Get Updates
Get notified of breaking news, exclusive insights, and must-see stories!

IND vs ENG: ପନ୍ତଙ୍କ କଡା ପ୍ରହାର, ପ୍ରଥମ ଦିନରେ ଭାରତ ଠିଆ କଲା ବିଶାଳ ସ୍କୋର

ବର୍ମିଂହାମର ଏଜବାଷ୍ଟନଠାରେ ଖେଳା ଯାଉଥିବା ଭାରତ ବନାମ ଇଂଲଣ୍ଡ 5ମ ଟେଷ୍ଟର ପ୍ରଥମ ଦିନରେ 7 ୱିକେଟ୍ ହରାଇ 338 ରନ୍ ସଂଗ୍ରହ କରିଛି ଭାରତୀୟ ଦଳ । ବର୍ଷା ହେତୁ ପ୍ରଥମ ଦିନର ଖେଳ 73 ଓଭରକୁ ହ୍ରାସ ପାଇଥିଲା । ଋଷଭ ପନ୍ତ 146 ରନର ଚମତ୍କାର ଇନିଂସ ଖେଳିଥିଲେ।

ଏଜବାଷ୍ଟନ: ବର୍ମିଂହାମର ଏଜବାଷ୍ଟନଠାରେ ଖେଳା ଯାଉଥିବା ଭାରତ ବନାମ ଇଂଲଣ୍ଡ 5ମ ଟେଷ୍ଟର ପ୍ରଥମ ଦିନରେ 7 ୱିକେଟ୍ ହରାଇ 338 ରନ୍ ସଂଗ୍ରହ କରିଛି ଭାରତୀୟ ଦଳ । ବର୍ଷା ହେତୁ ପ୍ରଥମ ଦିନର ଖେଳ 73 ଓଭରକୁ ହ୍ରାସ ପାଇଥିଲା । ଋଷଭ ପନ୍ତ 146 ରନର ଚମତ୍କାର ଇନିଂସ ଖେଳିଥିଲେ। ଷ୍ଟମ୍ପ ଅପସାରଣ ବେଳକୁ ରବିନ୍ଦ୍ର ଜାଡେଜା 83 ରନ୍ ସ୍କୋର ଓ ମହମ୍ମଦ ଶାମି 11ଟି ବଲ ଖେଳି କ୍ରିଜରେ ଅପରାଜିତ ରହିଛନ୍ତି । ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।

IND vs ENG

ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଏକ ଚମତ୍କାର ଶତକ ହାସଲ କରି ରବୀନ୍ଦ୍ର ଜାଡେଜାଙ୍କ ସହ ଷଷ୍ଠ ୱିକେଟ୍ ପାଇଁ 222 ରନ୍ ଭାଗିଦାରୀ ବାଣ୍ଟିଥିଲେ। ଟିମ୍ ଇଣ୍ଡିଆର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସହ ଏକ ସମୟରେ ଦଳୀୟ ସ୍କୋର 5 ୱିକେଟ ପାଇଁ 98 ରନ ରହିଥିଲା । କିନ୍ତୁ ପନ୍ତ ଏବଂ ଜାଡେଜାଙ୍କ ଯୁଗଳ ବନ୍ଦି ଦଳର ସ୍କୋରକୁ 320 ପାର କରାଇଥିଲା । ଇନିଂସର 67 ତମ ଓଭରର ଦ୍ୱିତୀୟ ବଲରେ ପନ୍ତ ପାଭିଲିୟନକୁ ଫେରିଥିଲେ। ସେ 111 ବଲରେ 20 ଚୌକା ଓ 4 ଛକା ମାରି 146 ରନର ଶତକୀୟ ପାଳି ଖେଳିଥିଲେ । ଏହା ବିଦେଶ ମାଟିରେ ପନ୍ତଙ୍କ ପଞ୍ଜମ ଶତକ ଥିଲା ।

ବର୍ଷା ହେତୁ 73 ଓଭର ପରେ ଖେଳକୁ ବନ୍ଦ କରିବାକୁ ପଡିଥିଲା । ଭ୍ରମଣକାରୀ ଭାରତୀୟ ଦଳର ଆରମ୍ଭ ଅତି ନୈରାଶ୍ୟଜନକ ଥିଲା ।
ଶୁଭମନ ଗିଲ 17 ଏବଂ ଅଭିଜ୍ଞ ଟେଷ୍ଟ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା 13 ରନ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ। ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କଠାରୁ ଏହି ମ୍ୟାଚରେ ଅନେକ କିଛି ଆଶା ଥିଲା । କିନ୍ତୁ ସେ ମଧ୍ୟ 11 ରନ୍ ସ୍କୋର କରିବା ପରେ ମାଥ୍ୟୁ ପୋଟ୍ସଙ୍କ ଶିକାର ହୋଇଥିଲେ। ହନୁମା ବିହାରୀ 20 ରନ୍ ଯୋଗଦାନ କରିଥିଲେ, ଯେଉଁଥିପାଇଁ ସେ 53 ବଲରେ ଗୋଟିଏ ଚୌକା ହିଟ୍ କରିଥିଲେ ।

ଗତ ବର୍ଷ ଏହି ଟେଷ୍ଟ ସିରିଜ୍ ଖେଳା ଯାଇଥିଲା । କିନ୍ତୁ କରୋନା କାରଣରୁ ପାଞ୍ଚ ଟେଷ୍ଟ ସିରିଜର 5ମ ତଥା ଶେଷ ମ୍ୟାଚକୁ ସ୍ଥଗିତ ରଖିବାକୁ ପଡିଲା। 2022 ମସିହାରେ ଭାରତ ଇଂଲଣ୍ଡ ଗସ୍ତରେ ଏହା ପୁନଃ ସ୍ଥିର କରାଯାଇଥିଲା। ଏହି ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+