ରମଣକାରୀ ଦଳ ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ଲେୟାର ଅଫ ଦି ସିରିଜ୍ ବିବେଚିତ କରାଯାଇଥିବା ବେଳେ ଋଷଭ ପନ୍ତଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ଘୋଷଣା କରାଯାଇଛି । ପ୍ରଥମେ ବ୍ୟାଟିଂ କରି ଜସ୍ ବଟଲରଙ୍କ ଅର୍ଦ୍ଧଶତକ ବଳରେ ୨୬୦ ରନର ଟାର୍ଗେଟ ଦେଇଥିଲା ଇଂଲଣ୍ଡ । ଭାରତ ୭୨ ରନରେ ୪ ୱିକେଟ୍ ହରାଇ ସଙ୍କଟରେ ପଡିଥିବା ବେଳେ ଦଳକୁ ଉଦ୍ଧାର କରିଥିଲେ ରିଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା । ଉଭୟ ୧୩୩ ରନ ପାର୍ଟନରସିପ୍ ଯୋଗୁଁ ୪୭ ବଲ ବାକି ଥାଇ ମ୍ୟାଚ ଜିତିଥିଲା ଭାରତ ।
ତେବେ ଦିନିକିଆ ସିରିଜର ଶେଷରେ ମ୍ୟାଚରେ ପନ୍ତ ଶତକ ହାସଲ କରିବା ପରେ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଏସିଆ ମହାଦେଶର ପ୍ରଥମ ୱିକେଟର ଯିଏ ଇଂଲଣ୍ଡ ମାଟିରେ ଉଭୟ ଟେଷ୍ଟ ଓ ଦିନିକିଆରେ ଶତକ ହାସଲ କରିବାକୁ ସକ୍ଷମ ହୋଇଛନ୍ତି। ପୂର୍ବରୁ ପନ୍ତ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଶତକ ହାସଲ କରିଥିଲେ। ରବିବାର ସେ ଦିନିକିଆରେ ମଧ୍ୟ ଶତକ ହାସଲ କରିଛନ୍ତି।
ସେହିପରି ସେ ତୃତୀୟ ଭାରତୀୟ ୱିକେଟ କିପର ଯିଏ ଏସିଆ ବାହାରେ ଖେଳା ଯାଉଥିବା ଦିନିକିଆ ମ୍ୟାଚ୍ରେ ଶତକ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ରାହୁଲ ଡ୍ରାଭିଡ ୧୯୯୯ରେ ଓ କେଏଲ ରାହୁଲ ୨୦୨୦ରେ ଏସିଆ ବାହାରେ ଶତକ ହାସଲ କରିଥିଲେ। ଏବେ ପନ୍ତ ଇଂଲଣ୍ଡର ମାଞ୍ଚେଷ୍ଟରରେ ଶତକ ହାସଲ କରି ଏହି ତାଲିକାରେ ସାମିଲ ହୋଇଛନ୍ତି ।












Click it and Unblock the Notifications