ସିରାଜଙ୍କ ଉପରକୁ ବଲ ଫିଙ୍ଗିଲେ ଇଂଲିଶ୍ ଦର୍ଶକ, ରାଗିଗଲେ ବିରାଟ; ଆଉ ତାପରେ...

ଦର୍ଶକଙ୍କ ଦ୍ବାରା ଭାରତୀୟ ବୋଲର ମହମ୍ମଦ ସିରାଜଙ୍କ ପ୍ରତି ଅନ୍ୟାୟ କରାଯାଉଥିବା ନେଇ ଅନେକ ଅଭିଯୋଗ ଆସିଛି। ଏବେ ପୁଣି ବୁଧବାର ଦିନ ହେଡିଙ୍ଗଲିରେ ଚାଲିଥିବା ତୃତୀୟ ଟେଷ୍ଟର ପ୍ରଥମ ଦିନରେ ସିରାଜଙ୍କୁ ଇଂଲଣ୍ଡ ସମର୍ଥକମାନେ ଟାର୍ଗେଟ କରିଥିଲେ।

ଲିଡ୍ସ: ଦର୍ଶକଙ୍କ ଦ୍ବାରା ଭାରତୀୟ ବୋଲର ମହମ୍ମଦ ସିରାଜଙ୍କ ପ୍ରତି ଅନ୍ୟାୟ କରାଯାଉଥିବା ନେଇ ଅନେକ ଅଭିଯୋଗ ଆସିଛି। ଏବେ ପୁଣି ବୁଧବାର ଦିନ ହେଡିଙ୍ଗଲିରେ ଚାଲିଥିବା ତୃତୀୟ ଟେଷ୍ଟର ପ୍ରଥମ ଦିନରେ ସିରାଜଙ୍କୁ ଇଂଲଣ୍ଡ ସମର୍ଥକମାନେ ଟାର୍ଗେଟ କରିଥିଲେ। ଅନିୟନ୍ତ୍ରିତ ହେଡିଙ୍ଗଲି ଜନତା ସିରାଜଙ୍କ ଉପକୁ ପ୍ଲାଷ୍ଟିକ ବଲରେ ଆକ୍ରମଣ କରିଥିଲେ।

IND vs ENG

ଭାରତର ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଘଟଣା ବିଷୟରେ କହିଥିଲେ । ଯାହା ପରେ ବିରାଟ କୋହଲି ବହୁତ ରାଗିଯାଇଥିଲେ। ଟିଭି କ୍ୟାମେରାରେ କୋହଲିଙ୍କ କ୍ରୋଧ ଦୃଶ୍ୟମାନ ହେଉଥିଲା। କ୍ରୋଧିତ କୋହଲି ସିରଜଙ୍କୁ ବାଉଣ୍ଡ୍ରୀ ଲାଇନରେ ଫିଲ୍ଡିଂ କରାଇଥିଲେ । ଏହି ସମୟରେ ୱିକେଟ୍ କିପର ପନ୍ତ କହିଛନ୍ତି, "ମୁଁ ଭାବୁଛି ମହମ୍ମଦ ସିରାଜଙ୍କ ଉପରେ କେହି ଜଣେ ବଲ୍ ଫିଙ୍ଗିଥିଲେ। ବିରାଟ କୋହଲି ଏଥିରେ ବିରକ୍ତ ହୋଇଥିଲେ।" ସେ କହିଛନ୍ତି, "ଆପଣ ଯାହା କହିବାକୁ ଚାହାଁନ୍ତି ତାହା କହିପାରିବେ, କିନ୍ତୁ ଫିଲ୍ଡରଙ୍କ ଉପରେ ଜିନିଷ ପକାନ୍ତୁ ନାହିଁ। କ୍ରିକେଟ୍ ପାଇଁ ଏହା ଭଲ ନୁହେଁ, ମୁଁ ଅନୁମାନ କରୁଛି।"

ଲର୍ଡସରେ ଦଳର ଦ୍ୱିତୀୟ ଟେଷ୍ଟ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା 27 ବର୍ଷୀୟ ସିରାଜ ମଧ୍ୟ ଚଳିତ ବର୍ଷ ପ୍ରାରମ୍ଭରେ ଟାର୍ଗେଟର ଶୀକାର ହୋଇଥିଲେ । ଯେତେବେଳେ ତାଙ୍କୁ ଏସସିଜିରେ ଅଷ୍ଟ୍ରେଲୀୟ ଜନତାଙ୍କ ଦ୍ୱାରା ଦୁର୍ବ୍ୟବହାର କରାଯାଇଥିଲା । ଯେଉଁଥିପାଇଁ ଖେଳ ବନ୍ଦ ହୋଇଗଲା । ବାସ୍ତବରେ, ସିରାଜ ହିଁ ଅମ୍ପାୟାରଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ ତାଙ୍କୁ ଅଷ୍ଟ୍ରେଲୀୟ ସମର୍ଥକଙ୍କ ଦ୍ୱାରା ନିର୍ଯାତନା ଦିଆଯାଉଥିଲା। ଏହା ପ୍ରଥମ ଘଟଣା ନୁହେଁ ଯେ ଭାରତୀୟ କ୍ରିକେଟରମାନେ ଇଂରାଜୀ ଦର୍ଶକଙ୍କ ଏହି ଅନିୟନ୍ତ୍ରିତ ଆଚରଣର ସମ୍ମୁଖୀନ ହେଉଛନ୍ତି। ଲର୍ଡସରେ ତୃତୀୟ ଦିନର ଖେଳର ପ୍ରଥମ ଅଧିବେଶନରେ ପ୍ରଶଂସକମାନେ ଭାରତ ଓପନର୍ କେଏଲ୍ ରାହୁଲଙ୍କ ଉପରେ ଏକ ବୋତଲ ଫିଙ୍ଗିଥିଲେ । ଭାରତୀୟ ଦଳ ଏନେଇ କୌଣସି ବିଦ୍ଧିବଦ୍ଧ ଅଭିଯୋଗ ଦାଖଲ କରିବେ କି ନାହିଁ ତାହା ଦେଖିବାକୁ ବାକି ରହିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+