ପ୍ରଥମ ଟେଷ୍ଟ ଦ୍ବିତୀୟ ଦିନ : ଭାରତ ୪୭୧ରେ ଅଲ୍ଆଉଟ୍; ୧୧ ଓଭର ଭିତରେ ଗଲା ୬ ୱିକେଟ୍
ମାତ୍ର ୪୧ ରନ୍ ଭିତରେ ଶେଷ ୬ଟି ୱିକେଟ୍ ଝଡ଼ି ପଡ଼ିଲା ଟିମ୍ ଇଣ୍ଡିଆର । ଆଉ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସର ୪୭୧ ରନରେ ଅଲଆଉଟ୍ ହୋଇଗଲା ଶୁବମନ ଗିଲଙ୍କ ଦଳ ।
ତିନି ତିନିଟି ଶତକ ଏବଂ ଗିଲ୍ ଓ ଋଷଭ ପନ୍ତଙ୍କ ବଡ଼ ଭାଗିଦାରୀ ସତ୍ତ୍ବେ ଭାରତର ବ୍ୟାଟିଂ ଦୁର୍ଗ ଏଭଳି ଭାବେ ଭୁଶୁଡ଼ି ପଡ଼ିବ ବୋଲି କେହି ଆଶା କରି ନଥିଲେ । ହେଲେ ଗିଲ୍ ଆଉଟ୍ ହେଲା ବେଳକୁ ଦଳର ସ୍କୋର ୪ ୱିକେଟରେ ୪୩୦ ରନ୍ ଥିଲା । ଏହାପରେ ଲଗାତାର ୱିକେଟ୍ ଝଡ଼ି ୪୭୧ ରନରେ ଅଲଆଉଟ୍ ହୋଇ ଯାଇଥିଲା । ମାତ୍ର ୧୧ ଓଭର ଭିତରେ ଖେଳ ଖତମ୍ ।
ଇଂଲଣ୍ଡ ବୋଲରମାନେ ପ୍ରଥମେ ୱିକେଟ୍ ପାଇବାକୁ ଖୁବ୍ ସଂଘର୍ଷ କରୁଥିଲେ । ହେଲେ ଏହି ସମୟ ଭିତରେ ଯୋଶ୍ ଟଙ୍ଗ ଓ ଅଧିନାୟକ ବେନ୍ ଷ୍ଟୋକସ ୪ଟି ଲେଖାଏଁ ୱିକେଟ୍ ନେଇ ଭାରତୀୟ ଦଳକୁ ଆଜିର ଲଞ୍ଚ ବିରତି ପରେ ଅଲଆଉଟ୍ କରି ଦେଲେ ।

ପୂର୍ବରୁ ଓପ୍ନର ଯଶସ୍ବୀ ଜୟସ୍ବାଲ ୧୦୧, କେଏଲ୍ ରାହୁଲ ୪୧, ଅଧିନାୟକ ଶୁବମନ ଗିଲ୍ ୨୨୭ ବଲରେ ୧୪୭ ରନ୍ (୧୯ ଚୌକା, ୧ ଛକା) ସ୍କୋର କରିଥିଲେ । ପନ୍ତ ୧୭୮ ବଲ୍ ଖେଳି ବିସ୍ଫୋରକ ୧୩୪ ରନ୍ (୧୨ ଚୌକା ଓ ଛକା) କରିଥିଲେ । ଦଳର ଅନ୍ୟମାନେ ଜଣକ ପରେ ଜଣେ ଖୁବ୍ ଶୀଘ୍ର ପାଭିଲିୟନ ଫେରି ଯାଇଥିଲେ । ଅଧିନାୟକ ଗିଲ୍ ଭରସା କରିଥିବା ଦୁଇ ଖେଳାଳି ସାଇ ସୁଦର୍ଶନ ଏବଂ କରୁଣ ନାୟାର ୪ଟି ଲେଖାଏଁ ବଲ୍ ଖେଳି 'ଶୂନ'ରେ ଆଉଟ୍ ହୋଇଥିଲେ ।
ଶେଷ ଖବର ସୁଦ୍ଧା ଇଂଲଣ୍ଡ ଦଳ ତାର ପ୍ରଥମ ଇନିଂସ୍ ଆରମ୍ଭ କରିବା ପୂର୍ବରୁ ବର୍ଷା ଯୋଗୁଁ ଖେଳ ବନ୍ଦ ରହିଛି ।












Click it and Unblock the Notifications