ବାତିଲ ହେଲା ଇଂଲଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟ
ବାତିଲ ହେଲା ମାଞ୍ଚେଷ୍ଟର ଟେଷ୍ଟ। ମାଞ୍ଚେଷ୍ଟରରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚକୁ ସଂପୂର୍ଣ୍ଣ ବାତିଲ କରାଯାଇଛି।
ମାଞ୍ଚେଷ୍ଟର: ବାତିଲ ହେଲା ମାଞ୍ଚେଷ୍ଟର ଟେଷ୍ଟ। ମାଞ୍ଚେଷ୍ଟରରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚକୁ ସଂପୂର୍ଣ୍ଣ ବାତିଲ କରାଯାଇଛି। କରୋନା ଯୋଗୁଁ ମ୍ୟାଚ୍ ସଂପୂର୍ଣ୍ଣ ବାତିଲ ହୋଇଥିବା ସୂଚନା ମିଳିଛି। କରୋନା କାରଣରୁ ଇଂଲଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟ ବାତିଲ ହୋଇଛି ।

ଉଭୟ ବୋର୍ଡ ସଂପୂର୍ଣ୍ଣ ମ୍ୟାଚ୍ ବାତିଲ ନେଇ ସହମତ ହୋଇଥିଲା। ଏହାପରେ ପଞ୍ଚମ ଟେଷ୍ଟ ମ୍ୟାଚକୁ ସଂପୂର୍ଣ୍ଣ ରଦ୍ଦ କରିଦିଆଯାଇଛି। ମ୍ୟାଚ ବାତିଲ ହୋଇଥିଲେ ହେଁ ଭାରତ ସିରିଜ୍ରେ ୨-୧ରେ ଆଗୁଆ ରହିଛି।
ଭାରତୀୟ ଦଳର ସହକାରୀ 'ଯୋଗେଶ ପରମର ଗୁରୁବାର ଦିନ କୋଭିଡ୍-୧୯ ପଜିଟିଭ୍ ହୋଇଥିବା କଥା ପରୀକ୍ଷାରୁ ଜଣାପଡ଼ିବା ପରେ 'ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇଣ୍ଡିଆ' ଏବଂ ''ଇଂଲଣ୍ଡ୍ କ୍ରିକେଟ୍ ବୋର୍ଡ' ମଧ୍ୟରେ ଗଭୀର ଆଲୋଚନା ହୋଇଥିଲା। ତା'ପରେ ମ୍ୟାଚ୍ ବାତିଲ ନେଇ ନିଷ୍ପତ୍ତି ହୋଇଛି ।
ପୂର୍ବରୁ ମୁଖ୍ୟ କୋଚ ରବି ଶାସ୍ତ୍ରୀ, ବୋଲିଂ କୋଚ ଭାରତ ଅରୁଣ ଓ ଫିଲ୍ଡିଂ କୋଚ ଆର ଶ୍ରୀଧର କରୋନା ସଂକ୍ରମିତ ହୋଇ ଲଣ୍ଡନରେ ଆଇସୋଲେସନରେ ରହିଛନ୍ତି। ବୁଧବାର ସକାଳେ ଭାରତୀୟ ଦଳ ଅଭ୍ୟାସ କରିଥିଲା। ହୋଟେଲକୁ ଫେରିବା ପରେ ପରମାର ଅସୁସ୍ଥ ଅନୁଭବ କରିଥିଲେ। ଅପରାହ୍ଣରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ରିପୋର୍ଟ ପଜିଟିଭ ବାହାରିବା ପରେ ଭାରତୀୟ ଦଳ ଉପରେ କଟକଣା ଜାରି କରାଯାଇଥିଲା। ସୂଚନାଯୋଗ୍ୟ, ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଭାରତ ୨-୧ରେ ଆଗୁଆ ରହିଥିଲା ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications