For Quick Alerts
Turn On Notification  
For Daily Alerts
Oneindia App Download

ଏଜବାଷ୍ଟନ ଟେଷ୍ଟ: ଶେଷ ଦିନ ଖେଳ ଆରମ୍ଭ; ବିଜୟ ପାଇଁ ଇଂଲଣ୍ଡକୁ ଆବଶ୍ୟକ 119 ରନ, ଭାରତକୁ 7 ୱିକେଟ୍

ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଏଜବାଷ୍ଟନ ଟେଷ୍ଟର ଆଜି ହେଉଛି ପଞ୍ଚମ ତଥା ଶେଷ ଦିନ । ତେବେ ଆଜିର ଏହି ଶେଷ ଦିନ ଖେଳର ରୋମାଞ୍ଚକର ପରିସ୍ଥିତିରେ ପହଞ୍ଚିଛି ଟେଷ୍ଟ ମ୍ୟାଚ । ଶେଷ ଦିନରେ ବିଜୟ ପାଇଁ ଇଂଲଣ୍ଡକୁ 119 ରନ ଆବଶ୍ୟକ ଥିବା ବେଳେ ଭାରତକୁ ଆବଶ୍ୟକ ରହ

|

ବର୍ମିଂହାମ: ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଏଜବାଷ୍ଟନ ଟେଷ୍ଟର ଆଜି ହେଉଛି ପଞ୍ଚମ ତଥା ଶେଷ ଦିନ । ତେବେ ଆଜିର ଏହି ଶେଷ ଦିନ ଖେଳର ରୋମାଞ୍ଚକର ପରିସ୍ଥିତିରେ ପହଞ୍ଚିଛି ଟେଷ୍ଟ ମ୍ୟାଚ । ଶେଷ ଦିନରେ ବିଜୟ ପାଇଁ ଇଂଲଣ୍ଡକୁ 119 ରନ ଆବଶ୍ୟକ ଥିବା ବେଳେ ଭାରତକୁ ଆବଶ୍ୟକ ରହିଛି 7 ୱିକେଟ୍ ଅକ୍ତିଆର । 5 ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ସିରିଜରେ ଭାରତ 2-1ରେ ଅଗ୍ରଣୀ ରହିଛି । ଭାରତ ଏହି ମ୍ୟାଚ ଜିତିଲେ ଇତିହାସର ରଚିବ । ଅନ୍ୟପଟେ ଘରୋଇ ଇଂଲଣ୍ଡ ଜିତିଲେ ସିରିଜ୍ 2-2ରେ ଡ୍ର ହୋଇଯିବ ।

 IND vs ENG 5th Test

ଭାରତ ନିଜର ଦ୍ୱିତୀୟ ଇନିଂସରେ ସମସ୍ତ ୱିକେଟ ହରାଇ 245 ରନ୍ ସଂଗ୍ରହ କରିଥିଲା । ଏଥି ସହ ପ୍ରଥମ ଇନିଂସର 132 ରନ ଅଗ୍ରଣୀ ଭିତ୍ତିରେ ଇଂଲଣ୍ଡକୁ 378 ରନ ବିଜୟ ଲକ୍ଷ୍ୟ ଦେଇଥିଲା ଭାରତ। ମାତ୍ର ପ୍ରଥମ 3 ଦିନ ପ୍ରଧାନ୍ୟ ବିସ୍ତାର କରି ଆସିଥିବା ଭାରତୀୟ ଦଳ ଏଜବାଷ୍ଟନ୍ ଟେଷ୍ଟର ଚତୁର୍ଥ ଦିନ ସୁଯୋଗ ହାତଛଡ଼ା କରିଛି । କାରଣ ଏହି କଷ୍ଟସାଧ୍ୟ ଲକ୍ଷ୍ୟକୁ ବେନ୍ ଷ୍ଟୋକ୍ସଙ୍କ ଦଳ ସକରାତ୍ମକ ବ୍ୟାଟିଂ କରି ବିଜୟ ଛଡ଼ାଇ ନେବା ଦିଗରେ ଅଗ୍ରସର ହୋଇଛି । ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଘରୋଇ ଦଳ 3 ୱିକେଟରେ 259 ରନ୍ ସଂଗ୍ରହ କରି ଭଲ ସ୍ଥିତିରେ ରହିଛି ।

ପ୍ରଥମରୁ ଇଂଲଣ୍ଡ ଭଲ ବ୍ୟାଟିଂ କରିଥିଲେ ବି କ୍ରମାଗତ 3 ଟି ୱିକେଟ୍ ହରାଇଥିଲା । ପରେ ଜନି ବେୟାରଷ୍ଟୋ (72) ଏବଂ ଜୋ ରୁଟ୍ (76) ରନ କରି ଦଳକୁ ମଜଭୁତ ସ୍ଥତିକୁ ନେଇ ଆସିଛନ୍ତି । ଅଧିନାୟକ ଯସପ୍ରୀତ ବୁମରା ଭଲ ବୋଲିଂ କରି ଦୁଇଟି ୱିକେଟ ନେଇଥିବା ବେଳେ ଭାରତର ଅନ୍ୟ କୌଣସି ବୋଲର ସଫଳତା ପାଇ ନାହାଁନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
IND vs ENG 5th Test, Day 5: Home England Need 119 Runs to Win, India Need 7 Wickets
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X