IND vs ENG 4th T20I: ଆଜି ଭାରତ ପାଇଁ 'କର ବା ମର'

ଭାରତ ବନାମ ଇଂଲଣ୍ଡ 5 ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜରେ ୨-୧ରେ ଆଗୁଆ ରହିଛି ଇଂଲଣ୍ଡ। 3ୟ ମ୍ୟାଚରେ ଘରୋଇ ଦଳର ଶୋଚନୀୟ ପରାଜୟ ପରେ ଆସନ୍ତାକାଲି ଖେଳାଯିବ ସିରିଜର 4ର୍ଥ ମ୍ୟାଚ ।

IND vs ENG 4th T20I: ହାତରୁ ଯିବ କି ଘରୋଇ ଟି-20 ସିରିଜ ? ପୁଣି ଏକ ସିରିଜ ପରାଜୟର ସାମ୍ନା କରିବ ଭାରତୀୟ ଦଳ ? ଭାରତ ବନାମ ଇଂଲଣ୍ଡ 5 ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜରେ ୨-୧ରେ ଆଗୁଆ ରହିଛି ଇଂଲଣ୍ଡ। 3ୟ ମ୍ୟାଚରେ ଘରୋଇ ଦଳର ଶୋଚନୀୟ ପରାଜୟ ପରେ ଆଜି(ଗୁରୁବାର) ଖେଳାଯିବ ସିରିଜର 4ର୍ଥ ମ୍ୟାଚ । ଯାହା ଭାରତ ପାଇଁ ନିର୍ଣ୍ଣାୟକ ମ୍ୟାଚ ହେବାକୁ ଯାଉଛି । କାରଣ ଆଜିର ମ୍ୟାଚରେ ପରାଜୟ ଭାରତ ହାତରୁ ଖସି ଯିବ ଟି-20 ସିରିଜ ।

IND vs ENG 4th T20I

କେ.ଏଲ୍ ରାହୁଲଙ୍କ ଲମ୍ବା ଏବଂ ଖରାପ ଫର୍ମ (1, 0 ଏବଂ 0) ରନର ଇନିଂସ ଦଳକୁ ଅସୁବିଧାରେ ପକାଇଛି। ବିରାଟ କୋହଲି ଏବଂ ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର କେଏଲ୍ ରାହୁଲଙ୍କୁ ଟି-20 ର ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ବୋଲି କହିଛନ୍ତି। କିନ୍ତୁ କେଏଲ ରାହୁଲ ଚତୁର୍ଥ ମ୍ୟାଚରେ ଖେଳିବେ କି? ଏହା ହେଉଛି ପ୍ରଶ୍ନ କାରଣ ଦ୍ୱିତୀୟ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କୁ କରିବା ପାଇଁ କିଛି ସୁଯୋଗ ମିଳିନଥିଲା । ମାତ୍ର ସେ ତୃତୀୟ ମ୍ୟାଚରେ ବାଦ ପଡିଥିଲେ । ତେବେ ଏହି ମ୍ୟାଚରେ କେଏଲ ରାହୁଲଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କୁ ଫେରା ଯିବ କି? ଏହା ବ୍ୟତୀତ ୟୁଜବେନ୍ଦ୍ର ଚହଲଙ୍କ ବୋଲିଂ ଆଉ ଏକ ଚିନ୍ତାର ବିଷୟ, ଯିଏ ତିନୋଟି ମ୍ୟାଚ୍‌ରେ ୱିକେଟ୍ ନେଇଛନ୍ତି କିନ୍ତୁ ତାଙ୍କ କୋଟା ମହଙ୍ଗା ପଡିଥିବା ପ୍ରମାଣିତ ହୋଇଛି। ଚହଲ ଏପର୍ଯ୍ୟନ୍ତ ତାଙ୍କ 4 ଓଭର କୋଟାରେ ଯଥାକ୍ରମେ 44, 34 ଏବଂ 41 ରନ୍ ଦେଇଛନ୍ତି। ଏଭଳି ପରିସ୍ଥିତିରେ ଭାରତ ଅକ୍ସର ପଟେଲଙ୍କୁ ଫେରାଇ ଆଣିବାକୁ ଚାହିଁବ, ଯିଏ ବ୍ୟାଟିଂରେ ମଧ୍ୟ କିଛି ଉଲ୍ଲେଖନୀୟ ପାଳି ଖେଳିବାର କୌଶଳ ରଖିଛନ୍ତି ।

IND vs ENG 4th T20I

ଇଂଲଣ୍ଡ ଦଳ ବିଷୟରେ କହିବାକୁ ଗଲେ, ଜୋସ୍ ବଟଲରଙ୍କ ଅର୍ଦ୍ଧଶତକ ପରେ ତୃତୀୟ ମ୍ୟାଚ୍ ଜିତିଛି ଭ୍ରମଣକାରୀ ଦଳ । ଦ୍ରୁତ ବୋଲର ମାର୍କ ଉଡ ଭାରତୀୟ ଦଳ ପାଇଁ ସବୁଠୁ ବଡ ବିପଦ ଭାବରେ ଉଦ୍ଭ୍ବା ହୋଇଛନ୍ତି ଏବଂ ତାଙ୍କ ଘଣ୍ଟା ପ୍ରତି 150 କିଲୋମିଟର ବେଗରେ ବୋଲିଂ ମୋଟେରା ପିଚରେ ଘରୋଇ ଦଳର ମୁଣ୍ଡ ବିନ୍ଧାର କରାଣ ସାଜିଛି । ଜୋଫ୍ରା ଆର୍ଚ୍ଚରଙ୍କ କଥା ମଧ୍ୟ ତଦୃପ । ଅନ୍ୟପକ୍ଷରେ କେଏଲ ରାହୁଲ ଏବଂ ରୋହିତ ଶର୍ମା ଶୀର୍ଷ କ୍ରମରେ ଦଳକୁ ଭଲ ଆରମ୍ଭ ଦେଇ ପାରୁ ନାହାଁନ୍ତି। ଯଦି ଟପ୍ ଅର୍ଡର ଏଥର ପରାସ୍ତ ହୁଏ, ତେବେ ବ୍ରିଟିଶ ଦଳ ପୁଣି ଏକ ଦୃଢ ସ୍କୋର କରିବା, ତାହା କହିବା ଭୁଲ ନୂହେଁ ।

  • ଭାରତୀୟ ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା, ଇଶାନ କିଶନ, ବିରାଟ କୋହଲି, ଶ୍ରେୟସ ଆୟର, ଋଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ/କେ.ଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ଭୁବନେଶ୍ୱର କୁମାର, ନବଦୀପ ସାଇନ, ଅକ୍ସର ପଟେଲ ।
  • ଇଂଲଣ୍ଡ ସମ୍ଭାବ୍ୟ ଏକାଦଶ: ଜୋସ୍ ବଟଲର୍, ଜେସନ୍ ରୟ, ଡେଭିଡ୍ ମାଲାନ୍, ଜନ୍ନି ବେୟାରଷ୍ଟୋ, ଇଏନ୍ ମୋର୍ଗାନ୍, ବେନ୍ ଷ୍ଟୋକ୍ସ, ସାମ କୁରାନ୍, କ୍ରିସ୍ ଜୋର୍ଡାନ୍, ଜୋଫ୍ରା ଆର୍ଚ୍ଚର, ଆଦିଲ ରସିଦ, ମାର୍କ ଉଡ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+