ଭାରତ ହାତରୁ ଛଡାଇ ନେଲେ ବିଜୟ, ଟେଷ୍ଟ ସିରିଜ ୨-୨ରେ ଡ୍ର
ଭାରତ ବନାମ ଇଂଲଣ୍ଡ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜି ୨-୨ରେ ଡ୍ର ହୋଇଛି । ଆଜି ଶେଷ ହୋଇଥିବା ପଞ୍ଚମ ତଥା ଶେଷ ମ୍ୟାଚର ଶେଷ ଦିନରେ ଘରୋଇ ଇଂଲଣ୍ଡ ବାଜିମାତ୍ କରିଛି । ଭ୍ରମଣକାରୀ ଭାରତୀୟ ଦଳକୁ ୭ ୱିକେଟରେ ପରାସ୍ତ କରିଛି ।
ବର୍ମିଂହାମ: ଭାରତ ବନାମ ଇଂଲଣ୍ଡ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜି ୨-୨ରେ ଡ୍ର ହୋଇଛି । ଆଜି ଶେଷ ହୋଇଥିବା ପଞ୍ଚମ ତଥା ଶେଷ ମ୍ୟାଚର ଶେଷ ଦିନରେ ଘରୋଇ ଇଂଲଣ୍ଡ ବାଜିମାତ୍ କରିଛି । ଭ୍ରମଣକାରୀ ଭାରତୀୟ ଦଳକୁ ୭ ୱିକେଟରେ ପରାସ୍ତ କରିଛି । ଜୋ ରୁଟ୍ ଓ ଜନି ବେୟାରଷ୍ଟୋ ଦମଦାର ବ୍ୟାଟିଂ ଯୋଗୁଁ ଇଂଲଣ୍ଡ ଭାରତ ହାତରୁ ଏହି ମ୍ୟାଚକୁ ଛଡାଇ ନେଇଛି । ଦ୍ୱିତୀୟ ଇଂନିସରେ ଏହି ୨ ବ୍ୟାଟ୍ସମ୍ୟାନ ଶତକୀୟ ଇଂନିସ ଖେଳି ଇଂଲଣ୍ଡକୁ ବିଜୟୀ କରାଇଥିଲେ ।

ପ୍ରଥମ ପାଳିରେ ଭଲ ଖେଳ ଦେଖାଇଥିଲେ ହେଁ ଦ୍ୱିତୀୟ ପାଳିରେ ନୈରାସ୍ୟଜନକ ଖେଳ ପ୍ରଦର୍ଶନ କରିବା ଭାରତୀୟ କ୍ରିକେଟ ଟିମ୍ ପରାଜୟର କାରଣ ହୋଇଛି। ଭାରତ ନିଜର ଦ୍ୱିତୀୟ ଇନିଂସରେ ସମସ୍ତ ୱିକେଟ ହରାଇ 245 ରନ୍ ସଂଗ୍ରହ କରିଥିଲା । ଏଥି ସହ ପ୍ରଥମ ଇନିଂସର 132 ରନ ଅଗ୍ରଣୀ ଭିତ୍ତିରେ ଇଂଲଣ୍ଡକୁ 378 ରନ ବିଜୟ ଲକ୍ଷ୍ୟ ଦେଇଥିଲା ଭାରତ।
ଏହାର ପିଛା କରି ଇଂଲଣ୍ଡ ମାତ୍ର ୨୮୪ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ଯାହା ଭିତରେ ଜନି ବେୟାରଷ୍ଟୋଙ୍କ ଶତକୀୟ ସ୍କୋର ରହିଥିଲା । ସେ ୧୦୫ ରନ କରିଥିଲେ । ଜୋ ରୁଟ୍ ପଞ୍ଚମ ଦିନରେ ତାଙ୍କ ଟେଷ୍ଟ କ୍ୟାରିୟରର ୨୮ତମ ଶତକ ମାରିଛନ୍ତି । ୨୦୨୧ ପରେ ଏହି ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ୪୭ ଇନିଂସରେ ୧୧ଟି ଶତକ ହାସଲ କରିଛନ୍ତି। ରୁଟଙ୍କ ୯ମ ଶତକ ଭାରତ ବିପକ୍ଷରେ ଥିଲା ।
ଏହାଛଡ଼ା ଆଲେକ୍ସ ଲିସ୍ଙ୍କ ୫୬ ରନ୍ ଓ ଜାକ୍ କ୍ରାଓଲେ ୪୬ ରନ୍ଙ୍କ ଯୋଗଦାନ ଟିମ୍ର ବିଜୟରେ ଖୁବ୍ ସହଯୋଗ କରିଥିଲା । ଫଳରେ ଖୁବ୍ ସହଜରେ ୩୭୮ ରନ୍ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ଇଂଲଣ୍ଡ ଦଳ । ଦ୍ୱିତୀୟ ପାଳିରେ ଭାରତୀୟ ବୋଲିଂ ଇଂଲଣ୍ଡର ଖେଳାଳିଙ୍କ ଆଗରେ ପ୍ରଭାବହୀନ ରହିଥିଲା।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ପୁଣି ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ, ଅନେକ ମୃତାହତ -
ହର୍ମୁଜ ପ୍ରଣାଳୀ ବନ୍ଦ ରହିବା ଉଚିତ୍- ମୋଜତାବା












Click it and Unblock the Notifications