Ind vs Eng, Day-Night Test: ମୋଟେରାରେ ଇଂଲଣ୍ଡର ପ୍ରଥମ ବ୍ୟାଟିଂ
ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଥିବା ଡେ/ନାଇଟ ଟେଷ୍ଟରେ ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।
ଅହଦାବାଦ: ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଥିବା ଡେ/ନାଇଟ ଟେଷ୍ଟରେ ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଦୁଇ ଦଳ ମଧ୍ୟରେ 4 ମ୍ୟାଚ୍ ବିଶିଷ୍ଟ ସିରିଜର ଏହା ହେଉଛି ତୃତୀୟ ମ୍ୟାଚ୍ । ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଏବଂ ଦ୍ୱିତୀୟ ମ୍ୟାଚ୍ ଭାରତ ଜିତିଥିଲା। ଏହି ସିରିଜ୍ ବର୍ତ୍ତମାନ 1-1ରେ ବରାବର ରହିଛି । ତେବେ ଶେଷ ଅପଡେଟ ସୁଦ୍ଧା ଦୁଇ ୱିକେଟ ହରାଇ 27 ରନ କରିଛି ଇଂଲଣ୍ଡ ।
Toss Update!
England have won the toss & elected to bat against #TeamIndia in the third @Paytm #INDvENG Test.
Follow the match 👉 https://t.co/mdTZmt9WOu pic.twitter.com/dfXBK8XPCn
— BCCI (@BCCI) February 24, 2021
ସମସ୍ତ ଆଶାକୁ ଖଣ୍ଡନ କରି ଏହି ମ୍ୟାଚରେ ଭାରତ କେବଳ ତିନୋଟି ସ୍ପିନରଙ୍କୁ ଖେଳାଇଛି । ମୋଟ ଦୁଇଟି ପରିବର୍ତ୍ତନ ସହ ଟିମ୍ ଇଣ୍ଡିଆ ମ୍ୟାଚ୍ରେ ପ୍ରବେଶ କରିଛି। ମହମ୍ମଦ ସିରାଜଙ୍କ ସ୍ଥାନରେ ଜସପ୍ରୀତ ବୁମରାଙ୍କୁ ସ୍ଥାନ ମିଳିଛି । ସେ ଇଶାନ୍ତ ଶର୍ମାଙ୍କ ସହ ଦ୍ୱିତୀୟ ପେସର୍ ହେବେ। ଏହା ହେଉଛି ଇଶାନ୍ତଙ୍କ 100 ତମ ଟେଷ୍ଟ ମ୍ୟାଚ୍ । ଦ୍ୱିତୀୟ ପରିବର୍ତ୍ତନ ହେଉଛି କୁଲଦୀପ ଯାଦବଙ୍କ ସ୍ଥାନରେ ୱାଶିଂଟନ୍ ସୁନ୍ଦରଙ୍କୁ ଏକାଦଶରେ ସାମିଲ କରାଯାଇଛି । ଭାରତୀୟ ଦଳ ଅକ୍ସର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ ଏବଂ ସୁନ୍ଦର 3 ସ୍ପିନ ହୋଇଛନ୍ତି ।

- ଭାରତୀୟ ଏକାଦଶ- ରୋହିତ ଶର୍ମା, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ୱାଶିଂଟନ୍ ସୁନ୍ଦର, ଅକ୍ସର ପଟେଲ, ରବିଚନ୍ଦ୍ରନ୍ ଅଶ୍ୱୀନ୍, ଇଶାନ୍ତ ଶର୍ମା, ଜସପ୍ରୀତ ବୁମରା ।
- ଇଂଲଣ୍ଡ ଏକାଦଶ- ଡୋମିନିକ୍ ସିବଲି, ଜାକ କ୍ରୋଲି, ଜନ୍ନି ବେୟାରଷ୍ଟୋ, ଜୋ ରୁଟ୍ (ଅଧିନାୟକ), ବେନ୍ ଷ୍ଟୋକ୍ସ, ଓଲି ପୋପ୍, ବେନ୍ ଫକ୍ସ, ଜୋଫ୍ରା ଆର୍ଚର, ଜ୍ୟାକ୍ ଲିଚ୍, ଷ୍ଟୁଆର୍ଟ ବ୍ରଡ୍, ଜେମ୍ସ ଆଣ୍ଡରସନ୍ ।












Click it and Unblock the Notifications