For Quick Alerts
Turn On Notification  
For Daily Alerts
Oneindia App Download

ବାତିଲ ହେଲା ଇଂଲଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟ

ବାତିଲ ହେଲା ମାଞ୍ଚେଷ୍ଟର ଟେଷ୍ଟ। ମାଞ୍ଚେଷ୍ଟରରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚକୁ ସଂପୂର୍ଣ୍ଣ ବାତିଲ କରାଯାଇଛି।

|

ମାଞ୍ଚେଷ୍ଟର: ବାତିଲ ହେଲା ମାଞ୍ଚେଷ୍ଟର ଟେଷ୍ଟ। ମାଞ୍ଚେଷ୍ଟରରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚକୁ ସଂପୂର୍ଣ୍ଣ ବାତିଲ କରାଯାଇଛି। କରୋନା ଯୋଗୁଁ ମ୍ୟାଚ୍ ସଂପୂର୍ଣ୍ଣ ବାତିଲ ହୋଇଥିବା ସୂଚନା ମିଳିଛି। କରୋନା କାରଣରୁ ଇଂଲଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟ ବାତିଲ ହୋଇଛି ।

IND vs ENG

ଉଭୟ ବୋର୍ଡ ସଂପୂର୍ଣ୍ଣ ମ୍ୟାଚ୍ ବାତିଲ ନେଇ ସହମତ ହୋଇଥିଲା। ଏହାପରେ ପଞ୍ଚମ ଟେଷ୍ଟ ମ୍ୟାଚକୁ ସଂପୂର୍ଣ୍ଣ ରଦ୍ଦ କରିଦିଆଯାଇଛି। ମ୍ୟାଚ ବାତିଲ ହୋଇଥିଲେ ହେଁ ଭାରତ ସିରିଜ୍‌ରେ ୨-୧ରେ ଆଗୁଆ ରହିଛି।

ଭାରତୀୟ ଦଳର ସହକାରୀ 'ଯୋଗେଶ ପରମର ଗୁରୁବାର ଦିନ କୋଭିଡ୍‌-୧୯ ପଜିଟିଭ୍ ହୋଇଥିବା କଥା ପରୀକ୍ଷାରୁ ଜଣାପଡ଼ିବା ପରେ 'ବୋର୍ଡ ଅଫ୍ କଣ୍ଟ୍ରୋଲ୍‌ ଫର୍‌ କ୍ରିକେଟ୍‌ ଇଣ୍ଡିଆ' ଏବଂ ''ଇଂଲଣ୍ଡ୍‌ କ୍ରିକେଟ୍‌ ବୋର୍ଡ' ମଧ୍ୟରେ ଗଭୀର ଆଲୋଚନା ‌ହୋଇଥିଲା। ତା'ପରେ ମ୍ୟାଚ୍ ବାତିଲ ନେଇ ନିଷ୍ପତ୍ତି ହୋଇଛି ।

ପୂର୍ବରୁ ମୁଖ୍ୟ କୋଚ ରବି ଶାସ୍ତ୍ରୀ, ବୋଲିଂ କୋଚ ଭାରତ ଅରୁଣ ଓ ଫିଲ୍ଡିଂ କୋଚ ଆର ଶ୍ରୀଧର କରୋନା ସଂକ୍ରମିତ ହୋଇ ଲଣ୍ଡନରେ ଆଇସୋଲେସନରେ ରହିଛନ୍ତି। ବୁଧବାର ସକାଳେ ଭାରତୀୟ ଦଳ ଅଭ୍ୟାସ କରିଥିଲା। ହୋଟେଲକୁ ଫେରିବା ପରେ ପରମାର ଅସୁସ୍ଥ ଅନୁଭବ କରିଥିଲେ। ଅପରାହ୍ଣରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ରିପୋର୍ଟ ପଜିଟିଭ ବାହାରିବା ପରେ ଭାରତୀୟ ଦଳ ଉପରେ କଟକଣା ଜାରି କରାଯାଇଥିଲା। ସୂଚନାଯୋଗ୍ୟ, ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଭାରତ ୨-୧ରେ ଆଗୁଆ ରହିଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
IND vs ENG: Final Test has been Canceled
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X