IND vs ENG: ୭ ତାରିଖରେ ଓଡ଼ିଶା ଆସିବେ ଭାରତ-ଇଂଲଣ୍ଡ ଟିମ୍, ୮ରେ ପ୍ରାଟିସ୍
ବାରବାଟୀ ଷ୍ଟାଡିୟମ୍ରେ ଆସନ୍ତା ୯ ତାରିଖ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ଶୃଙ୍ଖଳାର ୨ୟ ମୁକାବିଲା ଖେଳାଯିବ ଏନେଇ କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି।
ପୁଲିସ କମିସନର ଶ କହିଛନ୍ତି, ଆସନ୍ତା ୭ ତାରିଖରେ ଭୁବନେଶ୍ୱରରେ ଉଭୟ ଭାରତ ଓ ଇଂଲଣ୍ଡ କ୍ରିକେଟ୍ ଟିମ୍ ପହଞ୍ଚିବେ। ୮ ତାରିଖରେ ଉଭୟ ଟିମ୍ ଅଭ୍ୟାସ ପାଇଁ କଟକ ବାରବାଟୀ ଷ୍ଟାଡ଼ିୟମ୍କୁ ଯିବେ। ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ୱରରେ ୫୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ସେହିଭଳି ମ୍ୟାଚ୍ ବେଳେ ଷ୍ଟାଡିୟମକୁ ପାଣି ବୋତଲ ନେଇ ଯିବାକୁ ମନା କରାଯାଇଛି।
ପ୍ରସ୍ତୁତି ସମୀକ୍ଷା ବୈଠକରେ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହ ଗଣମାଧ୍ୟମର ପ୍ରତିନିଧି୍ଙ୍କୁ କହିଛନ୍ତି, ଓଡ଼ିଶା କ୍ରିକେଟ୍ ଆସୋସିଏସ୍ (ଓସିଏ), ପୁଲିସ ବଳ, ହୋଟେଲ କର୍ତ୍ତୃପକ୍ଷ, ଏୟାରପୋର୍ଟ କର୍ତ୍ତୃପକ୍ଷ, ସିଆଇଏସଏଫ୍ ସହ ଆଲୋଚନା ହୋଇଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଠାରୁ ଖେଳାଳିମାନେ ରହିବାକୁ ଥିବା ହୋଟେଲ ଓ ବାରବାଟୀ ଷ୍ଟାଡିୟମ୍ ପର୍ଯ୍ୟନ୍ତ ସବୁ ବିଷୟରେ ଆଲୋଚନା ହୋଇଛି। ସେହିପରି ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା ହୋଇଛି।

ଭାରତ-ଇଂଲଣ୍ଡ ଦିବାରାତ୍ର ମ୍ୟାଚ୍ ପାଇଁ କାଉଣ୍ଟରକୁ ୧୧ ହଜାର ୮୦ ଖଣ୍ଡ ଟିକେଟ୍ ଆସିଥିଲା। କିନ୍ତୁ କ୍ରୀଡ଼ାପ୍ରେମୀଙ୍କ ଚାହିଦା ଥିଲା ପ୍ରାୟ ୩୦,୦୦୦। ଫଳରେ ଭିଡ଼କୁ ନିୟନ୍ତ୍ରଣ କରିବାରେ ବିପରୀତ ପରିସ୍ଥିତି ଉପୁଜିଥିଲା। ମୁଣ୍ଡ ପିଛା ୨ଟି ଟିକେଟ ଦେବାକୁ ପୂର୍ବରୁ ସ୍ଥିର ହୋଇଥିବାରୁ ଅନେକ କ୍ରୀଡ଼ାପ୍ରେମୀଙ୍କୁ ଟିକେଟ୍ ମିଳି ନଥିଲା। ଗତକାଲି ରାତିରୁ ଅନିଦ୍ରା ରହି ଟିକେଟ୍ ଚାହୁଁଥିବା ଅନେକ ପ୍ରଶଂସକଙ୍କୁ ନିରାଶ ହେବାକୁ ପଡ଼ିଥିଲା। ପୂର୍ବରୁ ଅନ୍ଲାଇନ୍ ମାଧ୍ୟମରେ ଟିକେଟ୍ ବିକ୍ରି ସମୟରେ ମଧ୍ୟ ହଜାର ହଜାର କ୍ରୀଡ଼ାପ୍ରେମୀ ନିରାଶ ହୋଇଥିଲେ।












Click it and Unblock the Notifications