ଏଜବାଷ୍ଟନ ଟେଷ୍ଟ: ଇଂଲଣ୍ଡ ସାମ୍ନାରେ ୩୭୮ ରନ ଟାର୍ଗେଟ୍, ହାତରେ ଦେଢ ଦିନ

ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଏଜବାଷ୍ଟନ ଟେଷ୍ଟର ଆଜି ହେଉଛି ଚତୁର୍ଥ ଦିନ । ଭାରତ ନିଜର ଦ୍ୱିତୀୟ ଇନିଂସରେ ସମସ୍ତ ୱିକେଟ ହରାଇ ୨୪୫ ରନ୍ ସଂଗ୍ରହ କରିଛି । ଏଥି ସହ ପ୍ରଥମ ଇନିଂସର ୧୩୨ ରନ ଅଗ୍ରଣୀ ଭିତ୍ତିରେ ଇଂଲଣ୍ଡକୁ ୩୭୮ ରନ ବିଜୟ ଲକ୍ଷ୍ୟ ଦେଇଛି ଭାରତ।

ବର୍ମିଂହାମ: ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଏଜବାଷ୍ଟନ ଟେଷ୍ଟର ଆଜି ହେଉଛି ଚତୁର୍ଥ ଦିନ । ଭାରତ ନିଜର ଦ୍ୱିତୀୟ ଇନିଂସରେ ସମସ୍ତ ୱିକେଟ ହରାଇ ୨୪୫ ରନ୍ ସଂଗ୍ରହ କରିଛି । ଏଥି ସହ ପ୍ରଥମ ଇନିଂସର ୧୩୨ ରନ ଅଗ୍ରଣୀ ଭିତ୍ତିରେ ଇଂଲଣ୍ଡକୁ ୩୭୮ ରନ ବିଜୟ ଲକ୍ଷ୍ୟ ଦେଇଛି ଭାରତ। ତେବେ ଖେଳ ଆହୁରି ଦେଢ ଦିନ ବାକି ଥିବାରୁ ମ୍ୟାଚର ପରିଣାମ କଣ ହେବା ତାହା କହିବା ମୁସ୍କିଲ ହୋଇପଡିଛି ।

IND vs ENG 5th Test

ରିପୋର୍ଟ ଲେଖାଯିବା ସୁଦ୍ଧା ଇଂଲଣ୍ଡ ନିଜର ଦ୍ବିତୀୟ ଇଂନିସରେ ୩ ୱିକେଟ ହାରଇ ୧୯୨ ରନ ସଂଗ୍ରହ କରିଛି । ଲଗାତାର ତିନି ୱିକେଟ ଖସିବା ପରେ ଏବେ ଘରୋଇ ଦଳର ପାଳି ସମ୍ଭାଳିଛନ୍ତି ଜୋ ରୁଟ୍ ଓ ଜନ୍ନି ବେୟାରଷ୍ଟୋ । ଉଭୟ କ୍ଷିପ୍ଣ ଗତିରେ 50 ରନର ଭାଗିଦାରୀ ବାଣ୍ଟିସାରିଛନ୍ତି । ଏପରି ପକ୍ଷରେ ଭାରତକୁ ମ୍ୟାଚ ଉପରେ କବଜା କରିବାକି ହେଲେ ୱିକେଟର ଆବଶ୍ୟକତା ରହିଛି ।

ଭାରତ ନିଜର ପ୍ରଥମ ପାଳିରେ ୪୧୬ ରନ୍ କରିଥିଲା ଏବଂ ଇଂଲଣ୍ଡ ନିଜ ପ୍ରଥମ ଇଂନିସରେ ୨୮୪ ରନ୍ କରିଥିଲା । ପ୍ରଥମ ଇଂନିସ ଶେଷ ସୁଦ୍ଧା ଭାରତୀୟ ଦଳକୁ ୧୩୨ରନର ଲିଡ ମିଳିଥିଲା । ଭାରତ ନିଜର ଦ୍ୱିତୀୟ ପାଳିରେ ୨୪୫ ରନ୍ ସଂଗ୍ରହ କରିଛି । ତୃତୀୟ ଦିନର ଖେଳର ୧୨୫/୩ରୁ ଭାରତ ଚତୁର୍ଥ ଦିନରେ ବ୍ୟାଟିଂ ଆରମ୍ଭ କରିଥିଲା। ହେଲେ ପ୍ରଥମ ସେସନରେ ଭାରତ ୪ଟି ଓ୍ଵିକେଟ୍ ହରାଇଥିଲା। ଗତକାଲି ୫୦ ରନରେ ଅପରାଜିତ ଥିବା ପୂଜାରା ୬୬ ରନ କରି ଆଉଟ୍ ହୋଇଥିଲେ। ପନ୍ତଙ୍କ ସେ ଚତୁର୍ଥ ଓ୍ଵିକେଟ୍ ପାଇଁ ୭୮ ରନ ଯୋଡିଥିଲେ। ଏହା ପରେ ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଶ୍ରେୟସ ଆୟର ୧୯ ରନରେ ଆଉଟ୍ ହୋଇଥିଲେ। ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ପନ୍ତ ଦ୍ଵିତୀୟ ଇନିଂସରେ ବି ୫୭ ରନର ଇନିଂସ ଖେଳି ପାଭିଲିୟନ ଫେରିଥିଲେ।

ଶେଷ ଆଡକୁ ରବୀନ୍ଦ୍ର ଜାଡେଜା କ୍ରିଜରେ ଜମି ରହିଥିଲେ ହେଁ ଅନ୍ୟପଟୁ ଓ୍ଵିକେଟ୍ ଖସି ଚାଲିଥିଲା। ଶାର୍ଦ୍ଦୁଳ ଠାକୁର(୪), ମହମ୍ମଦ ଶାମି(୧୩) ଆଉଟ୍ ହୋଇଥିଲେ। ଜାଡେଜା ୨୩ ରନ କରି ବେନ ଷ୍ଟୋକ୍ସଙ୍କ ଶିକାର ହୋଇଥିଲେ। ବୁମରା (୭) ଶେଷ ବ୍ୟାଟସମ୍ୟାନ ଭାବେ ଆଉଟ୍ ହୋଇଥିଲେ। ଇଂଲଣ୍ଡ ପକ୍ଷରୁ ଅଧିନାୟକ ବେନ ଷ୍ଟୋକ୍ସ ସବୁଠୁ ଅଧିକ ୪ଟି ୱିକେଟ ହାସଲ କରିଛନ୍ତି । ସେହିପରି ଷ୍ଟୁଆର୍ଟ ବ୍ରଡ ଓ ମ୍ୟାଟି ପଟସ ଦୁଇଟି ଲେଖାଏଁ ୱିକେଟ ହାସଲ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+