Get Updates
Get notified of breaking news, exclusive insights, and must-see stories!

IND vs ENG: ଭାରତର ପ୍ରଥମ ପାଳି ଶେଷ, ପନ୍ତ ଅପରାଜିତ

ଭାରତର ପ୍ରଥମ ଇନିଂସ 329 ରନରେ ସୀମିତ ରହିଛି । ଘରୋଇ ଦଳ ପକ୍ଷରୁ ଋଷବ ପନ୍ତ ଅପରାଜିତ 58 ରନ ସ୍କୋର କରିଛନ୍ତି।

ଚେନ୍ନାଇ: ଭାରତ ବନାମ ଇଂଲଣ୍ଡ, ଦ୍ୱିତୀୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଭାରତୀୟ ଦଳର ଲୋୟର ଅର୍ଡର ବ୍ୟାଟ୍ସମ୍ୟାନମାନେ ମୋଏନ ଅଲ୍ଲୀ ଏବଂ ଓଲି ଷ୍ଟୋନଙ୍କ ଶିକାର ହୋଇ ପାଭିଲିଅନର ରାସ୍ତା ଦେଖିଥିଲେ । ଫଳରେ ଭାରତର ପ୍ରଥମ ଇନିଂସ 329 ରନରେ ସୀମିତ ରହିଛି । ଘରୋଇ ଦଳ ପକ୍ଷରୁ ଋଷବ ପନ୍ତ ଅପରାଜିତ 58 ରନ ସ୍କୋର କରିଛନ୍ତି।

ଆଜି ଦିନ ଆରମ୍ଭରେ ପ୍ରଥମ ଓଭରରେ ମୋଇନ୍ ଅଲ୍ଲୀ ଜବରଦସ୍ତ ବୋଲିଂ କରି ଅକ୍ସର ପଟେଲ ଏବଂ ଇଶାନ୍ତ ଶର୍ମାଙ୍କୁ ପାଭିଲିୟନକୁ ପଠାଇଥିଲେ। ମୋଏନ୍ ଅଲ୍ଲୀ ପ୍ରଥମ ଓଭରର ଦ୍ୱିତୀୟ ବଲରେ ଅକ୍ସର ପଟେଲଙ୍କୁ ଷ୍ଟମ୍ପିଂ କରାଇଥିଲେ । ଅକ୍ସରଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିବା ଇଶାନ୍ତ ଶର୍ମା ମୋଏନ୍ ଅଲିଙ୍କ ଫୁଲ ଟସ୍ ବଲ୍କୁ ସ୍ୱିପ୍ କରିବାକୁ ଚେଷ୍ଟା କରିଥିଲେ ଏବଂ କ୍ୟାଚ ଆଉଟ ହୋଇ ପାଭିଲିଅନ ଫେରିଥିଲେ ।

ଇଶାନ୍ତ ଶର୍ମାଙ୍କ ପରେ କୁଲଦୀପ ଯାଦବ ମଧ୍ୟ ଖାତା ନ ଖୋଲି ଓଲି ଷ୍ଟୋନ୍ସଙ୍କ ବଲରେ ନିଜର ୱିକେଟ ହରାଥିଲେ । ଏଥିସହିତ ଶେଷ ବ୍ୟାଟ୍ସମ୍ୟାନ୍ ମହମ୍ମଦ ସିରାଜ ପ୍ରଥମ ବଲରେ ଏକ ଚୌକା ମାରି ଦ୍ୱିତୀୟ ବଲରେ ୱିକେଟ୍ ହରାଇଥିଲେ । ଗୋଟିଏ ପଟେ ଯେଉଁଠାରେ ୱିକେଟ୍ କ୍ରମାଗତ ଭାବରେ ଖସୁଥିଲା ଅନ୍ୟପଟେ ଋଷଭ ପନ୍ତ କ୍ରମାଗତ ଭାବରେ ଅନ୍ୟ ପଟେ ବଡ଼ ସଟ୍ ଖେଳୁଥିଲେ ଏବଂ ସେ 58 ରନ୍ ଇନିଂସରେ 3 ଛକା ଓ 7 ଚୌକା ମାରିଥିଲେ।

IND vs ENG

ତେବେ ଭାରତୀୟ ଦଳ ପ୍ରଥମ ଇନିଂସରେ 329 ରନ୍ ସଂଗ୍ରହ କରିଥିଲା। ଅନ୍ୟପକ୍ଷରେ ମୋଇନ୍ ଅଲ୍ଲୀ ତାଙ୍କ ନାମରେ ସର୍ବାଧିକ 4 ୱିକେଟ୍ ଯୋଡି ହୋଇଛି । ସେ 29 ଓଭରରେ 128 ରନ୍ ପାଇଁ 4 ୱିକେଟ୍ ନେଇଥିଲେ। ଏଥି ସହିତ ଅଲ୍ଲୀ ଏବଂ ଷ୍ଟୋନ 15.5 ଓଭରରେ 47 ରନ୍ ପାଇଁ 3 ୱିକେଟ୍ ନେଇଥିଲେ। 27 ଓଭରରେ 78 ରନ୍ ଦେଇ ଜ୍ୟାକ୍ ଲିଚ୍ 2 ୱିକେଟ୍ ନେଇଥିବା ବେଳେ ଜୋ ରୁଟ୍ 11 ଓଭରରେ 23 ରନ୍ ଦେଇ 1 ୱିକେଟ୍ ନେଇଥିଲେ।

ଚେପକ ଷ୍ଟାଡିୟମ ସ୍ପିନ୍ ବୋଲରମାନଙ୍କୁ ସୁହାଉଥିବା ବେଳେ ଭାରତୀୟ ଦଳର 329 ରନ୍ ସ୍କୋର ଠିକ ରହିଛି । କିନ୍ତୁ ଭାରତୀୟ ସ୍ପିନ୍ ବୋଲରମାନେ କିପରି ବୋଲିଂ କରିବେ ତାହା ଦେଖିବା ଗୁରୁତ୍ୱପୂର୍ଣ୍ଣ ହେବ। ପ୍ରଥମ ଇନିଂସ ବୋଲିଂରେ ଅଶ୍ୱୀନ, ଅକ୍ସର ଏବଂ କୁଲଦୀପ ଯାଦବ ନଜର ରଖିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+