Get Updates
Get notified of breaking news, exclusive insights, and must-see stories!

IND vs ENG: ପିଙ୍କ ବଲରେ ପଟେଲଙ୍କ ଜଲୱା, ପ୍ରଥମ ଇନିଂସରେ 112 ରନରେ ଇଂଲଣ୍ଡ ଅଲଆଉଟ

ଭାରତ ବନାମ ଇଂଲଣ୍ଡ ମଧ୍ୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଚାରି ମୟ୍ଚା ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚରେ ଇଂଲଣ୍ଡର ପ୍ରଥମ ଇନିଂସ ମାତ୍ର 112 ରନ୍ ସଂଗ୍ରହ କରିଛି।

ଅହମ୍ମଦାବାଦ: ଭାରତ ବନାମ ଇଂଲଣ୍ଡ ମଧ୍ୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଚାରି ମୟ୍ଚା ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚରେ ଇଂଲଣ୍ଡର ପ୍ରଥମ ଇନିଂସ ମାତ୍ର 112 ରନ୍ ସଂଗ୍ରହ କରିଛି। ଅକ୍ସର ପଟେଲ ଭାରତ ପାଇଁ ସର୍ବାଧିକ 6 ୱିକେଟ୍ ହଲ ନେଇଛନ୍ତି। ଅକ୍ସର 6 ଟି, ରବିଚନ୍ଦ୍ରନ ଅଶ୍ୱିନ 3ଟି ୱିକେଟ୍ ନେଇଛନ୍ତି। ସେହିପରି ଇଶାନ୍ତ ଶର୍ମା ଗୋଟିଏ ୱିକେଟ୍ ପାଇଥିଲେ।

ଇଂଲଣ୍ଡ ପାଇଁ ଏକମାତ୍ର ଓପନର୍ ଜ୍ୟାକ୍ କ୍ରାଉଲି ଯିଏ 53 ରନର ଇନିଂସ ଖେଳିଥିଲେ। ପ୍ରଥମ ସିଜିନ ପରେ ମଧ୍ୟ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଅଧିକ ସମୟ କ୍ରିଜରେ ତିଷ୍ଠି ରହି ପାରି ନଥିଲେ । ଦ୍ୱିତୀୟ ସିଜିନ ଆରମ୍ଭ ପରେ ଇନିଂସର 28 ତମ ଓଭରରେ ଓଲି ପୋପ୍ (1) ଆର ଅଶ୍ୱିନଙ୍କ ଦ୍ୱାରା, 29 ତମ ଓଭରରେ ଅକ୍ସର ପଟେଲଙ୍କ ଦ୍ବାର ବେନ ଷ୍ଟୋକ୍ସ (6) ଆଉଟ ହୋଇଥିଲେ । 35 ତମ ଓଭରରେ ଜୋଫ୍ରା ଆର୍ଚର (11)ଙ୍କୁ ଅକ୍ସର ପାଭିଲିଅନ ପଠାଇଥିଲେ । ତା'ପରେ 38 ତମ ଓଭରରେ ଜ୍ୟାକ୍ ଲିଚ୍ (3) ଅଶ୍ୱୀନଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ଅକ୍ସର 47ତମ ଓଭରରେ ଷ୍ଟୁଆର୍ଟ ବ୍ରଡ (29 ବଲରୁ 3) ଏବଂ 49 ଓଭରରେ ବେନ ଫକ୍ସ (12) କୁ ଆଉଟ କରିଥିଲେ। ଆଣ୍ଡରସନ 0 ରନରେ ଅପରାଜିତ ରହିଥିଲେ। ଫଳସ୍ୱରୂପ ଇଂଲଣ୍ଡର ପ୍ରଥମ ଇନିଂସ 112 ରନରେ ଶେଷ ହୋଇଥିଲା।

IND vs ENG

ପ୍ରଥମ ସିଜିନ ଶେଷ ସୁଦ୍ଧା ଇଂଲଣ୍ଡ ଚାରିଟି ୱିକେଟ୍ ହରାଇଥିଲା, ତଥାପି ପ୍ରଥମ ଅଧିବେଶନରେ ଭାରତୀୟ ସ୍ପିନ୍ ବୋଲରମାନେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ପ୍ରଥମ ଅଧିବେଶନ ଶେଷରେ ପ୍ରଥମ ଇନିଂସରେ ଇଂଲଣ୍ଡ 27 ଓଭରରେ 4 ୱିକେଟ୍ ହରାଇ 81 ରନ୍ ସଂଗ୍ରହ କରିଥିଲା। ଏହି ଭାରତ ପାଇଁ ସ୍ପିନର ଅକ୍ସର ପଟେଲ ୨ଟି ୱିକେଟ୍ ନେଇଥିବାବେଳେ ଆର ଅଶ୍ୱିନ ଏବଂ ଇଶାନ୍ତ ଶର୍ମା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+