For Quick Alerts
Turn On Notification  
For Daily Alerts
Oneindia App Download

IND vs ENG: ଅଶ୍ୱୀନଙ୍କ ଶତକ, ଅକ୍ସରଙ୍କ 5 ୱିକେଟ ହଲ, ଚେପକରେ ଚିତପଟାଙ୍ଗ ବ୍ରିଟିସ ଦଳ

ଇଂଲଣ୍ଡ ବିପକ୍ଷରେ ଭାରତ ପ୍ରଥମ ଟେଷ୍ଟ ପରାୟଜର ପ୍ରତିଶୋଧ ନେଇଛି। ପ୍ରଥମ ମ୍ୟାଚରେ 227 ରନ୍ ହରାଇଥିବା ଟିମ୍ ଇଣ୍ଡିଆ ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡକୁ 317 ରନରେ ପରାସ୍ତ କରିଛି ।

|

ଚେନ୍ନାଇ: ଇଂଲଣ୍ଡ ବିପକ୍ଷରେ ଭାରତ ପ୍ରଥମ ଟେଷ୍ଟ ପରାୟଜର ପ୍ରତିଶୋଧ ନେଇଛି। ପ୍ରଥମ ମ୍ୟାଚରେ 227 ରନ୍ ହରାଇଥିବା ଟିମ୍ ଇଣ୍ଡିଆ ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡକୁ 317 ରନରେ ପରାସ୍ତ କରିଛି । ଏହା ସହିତ 4 ମ୍ୟାଚ୍ ବିଶିଷ୍ଟ ସିରିଜ୍ ୧-୧ରେ ବରାବର ହୋଇଛି।

ବିଜୟ ପାଇଁ ଭାରତ ଇଂଲଣ୍ଡକୁ 482 ରନର ଲକ୍ଷ୍ୟ ଦେଇଥିଲା ଭାରତ । ମଧ୍ୟାହ୍ନ ଭୋଜନ ପରେ ଅତିଥି ଦଳ 164 ରନରେ ଅଲଆଉଟ ହୋଇଥିଲେ । ପ୍ରଥମ ଇନିଂସରେ ଇଂଲଣ୍ଡ ମାତ୍ର 134 ରନ୍ ସଂଗ୍ରହ କରିଥିଲା। ଭାରତ ପାଇଁ ଦ୍ୱିତୀୟ ଇନିଂସରେ ଅକ୍ସର ପଟେଲ 5ଟି ୱିକେଟ୍ ନେଇଥିଲେ। ଚତୁର୍ଥ ଦିନରେ ଭାରତ ଦିନର ପ୍ରଥମ ୱିକେଟ୍ ଡାନିଏଲ୍ ଲରେନ୍ସ ଆକାରରେ ପାଇଲା । ଅଶ୍ୱିନଙ୍କ ଓଭରରେ ଷ୍ଟମ୍ପ ଆଉଟ ହୋଇଥିଲା ସେ । ଷ୍ଟୋକ୍ସ (8) ପରେ ଭାରତ ଅଲି ପୋପ୍ (12) ଏବଂ ବେନ୍ ଫୋକ୍ସ (2)ଙ୍କୁ ଶସ୍ତାରେ ଆଉଟ କରିଥିଲା ।

IND vs ENG

ତେବେ ମଧ୍ୟାହ୍ନ ଭୋଜନ ପରେ କ୍ୟାପଟେନ ରୁଟ 33 ରନରେ ପଟେଲଙ୍କ ଶିକାର ହୋଇଥିଲେ। ଏହା ପରେ ନିମ୍ନ କ୍ରମରେ ମୋଇନ୍ ଅଲ୍ଲୀ କିଛି ସମୟ ପାଇଁ କ୍ରିଜରେ ଜମି ରହିଥିଲେ । ମାତ୍ର ହାତ ଇଂଲଣ୍ଡ ବିଜୟ ପାଇଁ ପର୍ଯ୍ୟପ୍ତ ନଥିଲା । ଶେଷରେ କୁଲଦୀପ ଯାଦବ ତାଙ୍କୁ ଷ୍ଟମ୍ପ ଆଉଟ କରି ଭାରତକୁ ବିଜୟ ଭେଟି ଦେଇଥିଲେ ।

ଭାରତ ପାଇଁ ଅକ୍ସର ପଟେଲ 60 ରନ ବ୍ୟୟରେ 5 ୱିକେଟ୍ ନେଇଥିଲେ। ଅଶ୍ୱିନ୍ 53 ରନ ବ୍ୟୟରେ 3 ୱିକେଟ୍ ନେଇଥିଲେ। କୁଲଦୀପ ଯାଦବ 25 ରନ୍ ବ୍ୟୟରେ 2 ୱିକେଟ୍ ନେଇଥିଲେ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
IND vs ENG: Ashwin's century, Akshar's 'punch', India crushed England to level 1-1
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X