Ind vs Eng: ଭାରତୀୟ ଦଳ ନାମରେ ଏହି ଅଲୋଡା ରେକର୍ଡ, 20 ବର୍ଷ ତଳେ ବି ଏମିତି ହୋଇଥିଲା

ଘରୋଇ ଦଳର ପ୍ରଥମ ପାଳିରେ ସମସ୍ତ 10 ବ୍ୟାଟ୍ସମ୍ୟାନ କ୍ୟାଚ ଆଉଟ ହୋଇ ପାଭିଲିଅନ ଫେରିଛନ୍ତି ।

ଚେନ୍ନାଇ: ସ୍ଥାନୀୟ ଏମ ଚିଦାମ୍ୱରମ ଷ୍ଟାଡିମୟରେ ଚାଲିଥିବା ଭାରତ ବନାମ ଇଂଲଣ୍ଡ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଘରୋଇ ଦଳ ନାମରେ ଲେଖାଯାଇଛି ଏମିତି ଏକ ଅଲୋଡା ରେକର୍ଡ । ଯାହା ଭାରତୀୟ କ୍ରିକେଟ ଇତିହାସର ଏକ ଖରାପ ପୃଷ୍ଠା ବୋଲି କହି ପାରିବା । ଚତୁର୍ଥ ଦିନରେ ଭାରତୀୟ ଦଳ ପ୍ରଥମ ପାଳିରେ 337 ରନ୍ ସ୍କୋର କରି ଅଲ-ଆଉଟ ହୋଇଛି । ଫଳରେ ଭ୍ରମଣକାରୀ ଇଂଲଣ୍ଡ ଦଳକୁ 242ରନ ଲିଡ ମିଳିଥିଲା ।

ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଘରୋଇ ଦଳର ପ୍ରଥମ ପାଳିରେ ସମସ୍ତ 10 ବ୍ୟାଟ୍ସମ୍ୟାନ କ୍ୟାଚ ଆଉଟ ହୋଇ ପାଭିଲିଅନ ଫେରିଛନ୍ତି । ଅର୍ଥାତ ସମସ୍ତ ବ୍ୟାଟ୍ସମ୍ୟାନ ଖରାପ ସର୍ଟ ଖେଳି ଆଉଟ ହୋଇଛନ୍ତି । ଯାହା ଭାରତୀୟ କ୍ରିକେଟ ଇତିହାସରେ 20 ବର୍ଷ ତଳେ ମଧ୍ୟ ଘଟିଥିଲା । ଆଉ ଏହା 3ୟ ଥର ପାଇଁ ହୋଇଛି ।

Ind vs Eng

ଏହାପୂର୍ବରୁ ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍ ଏମିତି ଘଟିଥିଲା । 27 ଫେବୃଆରୀରୁ 1 ମାର୍ଚ୍ଚ 2001 ପର୍ଯ୍ୟନ୍ତ ମୁମ୍ବାଇରେ ଖେଳାଯାଇଥିବା ସିରିଜର ପ୍ରଥମ ମ୍ୟାଚର ପ୍ରଥମ ଇନିଂସରେ ଘରୋଇ ଦଳର 10 ଖେଳାଳି ଷ୍ଟିଭ ୱେ ଙ୍କ ନେତୃତ୍ୱାଧିନ ଅଷ୍ଟ୍ରେଲିଆ ଦ୍ୱାରା କ୍ୟାଚ ଆଉଟ ହୋଇଥିଲେ । ଆହୁରି ମଧ୍ୟ, 1988 ରେ ହାଇଦ୍ରାବାଦରେ ଚାଲିଥିବା ଏକ ଟେଷ୍ଟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳ ସମସ୍ତ ଭାରତୀୟ ଖେଳାଳିଙ୍କୁ ସମାନ ଢଙ୍ଗରେ ଆଉଟ କରିଥିଲେ।

Ind vs Eng

ତେବେ ଆଜି ମ୍ୟାଚର ଚତୁର୍ଥ ଦିନ ସକାଳେ ଭାରତର 4 ଖେଳାଳି କ୍ୟାଚ ଆଉଟ ହୋଇ ପାଭିଲିଅନ ଫେରିଥିଲେ । ପ୍ରଥମ ଇନିଂସରେ 85 ରନ୍ ସ୍କୋର କରିବା ସହ ୱାଶିଂଟନ୍ ସୁନ୍ଦର ଅପରାଜିତ ରହିଥିଲେ। ଏହାପୂର୍ବରୁ ତୃତୀୟ ଦିନ ଶେଷ ସୁଦ୍ଧା ଭାରତର ଟପ ଅର୍ଡର ବ୍ୟାଟ୍ସମ୍ୟାନ୍ ମଧ୍ୟ କ୍ୟାଚ ଆଉଟ ହୋଇ ପାଭିଲିଅନ ଫେରିଥିଲେ। ଏହିପରି ଭାବେ ଇଂଲଣ୍ଡ ଦଳ 10 ଜଣ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଗୋଟିଏ ଇନିଂସରେ କ୍ୟାଚ ଆଉଟ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+