IND vs ENG: ପ୍ରଥମ୍ ଦିନିକିଆରେ ଚମକିଲା ଭାରତ, ୪ ଉଇକେଟ୍ରେ ଇଂଲଣ୍ଡକୁ ହରାଇଲା, ଗିଲ୍ ମ୍ୟାନ ଅଫ୍ ଦି ମ୍ୟାଚ୍
ନାଗପୁରରେ ଖେଳାଯାଇଥିବା ଭାରତ ବନାମ ଇଂଲଣ୍ଡ ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ଇଂଲଣ୍ଡକୁ ୪ ଉଇକେଟ୍ରେ ପରାସ୍ତ କରିଛି। ଟିମ ଇଣ୍ଡିଆର ବିଜୟରେ ଶୁଭମନ ଗିଲ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛନ୍ତି, ଯିଏକି ୮୭ ରନର ଇନିଂସ ଖେଳଛନ୍ତି। ତେବେ ତାଙ୍କ ବ୍ୟତୀତ ଶ୍ରେୟସ ଆୟର ଏବଂ ଅକ୍ଷର ପଟେଲ ମଧ୍ୟ ଅର୍ଦ୍ଧଶତକ ହାସଲ କରି ଭାରତୀୟ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି।
ଟିମ ଇଣ୍ଡିଆ ପକ୍ଷରୁ ମଧ୍ୟ ଦୃଢ଼ ବୋଲିଂ କରାଯାଇଥିଲା, ହର୍ଷିତ ରାଣା ଏବଂ ରବିନ୍ଦ୍ର ଜାଡେଜା ତିନୋଟି ଲେଖାଏ ଉଇକେଟ୍ ନେଇଛନ୍ତି। ଟିମ ଇଣ୍ଡିଆ ଏହି ମ୍ୟାଚରେ ୬୮ ବଲ ବାକି ଥାଇ ଜିତି ନେଇଥିଲା।

ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଇଂଲଣ୍ଡ ଦଳ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା। ଫିଲ ସଲ୍ଟ ଏବଂ ବେନ ଡକେଟ ପ୍ରଥମ ୮ ଓଭରରେ ୭୧ ରନ୍ କରିଥିଲେ। ଏହା ପରେ ଇଂଲଣ୍ଡ ଦଳ କୌଣସି ବଡ଼ ଭାଗୀଦାରି କରିପାରିଲା ନାହିଁ। ଜସ ବଟଲର୍ ଏବଂ ଜାକବ ବେଥେଲ ନିଶ୍ଚିତ ଭାବରେ ଅର୍ଦ୍ଧଶତକ ହାସଲ କରିଥିଲେ, କିନ୍ତୁ ଜୋ ରୁଟ ଏବଂ ହ୍ୟାରି ବ୍ରୁକ ସମେତ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ ଏବଂ ସମଗ୍ର ଦଳ ୨୪୮ ରନରେ ଅଲଆଉଟ ହୋଇଯାଇଥିଲା।
ଭେଟେରାନ୍ ଅଲ୍ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ଗୁରୁବାର ବିରଳ ଭାରତୀୟ କ୍ଲବ୍ରେ ସାମିଲ ହୋଇଛନ୍ତି। ପଞ୍ଚମ ଭାରତୀୟ ଭାବେ ଜାଡ଼େଜା ୬୦୦ ଅନ୍ତର୍ଜାତୀୟ ୱିକେଟ୍ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ଇଂଲଣ୍ଡ ବିପକ୍ଷ ନାଗପୁର ଦିନିକିଆରେ ୩ ୱିକେଟ୍ ସଫଳତା ପାଇଥିବା ଜାଡ଼େଜା ଏହି ଗୌରବ ପାଇଛନ୍ତି। ଆଦିଲ ରସିଦ୍ଙ୍କୁ ନିଜ ତୃତୀୟ ୱିକେଟ୍ ଭାବେ ଆଉଟ୍ କରିବା ବେଳେ ସେ ଏହି ମାଇଲ୍ଖୁଣ୍ଟ ଛୁଇଁଥିଲେ।
ଜାଡ଼େଜା ଦିନିକିଆରେ ୧୯୮ ମ୍ୟାଚ୍ରୁ ୨୨୩ ୱିକେଟ୍ ଅକ୍ତିଆର କରିଥିବା ବେଳେ ୮୦ ଟେଷ୍ଟ୍ରୁ ୩୨୩ ୱିକେଟ୍ ଏବଂ ୭୪ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରୁ ୫୪ ୱିକେଟ୍ ନେଇଛନ୍ତି। ଗତବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜୟ ପରେ ରୋହିତ ଶର୍ମା, ବିରାଟ କୋହଲିଙ୍କ ଭଳି ରବୀନ୍ଦ୍ର ଜାଡ଼େଜା ମଧ୍ୟ ଏହି ଫର୍ମାଟ୍ରୁ ଅବସର ଘୋଷଣା କରି ଦେଇଥିଲେ। ଅନ୍ତର୍ଜାତୀୟ କ୍ରିକେଟ୍ରେ ୬୦୦ ୱିକେଟ୍ ପୂର୍ଣ୍ଣ କରିବାରେ ପଞ୍ଚମ ଭାରତୀୟ ହୋଇଛନ୍ତି। ତାଙ୍କ ପୂର୍ବରୁ ଏହି କ୍ଲବ୍ରେ ଅନିଲ କୁମ୍ବଲେ (୯୫୩), ରବିଚନ୍ଦ୍ରନ ଅଶ୍ବିନ (୭୬୫), ହରଭଜନ ସିଂହ (୭୦୭) ଓ କପିଳ ଦେବ (୬୮୭) ସାମିଲ ଥିଲେ। ଦିନିକିଆରେ ୨୦୦ରୁ ଊର୍ଧ୍ବ ୱିକେଟ୍ ଦଖଲରେ ସେ ସପ୍ତମ ଭାରତୀୟ ଅଛନ୍ତି। ଅନିଲ କୁମ୍ବଲେ, କପିଳ ଦେବ, ଜଭାଗଲ ଶ୍ରୀନାଥ, ଜାହିର୍ ଖାନ୍, ଅଜିତ ଅଗରକର ଓ ହଭରଜନ ସିଂହ ଏହି କ୍ଲବ୍ରେ ଅଛନ୍ତି।












Click it and Unblock the Notifications