For Quick Alerts
Turn On Notification  
For Daily Alerts
Oneindia App Download

ଓଭାଲ ଟେଷ୍ଟ: ପ୍ରଥମେ ବ୍ୟାଟିଂ କରିବ ଭାରତ

ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଟସ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଛି ବିରାଟ କୋହଲିଙ୍କ ନେତୃତ୍ୱଧିନ ଟିମ ଇଣ୍ଡିଆ। ଦଳରେ ଦୁଇଟି ପରିବର୍ତ୍ତନ କରଯାଇଛି ।

|

ଓଭାଲ: ଭାରତୀୟ ଦଳର ଇଂଲଣ୍ଡ ଗସ୍ତର ଆଜି ଖେଳାଯାଉଛି 4ର୍ଥ ଟେଷ୍ଟ ମ୍ୟାଚ । ପାଞ୍ଚ ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟି ସିରିଜରେ 1-1ରେ ବରାବର ରହିଛି । ଫଳରେ ଏହି ମ୍ୟାଚ ନିର୍ଣ୍ଣାୟକ ମୋଡ ନେବାକୁ ଯାଉଛି । ତେବେ ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଟସ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଛି ବିରାଟ କୋହଲିଙ୍କ ନେତୃତ୍ୱଧିନ ଟିମ ଇଣ୍ଡିଆ। ଦଳରେ ଦୁଇଟି ପରିବର୍ତ୍ତନ କରଯାଇଛି ।

IND vs ENG

ଇଶାନ୍ତ ଶର୍ମା ଓ ମହମ୍ମଦ ଶାମୀଙ୍କ ସ୍ଥାନରେ ଚୁଡାନ୍ତ ଏକାଦଶରେ ସାମିଲ ହୋଇଛନ୍ତି ଉମେଶ ଯାଦବ ଓ ଶାର୍ଦ୍ଦୁଲ ଠାକୁର । ତେବେ ଗତକାଲି ଦଳରେ ଯୋଗ ଦେଇଥିବା ଯୁବ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସ୍ଥାନ ମିଳି ନାହିଁ । ସେହିପରି ବିଶ୍ବ ବୋଲିଂ ମାନ୍ୟତାର ଦୁଇ ନମ୍ବର ସ୍ଥାନରେ ଥିବା ରବି ଅଶ୍ୱିନଙ୍କ ଏକାଦଶରେ ସାମିଲ ନ କରାଯିବା ମଧ୍ୟ ଆଶ୍ଚର୍ଯ୍ୟକର କଥା ହୋଇଛି ।

ସେହିପରି ଇଂଲଣ୍ଡ ଦଳରେ ମଧ୍ୟ ଦୁଇଟି ପରିବର୍ତ୍ତନ କରାଯାଇଛି । ୱିକେଟକିପର ଜସ ବଟଲରଙ୍କ ସ୍ଥାନରେ ଇଂଲିସ ଏକାଦଶରେ ସାମିଲ ହୋଇଛନ୍ତି ଓଲି ପୋପ୍ ଓ ସାମ କରଣଙ୍କ ସ୍ଥାନରେ କ୍ରିସ୍ ୱକ୍ସଙ୍କୁ ସ୍ଥାନ ଦିଆଯାଇଛି ।

ଭାରତୀୟ ଚୁଡାନ୍ତ ଏକାଦଶ: ରୋହିତ ଶର୍ମା, କେଏଲ ରାହୁଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଉମେଶ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ ।

ଇଂଲଣ୍ଡ ଚୁଡାନ୍ତ ଏକାଦଶ: ରୋରୀ ବର୍ନସ୍, ହସିବ ହାମିଦ, ଡେଭିଡ ମାଲାନ, ଜୋ ରୁଟ, ଓଲି ପୋପ୍, ଜନି ବେୟାରଷ୍ଟୋ, ମୋଇନ ଅଲି, କ୍ରିସ ୱକ୍ସ, କ୍ରେଗ ଓଭରଟନ୍, ଓଲି ରବିନ୍ସନ୍, ଜେମ୍ସ ଆଣ୍ଡରସନ୍ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
IND vs ENG: England have won the toss and have opted to field
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X