IND vs ENG: ଭାରତୀୟ ଟି-20 ଦଳରେ ଆଇପିଏଲ ଷ୍ଟାର, ସୂର୍ଯ୍ୟଙ୍କ ପ୍ରତୀକ୍ଷା ଶେଷ

ଆଗାମୀ ଭାରତ ବନାମ ଇଂଲଣ୍ଡ ଟି-୨୦ ସିରିଜ୍ ପାଇଁ 19 ସଦସ୍ୟ ଦଳ ଘୋଷଣା କରିଛି ବିସିସିଆଇ ।

ଅହମଦାବାଦ: ଆଗାମୀ ଭାରତ ବନାମ ଇଂଲଣ୍ଡ ଟି-୨୦ ସିରିଜ୍ ପାଇଁ 19 ସଦସ୍ୟ ବିଶିଷ୍ଟ ଭାରତୀୟ ଟି-20 ଦଳ ଘୋଷଣା କରିଛି ବିସିସିଆଇ । ତେବେ ଚଳିତ ଟେଷ୍ଟ ସିରିଜ୍ ପରେ ମାର୍ଚ୍ଚ 12ରୁ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ 5 ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜ୍ ଖେଳିବ ଭାରତ । ଚଳିତ ବର୍ଷରଟି -20 ବିଶ୍ୱକପ ଦୃଷ୍ଟିରୁ ଏହି ସିରିଜ୍ ଉଭୟ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଚୟନକର୍ତ୍ତାମାନେ ଏହି ଟି-20 ସିରିଜ୍ ପାଇଁ 19 ଜଣିଆ ଦଳ ଘୋଷଣା କରିଛନ୍ତି।

IND vs ENG

ଇଂଲଣ୍ଡ ବିପକ୍ଷ ଟି-20 ସିରିଜ୍ ପାଇଁ ଚୟନକର୍ତ୍ତାମାନେ ଘୋଷଣା କରିଥିବା ଭାରତୀୟ ଦଳରେ ଆଇପିଏଲ୍ 2020ରେ ଚମତ୍କାର ପ୍ରଦର୍ଶନ କରିଥିବା ଖେଳାଳି ମାନେ ସାମଲି ଅଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଗସ୍ତରେ ମନୋନୀତ ହୋଇଥିବା ଯୁବ ସ୍ପିନର ବରୁଣ ଚକ୍ରବର୍ତ୍ତୀ ମଧ୍ୟ ଏହି ଦଲକୁ ଫେରିଛନ୍ତି । ଏଥି ସହିତ ରାଜସ୍ଥାନ ରୟାଲ୍ସ ପାଇଁ ଆଇପିଏଲର 13 ତମ ସିଜନରେ ଏକ ବଡ଼ ବଡ ହିଟ୍ସ ମାରିଥିବା ଅଲରାଉଣ୍ଡର ରାହୁଲ ତେୱାଟିଆଙ୍କୁ ଚୟନକର୍ତ୍ତାମାନେ ଭାରତୀୟ ଦଳରେ ସ୍ଥାନ ଦେଇଛନ୍ତି । ସେହିପରି ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇଶାନ କିଶନଙ୍କୁ ମଧ୍ୟ ଏଥର ଚୟନ କର୍ତ୍ତାମାନେ ନିରାଶ କରି ନାହାନ୍ତି । ସେହିପରି ବହୁ ଚର୍ଚ୍ଚିତ ଆଇପିଏଲର ନାମ ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ଏହି ସିରିଜରେ ସୁଯୋଗ ମିଳିଛି ।

ଏମାନଙ୍କ ବ୍ୟତୀତ ଚୟନକର୍ତ୍ତାମାନେ ଦୀର୍ଘ ସମୟ ପରେ ଅକ୍ସର ପଟେଲଙ୍କୁ ସୁଯୋଗ ଦେଇଥିବାବେଳେ ପ୍ରାୟ 1 ବର୍ଷ ଧରି ସୀମିତ ଓଭର କ୍ରିକେଟ୍ ବାହାରେ ଥିବା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ମଧ୍ୟ ଫେରି ଆସିଛନ୍ତି। ଦୀର୍ଘ ଦିନ ଧରି ଆଘାତରେ ପୀଡିତ ଭୁବନେଶ୍ୱର କୁମାରଙ୍କୁ ମଧ୍ୟ ଏହି ସିରିଜ ମାଧ୍ୟମରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରୁଥିବା ଦେଖିବାକୁ ମିଳିବ।

ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ:

  • ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), କେ.ଏଲ୍ ରାହୁଲ, ଶିଖର ଧୱନ, ଶ୍ରେୟସ୍ ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ (ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍), ୟୁଜବେନ୍ଦ୍ର ଚହଲ, ବରୁଣ ଚକ୍ରବର୍ତ୍ତୀ, ଅକ୍ସର ପଟେଲ, ୱାଶିଂଟନ୍ ସୁନ୍ଦର, ରାହୁଲ ତେୱାଟିଆ, ଟି. ନଟରାଜନ୍, ଭୁବନେଶ୍ୱର କୁମାର, ଦୀପକ ଚହର, ନବଦୀପ ସାଇନି ଏବଂ ଶାର୍ଦ୍ଦୁଲ ଠାକୁର।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+