Ind vs Eng: ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳରେ ହୋଇ ପାରେ ଏହି 3 ପରିବର୍ତ୍ତନ

ବର୍ତ୍ତମାନ ଭାରତୀୟ ଦଳ ଦ୍ୱିତୀୟ ଟେଷ୍ଟ ପାଇଁ ଖେଳୁଥିବା ଏକାଦଶରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିପାରେ ।

ଚେନ୍ନାଇ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ପରାଜୟର ସମ୍ମୁଖୀନ ହୋଇଛି । କାଗଜରେ ଦୃଢ ଦେଖାଯାଉଥିବା ଭାରତୀୟ ଦଳ ପଡ଼ିଆରେ ମାତ୍ ଖାଉଥିବାର ଦେଖିବାକୁ ମିଳିଛି । ଅପେକ୍ଷାକୃତ ଇଂଲଣ୍ଡ ଦଳ ଭଲ ପ୍ରଦର୍ଶନ କରିଛି । କିନ୍ତୁ ଏହା ହେଉଛି ସିରିଜର ପ୍ରଥମ ମ୍ୟାଚ୍ ଏବଂ ତିନୋଟି ମ୍ୟାଚ୍ ବାକି ଅଛି । ଆଇସିସି ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ ବାକି 3ଟି ମ୍ୟାଚରୁ ଅତି କମରେ 2ଟି ଜିତିବାକୁ ପଡିବ।

ତେବେ ଭାରତୀୟ ଦଳ ଏହାର ରଣନୀତି ବଦଳାଇବାର ସମ୍ଭାବନା ରହିଛି । ରଣନୀତିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଦଳ ଚୟନ । ଅନେକ ଅନୁଭବ କରିଥିଲେ ଯେ, ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ଦଳର ସଠିକ୍ ଚୟନରୁ ବଞ୍ଚିତ ହୋଇଛି । କିନ୍ତୁ ବର୍ତ୍ତମାନ ଭାରତୀୟ ଦଳ ଦ୍ୱିତୀୟ ଟେଷ୍ଟ ପାଇଁ ଖେଳୁଥିବା ଏକାଦଶରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିପାରେ ।

Ind vs Eng

1) ରୋହିତ ଶର୍ମାଙ୍କ ସ୍ଥାନରେ ମୟାଙ୍କ ଅଗ୍ରୱାଲ

ଇଣ୍ଡିଆ ଷ୍ଟାର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଆହତ ଅବସ୍ଥାରୁ ସୁସ୍ଥ ହେବା ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। କିନ୍ତୁ ସେ କିଛି ଖାସ ପ୍ରଦର୍ଶନ କରିପାରି ନଥିଲେ। ସେ ଗତ ତିନୋଟି ଟେଷ୍ଟରେ ମାତ୍ର 147 ରନ୍ ସଂଗ୍ରହ କରିଛନ୍ତି। ଏହି ପରିପ୍ରେକ୍ଷୀରେ ତାଙ୍କ ସ୍ଥାନରେ ଯୁବ ଓପନର୍ ମୟାଙ୍କ ଅଗ୍ରୱାଲ ସ୍ଥାନ ପାଇ ପାରନ୍ତି । ଭାରତୀୟ ପିଚ୍‌ରେ ମୟାଙ୍କ ଅଗ୍ରୱାଲ ଙ୍କ ରେକର୍ଡ ମଧ୍ୟ ଉତ୍କୃଷ୍ଟ ଅଟେ। ତେଣୁ ଟିମ ମ୍ୟାନେଜମେଣ୍ଟ ଏହି ପରିବର୍ତ୍ତନକୁ ବିଚାରକୁ ନେଇ ପାରନ୍ତି ।

2) କେଏଲ ରାହୁଲଙ୍କୁ ମିଳିପାରେ ଜାଗା

ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଆଜିଙ୍କ୍ୟ ରାହାଣେ ଭାରତୀୟ ଦଳକୁ ଅଷ୍ଟ୍ରେଲିଆରେ ଏକ ଐତିହାସିକ ବିଜୟ ପ୍ରଦାନ କରିଥିଲେ । ମେଲବୋର୍ଣ୍ଣ ଟେଷ୍ଟରେ ସେ ଏକ ଚମତ୍କାର ଶତକ ମଧ୍ୟ କରିଥିଲେ। କିନ୍ତୁ ଏହା ପରେ ସେ ବ୍ୟାଟିଂରେ ଚମତ୍କାର କରିପାରି ନଥିଲେ। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ସେ ପ୍ରଥମ ଇନିଂସରେ ଏବଂ ଦ୍ୱିତୀୟ ଇନିଂସରେ ଖାତ ଖୋଲି ନପାରି ପାଭିଲିଅନକୁ ଫେରିଥିଲେ। ତେଣୁ କେଏଲ ରାହୁଲଙ୍କୁ ତାଙ୍କ ସ୍ଥାନରେ ସୁଯୋଗ ଦିଆଯାଉ ବୋଲି ଦାବି କରାଯାଉଛି। କେଏଲ ରାହୁଲ ଗତ କିଛି ମାସ ଧରି ଉତ୍କୃଷ୍ଟ ଫର୍ମରେ ଅଛନ୍ତି । ଦଳରେ ତାଙ୍କର ଅନ୍ତର୍ଭୁକ୍ତତା ମଧ୍ୟମ କ୍ରମରେ ସ୍ଥିରତା ଆଣିବ ।

3) କୁଳଦୀପ ଯାଦବଙ୍କୁ ଏକାଦଶରେ ସାମିଲ କରିବାକୁ ପଡିବ

କୁଳଦୀପ ଯାଦବଙ୍କୁ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ସୁଯୋଗ ମିଳିବା ଉଚିତ । କିନ୍ତୁ ଅପ୍ରତ୍ୟାଶିତ ଭାବରେ ଶାହବାଜ ନଦିମଙ୍କୁ ସୁଯୋଗ ମିଳିଥିଲା। ତେବେ ନଦିମ ଏହି ସୁଯୋଗର ଫାଇଦ ନେଇ ପାରିନଥିଲେ। ସେ ତାଙ୍କ ବୋଲିଂରେ ଅନେକ ରନ୍ ବ୍ୟୟ କରିଥିଲେ। ଏହା ଅନ୍ୟ ବୋଲରଙ୍କ ଉପରେ ମଧ୍ୟ ଚାପ ପକାଇଲା । ଏଭଳି ପରିସ୍ଥିତିରେ ନଦିମଙ୍କୁ ଦ୍ୱିତୀୟ ଟେଷ୍ଟରୁ ବାଦ ଦେବା ଉପଯୁକ୍ତ ହେବ। ତାଙ୍କ ସ୍ଥାନରେ ଚାଇନ ମ୍ୟାନ ସ୍ପିନର କୁଳଦୀପ ଯାଦବଙ୍କୁ ସ୍ଥାନ ମିଳିପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+