Get Updates
Get notified of breaking news, exclusive insights, and must-see stories!

IND vs ENG: ଆରମ୍ଭରୁ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ

ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଛି । ଇଂଲଣ୍ଡ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।

ଅହମ୍ମଦାବାଦ: ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଛି । ଇଂଲଣ୍ଡ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳ ୨-୧ରେ ଆଗୁଆ ରହିଥିବା ବେଳେ ଏହି ମ୍ୟାଚ୍ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି । କାରଣ ଯଦି ଭାରତ ମ୍ୟାଚ୍ ହାରିଯାଏ ତେବେ ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ଖେଳିବାର ସୁଯୋଗ ପାଇବ । ଯଦି ଭାରତୀୟ ଦଳ ଏହି ମ୍ୟାଚ୍ ଜିତେ କିମ୍ବା ଡ୍ର 'କରେ, ତେବେ ଟିମ ଇଣ୍ଡିଆ ଜୁନ୍ 14 ରେ ଲର୍ଡ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଫାଇନାଲ ମ୍ୟାଚ୍ ପାଇଁ ଯୋଗ୍ୟତା ଅର୍ଜନ କରିବ ।

ଭାରତ ବନାମ ଇଂଲଣ୍ଡ 4ର୍ଥ ଟେଷ୍ଟ:

ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ ଭ୍ରମଣକାରୀ ଦଳର ଅଧିନାୟକ ଜୋ ରୁଟ । ତେବେ ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମ ପୂର୍ବ ମ୍ୟଚ ପରି ସ୍ପିନଙ୍କୁ ସହାୟକ ହୋଇଛି । ଆରମ୍ଭରୁ ଘରୋଇ ଦଳର ଯୁବ ସ୍ପିନର ଅକ୍ସର ପଟେଲ ୱିକେଟ ପାଇଛନ୍ତି । ସେହିପରି ପେସର ମହମ୍ମଦ ସିରାଜ ମଧ୍ୟ ଗୋଟିଏ ୱିକେଟ ହାସଲ କରି ସାରିଛନ୍ତି । ତେବେ ଶେଷ ଅପଡେଟ ସୁଦ୍ଧା 24 ଓଭରରେ 3 ୱିକେଟ ହରାଇ 72ରନ କରିଛି ଇଂଲଣ୍ଡ ।

 IND vs ENG

ତେବେ ଭାରତୀୟ ଦଳ ସେମାନଙ୍କ ପ୍ରିମିୟର ପେସର ଜସପ୍ରୀତ ବୁମ୍ରା ବିନା ଏହି ମ୍ୟାଚ ଖେଳୁଛି । ବୁମରାଙ୍କ ଅନୁପସ୍ଥିତିରେ ଉମେଶ ଯାଦବଙ୍କୁ ଏକ ସୁଯୋଗ ମିଳିପାରେ ବୋଲି ବିଶ୍ୱାସ କରାଯାଉଥିଲା, କିନ୍ତୁ ମହମ୍ମଦ ସିରାଜ ପୁଣି ଥରେ ଦଳ ଫେରାଇଛି । ଗତି ବିଭାଗକୁ ଇଶାନ୍ତ ଶର୍ମା ଏବଂ ସିରାଜ ପରିଚାଳନା କରୁଥିବାବେଳେ ସ୍ପିନ୍ ବିଭାଗରେ ରବିଚନ୍ଦ୍ରନ୍ ଅଶ୍ୱୀନଙ୍କ ନେତୃତ୍ୱରେ ଅକ୍ସର ପଟେଲ ଏବଂ ୱାଶିଂଟନ୍ ସୁନ୍ଦର ବୋଲିଂର ଯତ୍ନ ନେବେ। ବାକି ବ୍ୟାଟିଂରେ କୌଣସି ପରିବର୍ତ୍ତନ ହୋଇନାହିଁ।

ଅନ୍ୟପକ୍ଷରେ ଇଂଲଣ୍ଡ ଦଳରେ ବଡ଼ ପରିବର୍ତ୍ତନ ଘଟୁଛି। ଜୋଫ୍ରା ଆର୍ଚର ଏବଂ ଷ୍ଟୁଆର୍ଟ ବ୍ରଡଙ୍କ ଭଳି ଦ୍ରୁତ ବୋଲରଙ୍କୁ ବାଦ୍ ଦିଆଯାଇଛି। ଏହା ସହ ଡୋମ ବେସ ସ୍ପିନର ଇଂଲଣ୍ଡ ଦଳରେ ପ୍ରବେଶ କରିଥିବାବେଳେ ଡାନ ଲରେନ୍ସ ମଧ୍ୟ ଫେରିଛନ୍ତି।

  • ଭାରତୀୟ ଏକାଦଶ: ରୋହିତ ଶର୍ମା, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ୱାଶିଂଟନ୍ ସୁନ୍ଦର, ଅକ୍ସର ପଟେଲ, ରବିଚନ୍ଦ୍ରନ ଅଶ୍ୱୀନ, ଇଶାନ୍ତ ଶର୍ମା, ମହମ୍ମଦ ସିରାଜ ।
  • ଇଂଲଣ୍ଡ ଏକାଦଶ: ଡୋମିନିକ୍ ସିବିଲି, ଜ୍ୟାକ୍ କ୍ରାଉଲି, ଜନି ବେୟାରଷ୍ଟୋ, ଜୋ ରୁଟ୍ (ଅଧିନାୟକ), ବେନ୍ ଷ୍ଟୋକ୍ସ, ଓଲି ପୋପ୍, ବେନ୍ ଫକ୍ସ, ଡାନିଏଲ୍ ଲରେନ୍ସ, ଡୋମିନିକ୍ ବେସ୍, ଜ୍ୟାକ୍ ଲିଚ୍, ଜେମ୍ସ ଆଣ୍ଡରସନ୍ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+