IND vs ENG: ବାରବାଟୀ ଦିନିକିଆ ଆଉ ୨ ଦିନ: ଆଜି ପହଞ୍ଚିବେ ଖେଳାଳି

ବାରବାଟୀ ଦିନିକିଆ ପାଇଁ ଉଭୟ ଭାରତ ଓ ଇଂଲଣ୍ଡ ଦଳ ଆଜି ଭୁବନେଶ୍ବରରେ ପହଞ୍ଚିବେ। ଉଭୟ ଦଳର ଖେଳାଳି ଗୁରୁବାର ପ୍ରଥମ ମ୍ୟାଚ୍ ଖେଳି ସାରି ପରଦିନ ନାଗପୁରରୁ ଏଠାକୁ ଆସିବେ।

ସ୍ବତନ୍ତ୍ର ବିମାନ ରାତି ୭.୪୦ରେ ସ୍ଥାନୀୟ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରିବା ପରେ କଡ଼ା ସୁରକ୍ଷା ମଧ୍ୟରେ ‌ସେମାନଙ୍କୁ ଦଳୀୟ ହୋଟେଲକୁ ନିଆଯିବ। ଏଥିଲାଗି ଆଜି କମିସନରେଟ୍ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାର କଡ଼ା ଯାଞ୍ଚ କରାଯାଇଛି। ମକ୍ ଡ୍ରିଲ୍ ସହ କାର୍‌ ‌କେଡ୍‌ରେ ଦୁଇ ଦଳର ବସ୍‌କୁ ନିଆଯିବାର ରିହରସାଲ୍ କରାଯାଇଛି।

IND vs ENG Barbati Day 2

ଶନିବାରଠାରୁ ସୋମବାର ଖେଳାଳିମାନେ ବାହୁଡ଼ିବା ପର୍ଯ୍ୟନ୍ତ ହୋଟେଲ ବାହାରେ କଡ଼ା ପହରା ବ୍ୟବସ୍ଥା କରାଯିବ। ସେହିଭଳି ଶୁକ୍ରବାର ଖେଳାଳିମା‌ନେ ବିଶ୍ରାମ ନେବା ପରେ ଶନିବାର କଟକ ଯାଇ ବାରବାଟୀରେ ଅଭ୍ୟାସ କରିବେ। ଇଂଲଣ୍ଡ ଖେଳାଳିମାନେ ଅପରାହ୍‌ଣ ୧ରୁ ୪ ଏବଂ ଭାରତୀୟ ଦଳ ୪ରୁ ୮ଟା ପର୍ଯ୍ୟନ୍ତ ଅଭ୍ୟାସ କରିବେ।

ପୁଣି କଡ଼ା ସୁରକ୍ଷା ଭିତରେ ବାରବାଟୀରୁ ଦଳୀୟ ହୋଟେଲକୁ ଫେରିବେ। ରବିବାର କଟକ ଯାଇ ମ୍ୟାଚ୍ ଖେଳିବେ। ସେହିଦିନ ଭୁବନେଶ୍ବରରେ ରହି ପରଦିନ ତୃତୀୟ ତଥା ଶେଷ ମ୍ୟାଚ୍ ଖେଳିବା ଲାଗି ଗୁଜରାଟର ଅହମଦାବାଦ ଯାତ୍ରା କରିବେ।

ପ୍ରଥମ୍ ଦିନିକିଆରେ ଚମକିଲା ଭାରତ

ନାଗପୁରରେ ଖେଳାଯାଇଥିବା ଭାରତ ବନାମ ଇଂଲଣ୍ଡ ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ଇଂଲଣ୍ଡକୁ ୪ ଉଇକେଟ୍‌ରେ ପରାସ୍ତ କରିଛି। ଟିମ ଇଣ୍ଡିଆର ବିଜୟରେ ଶୁଭମନ ଗିଲ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛନ୍ତି, ଯିଏକି ୮୭ ରନର ଇନିଂସ ଖେଳଛନ୍ତି। ତେବେ ତାଙ୍କ ବ୍ୟତୀତ ଶ୍ରେୟସ ଆୟର ଏବଂ ଅକ୍ଷର ପଟେଲ ମଧ୍ୟ ଅର୍ଦ୍ଧଶତକ ହାସଲ କରି ଭାରତୀୟ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି।

ଟିମ ଇଣ୍ଡିଆ ପକ୍ଷରୁ ମଧ୍ୟ ଦୃଢ଼ ବୋଲିଂ କରାଯାଇଥିଲା, ହର୍ଷିତ ରାଣା ଏବଂ ରବିନ୍ଦ୍ର ଜାଡେଜା ତିନୋଟି ଲେଖାଏ ଉଇକେଟ୍‌ ନେଇଛନ୍ତି। ଟିମ ଇଣ୍ଡିଆ ଏହି ମ୍ୟାଚରେ ୬୮ ବଲ ବାକି ଥାଇ ଜିତି ନେଇଥିଲା।

ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଇଂଲଣ୍ଡ ଦଳ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା। ଫିଲ ସଲ୍ଟ ଏବଂ ବେନ ଡକେଟ ପ୍ରଥମ ୮ ଓଭରରେ ୭୧ ରନ୍‌ କରିଥିଲେ। ଏହା ପରେ ଇଂଲଣ୍ଡ ଦଳ କୌଣସି ବଡ଼ ଭାଗୀଦାରି କରିପାରିଲା ନାହିଁ। ଜସ ବଟଲର୍‌ ଏବଂ ଜାକବ ବେଥେଲ ନିଶ୍ଚିତ ଭାବରେ ଅର୍ଦ୍ଧଶତକ ହାସଲ କରିଥିଲେ, କିନ୍ତୁ ଜୋ ରୁଟ ଏବଂ ହ୍ୟାରି ବ୍ରୁକ ସମେତ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ ଏବଂ ସମଗ୍ର ଦଳ ୨୪୮ ରନରେ ଅଲଆଉଟ ହୋଇଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+