• search
For Quick Alerts
Turn On Notification  
For Daily Alerts

ଭାରତ ବନାମ ଇଂଲଣ୍ଡ 4ର୍ଥ ଟି-20 : ଆଜି ମ୍ୟାଚରେ ଏହି ଖେଳାଳିଙ୍କ ମଧ୍ୟରେ ହୋଇପାରେ ଫେସ୍ ଟୁ ଫେସ୍ ଲଢେଇ

|

ଅହମ୍ମଦାବାଦ: ଭାରତ ବନାମ ଇଂଲଣ୍ଡ ଟି-20 ସିରିଜର ଆଜି ଖେଳାଯିବ 4ର୍ଥ ମ୍ୟାଚ । ସିରିଜରେ 1-2ରେ ପଛୁଆ ରହିଛି ଘରୋଇ ଦଳ । ଫଳରେ ଆଜି ମ୍ୟାଚ ଟିମ ଇଣ୍ଡିଆ ପାଇଁ ହୋଇଛି କର ବା ମର ମ୍ୟାଚ । ଏହି ପରିପ୍ରେକ୍ଷୀରେ, ଆସନ୍ତୁ ଜାଣିବା କେଉଁ (ଫେସ ଟୁ ଫେସ) ମୁହାଁମୁହିଁ ମୁକାବିଲା ଯାହା ଏହି ମ୍ୟାଚରେ ରୋମାଞ୍ଚ ବଢାଇବ ।

ଭାରତ ବନାମ ଇଂଲଣ୍ଡ

1. କେଏଲ୍ ରାହୁଲ ବନାମ ମାର୍କ ଉଡ:

ରାହୁଲ ଶେଷ ମ୍ୟାଚରେ ଖାତା ଖୋଲି ପାରି ନାହାଁନ୍ତି ଏବଂ ଗତ 4ଟି ଟି-20 ଅନ୍ତର୍ଜାତୀୟ ଇନିଂସରେ 3ଥର ଶୂନରେ ଆଉଟ ହୋଇଛନ୍ତି । ଏହି ସିରିଜରେ ସେ ଏପର୍ଯ୍ୟନ୍ତ ମାତ୍ର ଏକ ରନ୍ ସ୍କୋର କରିଛନ୍ତି ଯାହା ଦର୍ଶାଉଛି ଯେ ସେ ଚାପରେ ଅଛନ୍ତି । କିନ୍ତୁ ଅଧିନାୟକ କୋହଲି ରାହୁଲଙ୍କୁ ଏକାଦଶରେ ସାମିଲ କରାଯିବ ବୋଲି କହିଛନ୍ତି । ତେଣୁ ଏଥର ମଧ୍ୟ କେଏଲ୍ ରାହୁଲଙ୍କୁ ମାର୍କ ଉଡଙ୍କୁ ସାମ୍ନା କରିବାକୁ ପ୍ରସ୍ତୁତ ହେବାକୁ ପଡିବ । ମାର୍କ ଘଣ୍ଟା ପ୍ରତି 150 କିଲୋମିଟର ବେଗରେ ଭାରତୀୟମାନଙ୍କୁ ବୋଲିଂ କରୁଛନ୍ତି । ଏହି ବେଗ ପାଇଁ ତାଙ୍କୁ ମୋଟେରା ପିଚରେ ବାଉନ୍ସ ମଧ୍ୟ ମିଳୁଛି । ଏଭଳି ପରିସ୍ଥିତିରେ କେଏଲ୍ ରାହୁଲଙ୍କ ଆତ୍ମବିଶ୍ୱାସ ମଧ୍ୟ ହ୍ରାସ ପାଉଛି ଏବଂ ତାଙ୍କୁ ପାୱାର ପ୍ଲେରେ ଏକ ସୂକ୍ଷ୍ମ ଇନିଂସ ଖେଳିବାକୁ ପଡିବ। ତେଣୁ ଏହି ଲଢେଇ ବହୁତ ଆକର୍ଷଣୀୟ ହେବ ।

2. ଋଷଭ ପନ୍ତ, ଇଶାନ କିଶନ ବନାମ ଆଦିଲ ରସିଦଙ୍କ ଲେଗ ସ୍ପିନ:

ବାମହାତୀ ବ୍ୟାଟ୍ସମ୍ୟାନଙ୍କ ପାଇଁ ଲେଗ ସ୍ପିନ ଶିକାରୀ ମୁହଁରେ ଶିକାର ପରି । ମାତ୍ର ମୋଟେରା ଗ୍ରାଉଣ୍ଡରେ ଯାହା ଓଲଟା ନଜର ଆସୁଛି । ପନ୍ତ ଓ ଇଶାନ କିଷାନ ଆଦିଲ ରସିଦଙ୍କୁ ବଡ ଶର୍ଟ ମାରିବାକୁ ଚାହୁଛନ୍ତି । ମାତ୍ର ଯାହା ଏତେ ସହଜ ହେଉ ନାହିଁ । ତେଣୁ ଆଜିର ଏହି ରୋମାଞ୍ଚକ ମ୍ୟାଚରେ ଏହି 3 ଖେଳାଳିଙ୍କ ମଧ୍ୟରେ ଫେସ ଟୁ ଫେସ ବ୍ୟାଟେଲ ଦେଖିବାକୁ ମିଳି ପାରେ ।

3. ଭୁବନେଶ୍ୱର କୁମାର ବନାମ ଜୋସ୍ ବଟଲର:

ଭୁବନେଶ୍ୱର କୁମାର ପ୍ରଥମ ଦୁଇଟି ମ୍ୟାଚରେ ନୂଆ ବଲ୍ ସହିତ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ସେ ବ୍ୟାଟ୍ସମ୍ୟାନମାନଙ୍କୁ ବାନ୍ଧି ରଖିଛନ୍ତି ଏବଂ ଦ୍ୱିତୀୟ ମ୍ୟାଚ୍‌ରେ ଜୋସ୍ ବଟଲରଙ୍କ ମୂଲ୍ୟବାନ ୱିକେଟ୍ ମଧ୍ୟ ନେଇଛନ୍ତି। ଅବଶ୍ୟ, ବଟଲର ଶେଷ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରି ଅର୍ଦ୍ଧଶତକୀୟ ଇନିଂସ ଖେଳି ମ୍ୟାଚ ଜିତାଇଥିଲେ। ତେଣୁ ଚତୁର୍ଥ ମ୍ୟାଚରେ ଭୁବନେଶ୍ୱର କୁମାର ଜୋସ୍ ବଟଲରଙ୍କୁ ଅଟକାଇବା ଚେଷ୍ଟା କରିବେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
IND vs ENG 4th T20I: Face to face Competition Which Will be Looked
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X