ଓଭାଲ ଟେଷ୍ଟ: ପ୍ରଥମେ ବ୍ୟାଟିଂ କରିବ ଭାରତ
ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଟସ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଛି ବିରାଟ କୋହଲିଙ୍କ ନେତୃତ୍ୱଧିନ ଟିମ ଇଣ୍ଡିଆ। ଦଳରେ ଦୁଇଟି ପରିବର୍ତ୍ତନ କରଯାଇଛି ।
ଓଭାଲ: ଭାରତୀୟ ଦଳର ଇଂଲଣ୍ଡ ଗସ୍ତର ଆଜି ଖେଳାଯାଉଛି 4ର୍ଥ ଟେଷ୍ଟ ମ୍ୟାଚ । ପାଞ୍ଚ ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟି ସିରିଜରେ 1-1ରେ ବରାବର ରହିଛି । ଫଳରେ ଏହି ମ୍ୟାଚ ନିର୍ଣ୍ଣାୟକ ମୋଡ ନେବାକୁ ଯାଉଛି । ତେବେ ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଟସ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଛି ବିରାଟ କୋହଲିଙ୍କ ନେତୃତ୍ୱଧିନ ଟିମ ଇଣ୍ଡିଆ। ଦଳରେ ଦୁଇଟି ପରିବର୍ତ୍ତନ କରଯାଇଛି ।

ଇଶାନ୍ତ ଶର୍ମା ଓ ମହମ୍ମଦ ଶାମୀଙ୍କ ସ୍ଥାନରେ ଚୁଡାନ୍ତ ଏକାଦଶରେ ସାମିଲ ହୋଇଛନ୍ତି ଉମେଶ ଯାଦବ ଓ ଶାର୍ଦ୍ଦୁଲ ଠାକୁର । ତେବେ ଗତକାଲି ଦଳରେ ଯୋଗ ଦେଇଥିବା ଯୁବ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସ୍ଥାନ ମିଳି ନାହିଁ । ସେହିପରି ବିଶ୍ବ ବୋଲିଂ ମାନ୍ୟତାର ଦୁଇ ନମ୍ବର ସ୍ଥାନରେ ଥିବା ରବି ଅଶ୍ୱିନଙ୍କ ଏକାଦଶରେ ସାମିଲ ନ କରାଯିବା ମଧ୍ୟ ଆଶ୍ଚର୍ଯ୍ୟକର କଥା ହୋଇଛି ।
ସେହିପରି ଇଂଲଣ୍ଡ ଦଳରେ ମଧ୍ୟ ଦୁଇଟି ପରିବର୍ତ୍ତନ କରାଯାଇଛି । ୱିକେଟକିପର ଜସ ବଟଲରଙ୍କ ସ୍ଥାନରେ ଇଂଲିସ ଏକାଦଶରେ ସାମିଲ ହୋଇଛନ୍ତି ଓଲି ପୋପ୍ ଓ ସାମ କରଣଙ୍କ ସ୍ଥାନରେ କ୍ରିସ୍ ୱକ୍ସଙ୍କୁ ସ୍ଥାନ ଦିଆଯାଇଛି ।
ଭାରତୀୟ ଚୁଡାନ୍ତ ଏକାଦଶ: ରୋହିତ ଶର୍ମା, କେଏଲ ରାହୁଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଉମେଶ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ ।
ଇଂଲଣ୍ଡ ଚୁଡାନ୍ତ ଏକାଦଶ: ରୋରୀ ବର୍ନସ୍, ହସିବ ହାମିଦ, ଡେଭିଡ ମାଲାନ, ଜୋ ରୁଟ, ଓଲି ପୋପ୍, ଜନି ବେୟାରଷ୍ଟୋ, ମୋଇନ ଅଲି, କ୍ରିସ ୱକ୍ସ, କ୍ରେଗ ଓଭରଟନ୍, ଓଲି ରବିନ୍ସନ୍, ଜେମ୍ସ ଆଣ୍ଡରସନ୍ ।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ ! -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା












Click it and Unblock the Notifications