IND vs ENG: ବାରବାଟୀରେ ପ୍ରାଟିସ କରିବାକୁ ଆସିବନି ଇଂଲଣ୍ଡ
ରବିବାର ବାରବାଟୀ ଷ୍ଟାଡିୟମରେ ଚଳିତ ଦିନିକିଆ ଶୃଙ୍ଖଳାର ଦ୍ଵିତୀୟ ମ୍ୟାଚ୍ ରହିଛି । ଭାରତ-ଇଂଲଣ୍ଡ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ । ଏଥିଲାଗି ଗତକାଲି ଭାରତ ଏବଂ ଇଂଲଣ୍ଡ ଦଳ ଭୁବନେଶ୍ଵରରେ ପହଞ୍ଚିଛନ୍ତି ।
ଆଜି ଭାରତୀୟ ଦଳ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିବ। କାର୍ଯ୍ୟସୂଚୀ ଅନୁଯାୟୀ ଜୋସ୍ ବଟଲରଙ୍କ ନେତୃତ୍ଵାଧିନ ଇଂଲଣ୍ଡ ଦଳ ପୂର୍ବାହ୍ନ ୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ରହିଥିଲା। ଶେଷ ମୁହୁର୍ତ୍ତରେ ଇଂଲଣ୍ଡ ଦଳ ବାରବାଟୀରେ ଅଭ୍ୟାସ ବଦଳରେ ଭୁବନେଶ୍ଵରରେ ଗଲ୍ଫ ଖେଳିବେ ବୋଲି ଜଣାପଡିଛି।

ରୋହିତ ଶର୍ମାଙ୍କ ନେତୃତ୍ଵାଧିନ ଭାରତୀୟ ଦଳ ଅପରାହ୍ନ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଅଭ୍ୟାସ କରିବ। ଅଭ୍ୟାସ ଲାଗି ବାରବାଟୀ ଷ୍ଟାଡିମୟରେ ମୋଟ୍ ୬ଟି ପିଚ୍ ପ୍ରସ୍ତୁତ କରାଯାଇଛି। ପୁରୁଣା ପାଭଲିୟନ୍ ସମ୍ମୁଖରେ ଦୁଇଟି ପିଚ୍ ପ୍ରସ୍ତୁତ କରାଯାଇଥିବାବେଳେ ଗ୍ୟାଲେରୀ ନଂ ୩ ସମ୍ମୁଖରେ ଦୁଇଟି ପିଚ୍ ରହିଛି। ଏଥିସହ ମୁଖ୍ୟ ପିଚର ଉଭୟ ପାର୍ଶ୍ବରେ ଦୁଇଟି ପିଚ୍ ରହିଥିବା ଓସିଏ ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ରବିବାର ଖେଳାଯିବାକୁ ଥିବା ଏହି ମହାମୁକାବିଲା ପାଇଁ ଆଜି ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଦୁଇ ଦେଶର ଖେଳାଳି । ସୱତନ୍ତ୍ର ବିମାନ ଯୋଗେ ଇଣ୍ଡିଆ-ଇଂଲଣ୍ଡ ଦଳର ଖେଳାଳି ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆସି ପହଞ୍ଚିଛନ୍ତି । ସେଠାରୁ କଡା ସୁରକ୍ଷା ବଳୟ ମଧ୍ୟରେ ଦୁଇ ଦେଶର ଖେଳାଳିଙ୍କୁ ଭୁବନେଶ୍ୱରର ମେ' ଫେୟାର ହୋଟେଲକୁ ନିଆଯାଇଛି ।
ସେପଟେ ବିମାନ ବନ୍ଦରରେ ଟିମ ଇଣ୍ଡିଆ ଖେଳାଳି ପହଞ୍ଚିବା ପରେ ନିଜର ପସନ୍ଦର ଖେଳାଳିଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ବେଶ ଭିଡ ଜମିଥିଲା । ଅନ୍ୟପଟେ ଆଜି ଭୁବନେଶ୍ୱରରେ ଉଭୟ ଦେଶର ଖେଳାଳି ପହଞ୍ଚିବା ପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାର କ ଯାଞ୍ଚ କରାଯାଇଛି । ବିଶେଷକରି ଖେଳାଳିଙ୍କ ସୁରକ୍ଷାକୁ ବିଶେଷ ଗୁରୁତ୍ବ ଦିଆଯାଇଛି । ସେହିପରି ମ୍ୟାଚ ସମୟରେ ଷ୍ଟାଡିୟମ ଭିତରକୁ ପାଣି ବୋତଲ ମଧ୍ୟ ନେଇ ଦର୍ଶକ ଯାଇପାରିବେ ନାହିଁ ବୋଲି ପୋଲିସ କମିଶନର କହିଛନ୍ତି ।












Click it and Unblock the Notifications