IND vs ENG: ଟସ ହାରିଲେ କୋହଲି, ବୁମରା ଦେଖାଇଲେ ଯାଦୁ
ଭାରତ ବନାମ ଇଂଲଣ୍ଡ ଟେଷ୍ଟି ସିରିଜର ପ୍ରଥମ ମ୍ୟାଚ ଆଜି ସ୍ଥାନୀୟ ଟ୍ରେଣ୍ଡ ବ୍ରିଜ ଷ୍ଟାଡିୟମରେ ଆରମ୍ଭୋ ହୋଇଯାଇଛି । ତେବେ ମ୍ୟାଚରେ ଟସ ହାରିବା ପରେ ପ୍ରଥମେ ବୋଲିଂ କରୁଛି ଭ୍ରମଣକାରୀ ଭାରତୀୟ ଦଳ ।
ନଟ୍ଟିଂହାମ୍: ଭାରତ ବନାମ ଇଂଲଣ୍ଡ ଟେଷ୍ଟି ସିରିଜର ପ୍ରଥମ ମ୍ୟାଚ ଆଜି ସ୍ଥାନୀୟ ଟ୍ରେଣ୍ଡ ବ୍ରିଜ ଷ୍ଟାଡିୟମରେ ଆରମ୍ଭୋ ହୋଇଯାଇଛି । ତେବେ ମ୍ୟାଚରେ ଟସ ହାରିବା ପରେ ପ୍ରଥମେ ବୋଲିଂ କରୁଛି ଭ୍ରମଣକାରୀ ଭାରତୀୟ ଦଳ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଇଂଲଣ୍ଡ କ୍ୟାପଟେନ୍ ଜୋ ରୁଟ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାାହା ତାଙ୍କୁ ଆରମ୍ଭରୁ ମହଙ୍ଗା ପଡିଲାଣି । ଭାରତ ପାଇଁ ପ୍ରଥମ ୱିକେଟ ଅକ୍ତିଆର କରିଛନ୍ତି ଜସପ୍ରୀତ ବୁମରା ।

ମ୍ୟାଚରେ ଭାରତୀୟ ଦଳରେ ସେଭଳି ଆଖିଦୃଶିଆ ପରିବର୍ତ୍ତନ କରାଯାଇନାହିଁ। ମୟଙ୍କ ଅଗ୍ରୱାଲ୍ ଆହତ କାରଣରୁ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଲୋକେଶ ରାହୁଲଙ୍କ ସାମିଲ କରାଯାଇଛି। ରାହୁଲ୍ ରୋହିତ୍ ଶର୍ମାଙ୍କ ସହ ଇନିଂସ୍ ଓପନ୍ କରିବେ। ମିଡଲ୍ ଅର୍ଡରରେ ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, କ୍ୟାପଟେନ୍ ବିରାଟ କୋହଲି, ଋଷଭ ପନ୍ତ ରହିଛନ୍ତି। ବୋଲିଂରେ ଭାରତ ୪ ପେସ୍ ବୋଲର ସହ ଓହ୍ଲାଇବ। ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର ଓ ମହମ୍ମଦ ଶାମିଙ୍କ ବ୍ୟତୀତ ସ୍ପିନର ଅଲରାଉଣ୍ଡର ଭାବେ ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନ ମିଳିଛି। ପେସ୍ ବୋଲର ଈଶାନ୍ତ ଶର୍ମା ଓ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ବାଦ୍ ଦିଆଯାଇଛି।
ଭାରତ: ରୋହିତ୍ ଶର୍ମା, ଲୋକେଶ ରାହୁଲ୍, ଚେତେଶ୍ୱର ପୂଜାରା, ବିରାଟ୍ କୋହଲି (କ୍ୟାପଟେନ୍), ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ (ୱିକେଟ୍ କିପର), ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଜସପ୍ରୀତ ବୁମରା, ମହମ୍ମଦ ଶାମି, ମହମ୍ମଦ ସିରାଜ।
ଇଂଲଣ୍ଡ: ରୋରୀ ବର୍ନସ୍, ଡମ୍ ସିବଲେ, ଜ୍ୟାକ୍ କ୍ରଲୀ, ଜୋ ରୁଟ୍ (କ୍ୟାପଟେନ୍), ଜନ୍ନି ବେୟାରଷ୍ଟୋ, ଡାନ୍ ଲରେନ୍ସ, ଜୋସ୍ ବଟଲର (ୱିକେଟକିପର), ସାମ୍ କୁରାନ, ଓଲି ରବିନସନ୍, ଷ୍ଟୁଆର୍ଟ ବ୍ରଡ୍, ଜେମ୍ସ ଆଣ୍ଡରସନ୍।












Click it and Unblock the Notifications