IND vs ENG: ପ୍ରଥମ ଟି-୨୦ ରେ ଭାରତକୁ ୧୩୩ ରନର ଟାର୍ଗେଟ ଦେଲା ଇଂଲଣ୍ଡ
ପ୍ରଥମ ଟି-୨୦ ରେ ଇଂଲଣ୍ଡର ଇନିଂସ ୧୩୨ ରନରେ ଶେଷ ହୋଇଛି। ଭାରତ ଆଗରେ ୧୩୩ ରନ୍ ର ଟାର୍ଗେଟ ଦେଇଛି। ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରି ଇଂଲଣ୍ଡକୁ 20 ଓଭରରେ 132 ରନରେ ଅଲଆଉଟ୍ କରିଥିଲେ। ଇଂଲଣ୍ଡ ପକ୍ଷରୁ ଅଧିନାୟକ ଜୋସ୍ ବଟଲର୍ ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ ୪୪ ବଲ୍ରେ ୮ଟି ଚୌକା ଏବଂ ୨ଟି ଛକା ସହାୟତାରେ ୬୮ ରନ୍ କରିଥିଲେ । ଇଂଲଣ୍ଡର କେବଳ ତିନି ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିଥିଲେ ଏବଂ ବଟଲରଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟସମ୍ୟାନ ପ୍ରଭାବିତ କରିପାରି ନଥିଲେ।

ଭାରତ ଏହି ମ୍ୟାଚ୍ ପାଇଁ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ପ୍ଲେଇଂ-୧୧ରେ ସାମିଲ କରି ନଥିଲା, କିନ୍ତୁ ଅର୍ଶଦୀପ ସିଂହ ଦାୟିତ୍ୱ ନେଇଥିଲେ ଏବଂ ଆରମ୍ଭରେ ଭ୍ରମଣକାରୀ ଦଳକୁ ଦୁଇଟି ଝଟକା ଦେଇ ଭାରତକୁ ଏକ ଭଲ ଆରମ୍ଭ ଦେଇଥିଲେ। ଏହା ସହିତ, ଅର୍ଶଦୀପ ଟି-୨୦ ଆନ୍ତର୍ଜାତୀୟରେ ଭାରତ ପାଇଁ ସବୁଠାରୁ ସଫଳ ବୋଲର ହୋଇଗଲେ।












Click it and Unblock the Notifications