Ind vs Eng: ଘରୋଇ ଗ୍ରାଉଣ୍ଡରେ ଭାରତର ଶୋଚନୀୟ ପରାଜୟ
ଚେନ୍ନାଇ ଟେଷ୍ଟରେ ଇଂଲଣ୍ଡ ଭାରତକୁ 227 ରନରେ ପରାସ୍ତ କରି ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ 1-0 ଅଗ୍ରଣୀ ହାସଲ କରିଛି।
ଚେନ୍ନାଇ: ଅଷ୍ଟ୍ରେଲିଆ ମାଟିରେ କଙ୍ଗରୁ ଦଳ ବିପକ୍ଷ ଟେଷ୍ଟ ସିରିଜରେ ଏକ ଚମତ୍କାର ବିଜୟ ପଞ୍ଜିକରଣ କରିବା ପରେ ଘରୋଇ ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ଶୋଚନୀୟ ପରାଜୟର ସମ୍ମୁଖିନ ହୋଇଛି । ଚେନ୍ନାଇ ଟେଷ୍ଟରେ ଇଂଲଣ୍ଡ ଭାରତକୁ 227 ରନରେ ପରାସ୍ତ କରି ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ 1-0 ଅଗ୍ରଣୀ ହାସଲ କରିଛି।
ଇଂଲଣ୍ଡର 578 ରନର ପ୍ରଥମ ଇନିଂସ ଜବାବରେ ଭାରତୀୟ ଦଳ ପ୍ରଥମ ପାଳିରେ ମାତ୍ର 337 ରନ୍ କରିଥିଲା। ଯଦିଓ ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଦଳକୁ 178 ରନରେ ଭାରତୀୟ ବୋଲର ମାନେ ରୋକିବାରେ ସକ୍ଷମ ହୋଇଥିଲେ । କିନ୍ତୁ ସେତେବେଳକୁ ଇଂଲଣ୍ଡର ଅଗ୍ରଣୀ ଯଥେଷ୍ଟ ଅଧିକ ଥିଲା ଏବଂ ଜିତିବା ପାଇଁ ଭାରତ ଆଗରେ 420 ରନର ଏକ ବଡ଼ ଲକ୍ଷ୍ୟ ଥିଲା । ତେବେ ଏହି ଟାର୍ଗେଟକୁ ପିଛା କରି ଭାରତୀୟ ଇନିଂସ ମାତ୍ର 192 ରନରେ ସୀମିତ ହୋଇଗଲା । ଘରୋଇ ଦଳ ପକ୍ଷରୁ 2ୟ ପାଳିରେ ଅଧିନାୟକ ବିରାଟ କୋହଲି ସର୍ବାଧିକ 72 ରନ କରି ପାରିଥିଲେ ।

ଭାରତୀୟ ଦଳ କ୍ରମାଗତଭାବେ ଇଂରାଜୀ ସ୍ପିନରଙ୍କ ଦ୍ୱାରା ଚାପରେ ରହୁଥିଲା । ପ୍ରଥମ ଇନିଂସରେ ଡୋମ ବେସଙ୍କ ଘାଚ ବୋଲିଂ ଏବଂ ଦ୍ୱିତୀୟ ଇନିଂସରେ ଜ୍ୟାକ୍ ଲିଚ୍ ହିଁ କ୍ରମାଗତ ଭାବେ ବୋଲିଂ କରିବାରେ ଟିମ୍ ଇଣ୍ଡିଆକୁ ଅସୁବିଧାରେ ପକାଇଥିଲେ। ଏଥର ଲିଚଙ୍କୁ 4ଟି ୱିକେଟ୍ ମିଳିଛି।
4ର୍ଥ ଦିନର ଅସମାପ୍ତ ଖେଳ 39/1ରୁ 5ମ ଦିନ ଆରମ୍ଭ କରିଥିଲା ଭାରତ । ମାତ୍ର ଚେତେଶ୍ୱର ପୂଜାରାଙ୍କ ଭଳି ଖେଳା ସ୍ପିନ ବଲର ଶିଖାର ହୋଇ ପାଭିଲିଅନ ଫେରିବା ପରେ ଦ ଚିନ୍ତା ବଢିବାକୁ ଲାଗିଥିଲା । ଜ୍ୟାକ୍ ଲିଚ୍ ତାଙ୍କ ୱିକେଟ ନେଇଥିଲେ । ତା'ପରେ ଜେମ୍ସ ଆଣ୍ଡରସନଙ୍କ ଶୋ 'ଚାଲିଥିଲା । ଯିଏ କେବଳ ନିଜ ଦକ୍ଷତାର ଶକ୍ତିରେ ମ୍ୟାଚରେ 3ଟି ବଡ ୱିକେଟ୍ ନେଇଥିଲେ। 50 ରନ୍ ସ୍କୋର କରିଥିବା ଶୁବମାନ ଗିଲ ଏବଂ ପରେ ରାହାନେଙ୍କୁ ଆକାଉଣ୍ଟ ଖୋଲିବାକୁ ଦେଇନଥିଲେ ଆଣ୍ଡରସନ। ଏଠାରୁ ହିଁ ଭାରତୀୟ ଇନିଂସ ଶେଷ ହେବା ନିଶ୍ଚିତ ହେବାରେ ଲାଗିଲା।
Lunch on Day 5 of the 1st Test.
India have lost five wickets in the morning session.
Scorecard - https://t.co/VJF6Q62aTS #INDvENG @Paytm pic.twitter.com/x1eWYUxNqH
— BCCI (@BCCI) February 9, 2021
ଯଦିଓ ପନ୍ତଙ୍କ ଠାରୁ କିଛି ଆଶା ଥିଲା । କିନ୍ତୁ ଆଣ୍ଡରସନ ତାଙ୍କୁ 11 ରନ ସ୍କୋରରେ ରୁଟଙ୍କ ହାତରେ ଧରା ପକାଇ ପାଭିଲିଅନ ପଠାଇଥିଲେ । ଏହା ପରେ ବିରାଟ କୋହଲି ଏକାକି ଆରପଟରେ ଅପରାଜି ହୋଇ ରହିଥିଲେ । ଶେଷରେ ବେନ ଷ୍ଟୋକ୍ସ ବିରାଟ କୋହଲିଙ୍କ ରୂପରେ ମ୍ୟାଚର ବଡ ୱିକେଟ୍ ନେଇଥିଲେ। କୋହଲି 72 ରନ୍ କରି ପାଭିଲିଅନ ଫେରିଥିଲେ। ଶେଷ ୱିକେଟ ଭାବେ ଜସପ୍ରୀତ ବୁମରା ଆଉଟ ହେବା ପରେ ମ୍ୟାଚ ହାରିଥିଲା ଘରୋଇ ଦଳ ।












Click it and Unblock the Notifications