For Quick Alerts
Turn On Notification  
For Daily Alerts
Oneindia App Download

କ୍ୟାପଟେନ ବୁମରାଙ୍କ ବୋଲିଂ ଆଟାକରେ ବୁମେରାଂ ବେନ ଷ୍ଟୋକ୍ସଙ୍କ ରଣନୀତି

ଅଲରାଉଣ୍ଡର ରବିନ୍ଦ ଜାଡେଜା ଓ ୱିକେଟକିପର ବ୍ୟାଟ୍ସର ଋଷବ ପନ୍ତଙ୍କ ଶତକ ଓ ପ୍ରଥମଥର ଅଧିନାୟକ ଦାୟିତ୍ବ ନେଇଥିବା ଜସପ୍ରୀତ୍ ବୁମରାଙ୍କ ରେକର୍ଡ ବ୍ୟାଟିଂ ଓ ପରେ ଆଟାକିଂ ବୋଲିଂ ସହାୟତାରେ ଭାରତ ବନାମ ଇଂଲଣ୍ଡ ପଞ୍ଚମ ଟେଷ୍ଟ ମ୍ୟାଚର ଦ୍ବିତୀୟ ଦିନରେ ମଜବୁତ ସ୍ଥିତରେ

|

ବର୍ମିଂହାମ: ବ୍ୟାଟିଂରେ ଜଲୱା ପରେ ବୋଲିଂରେ ଦମଦାର ପ୍ରଦର୍ଶନ । ଅଲରାଉଣ୍ଡର ରବିନ୍ଦ ଜାଡେଜା ଓ ୱିକେଟକିପର ବ୍ୟାଟ୍ସର ଋଷବ ପନ୍ତଙ୍କ ଶତକ ଓ ପ୍ରଥମଥର ଅଧିନାୟକ ଦାୟିତ୍ବ ନେଇଥିବା ଜସପ୍ରୀତ୍ ବୁମରାଙ୍କ ରେକର୍ଡ ବ୍ୟାଟିଂ ଓ ପରେ ଆଟାକିଂ ବୋଲିଂ ସହାୟତାରେ ଭାରତ ବନାମ ଇଂଲଣ୍ଡ ପଞ୍ଚମ ଟେଷ୍ଟ ମ୍ୟାଚର ଦ୍ବିତୀୟ ଦିନରେ ମଜବୁତ ସ୍ଥିତରେ ରହିଛି ଭ୍ରମଣକାରୀ ଦଳ ।

IND vs ENG

ଏହି ମ୍ୟାଚ୍‌ର ଶନିବାର ଦ୍ରିତୀୟ ଦିନରେ ଜାଡେଜା ୧୦୪ ଓ ବୁମରା ୧୬ ବଲରେ ଅପରାଜିତ ୩୧ ରନ କରିବା ଫଳରେ ଭାରତର ପ୍ରଥମ ଇନିଂସ ୪୧୬ ରନରେ ଶେଷ ହୋଇଥିଲା। ଜବାବରେ ଦ୍ଵିତୀୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଇଂଲଣ୍ଡ ପ୍ରଥମ ଇନିଂସରେ ୨୭ ଓଭରରେ ୫ ଓକେଟ ହରାଇ ୮୪ ରନ୍‌ କରିଛି। କ୍ରିଜରେ ଜନ୍ନି ବେୟାରଷ୍ଟୋ ୧୨ ଓ ଅଧିନାୟକ ବେନ ଷ୍ଟୋକ୍ସ କୌଣସି ରନ୍‌ ନକରି ଅପରାଜିତ ରହିଛନ୍ତି । ଅନ୍ୟମାନଙ୍କ ମଧ୍ଯରେ ଆଲେକ୍ସ ଲିଜ୍‌ ୬, ଜ୍ୟାକ୍‌ କ୍ରଲି ୯, ଓଲି ପୋପ୍‌ ୧୦, ଜୋ ରୁଟ୍‌ ୩୧ ରନରେ ଆଉଟ ହୋଇଥିଲେ । ଷ୍ଟୁଆର୍ଟ ବ୍ରଡ୍‌ଙ୍କ ଗୋଟିଏ ଓଭରରେ ୩୫ ରନ୍‌ ମାରିବା ପରେ ବୁମରା ୩ଟି ଏବଂ ମହମ୍ମଦ ସାମି ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରି ଘରୋଇ ଦଳକୁ ବ୍ୟାକ୍‌ ଫୁଟକୁ ଠେଲି ଦେଇଛନ୍ତି ।

ପ୍ରବଳ ବର୍ଷା ଯୋଗୁ ଖେଳ ବାରମ୍ବାର ବ୍ୟାଘାତ ହୋଇଥିଲା । ଯାହା ଭାରତକୁ ଫାଇଦାରେ ରଖିଛି । ଏହି ମ୍ଯାଚରେ ଜାଡେଜା ପ୍ରଥମଥର ବିଦେଶ ମାଟିରେ ଟେଷ୍ଟ ଶତକ ହାସଲ କରିଛନ୍ତି । ଏହା ତାଙ୍କ ଟେଷ୍ଟ କ୍ୟାରିୟରର ତୃତୀୟ ଏବଂ ଏହା ହାସଲ କରିବାକୁ ତାଙ୍କୁ ୧୮୩ଟି ବଲର ସହାୟତା ନେବାକୁ ପଡ଼ିଥିଲା । ପ୍ରଥମ ଦିନ ୮୩ ରନ୍‌ରେ ଅପରାଜିତ ରହିଥିବା ଏହି ଅଲରାଉଣ୍ଡର ୧୯୪ ବଲ୍‌ ଖେଳି ୧୦୪ ରନରେ ଜେମ୍ପ ଆଣ୍ଡରସନଙ୍କ ଦ୍ବାରା ବୋଲ୍ଡ ହୋଇଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
IND vs ENG 5th Test: Captain Bumrah Bowling Attack, Team India in Strong Position
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X