ଭାରତ ବନାମ ଇଂଲଣ୍ଡ 4ର୍ଥ ଟି-20: ଚମକିଲେ ସୂର୍ଯ୍ୟ, ଇଂଲଣ୍ଡ ଆଗରେ 186 ରନ ବିଜୟ ଲକ୍ଷ୍ୟ
ଟସ୍ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଘରୋଇ ଦଳ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ ହରାଇ 185ରନ କରିଛି ।
ଅହମ୍ମଦାବାଦ: ଭାରତ ବନାମ ଇଂଲଣ୍ଡ ଟି-20 ସିରିଜର ଆଜି ଖେଳାଯାଉଛି 4ର୍ଥ ମ୍ୟାଚ । ଟସ୍ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଘରୋଇ ଦଳ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ ହରାଇ 185ରନ କରିଛି । ତେବେ ସିରିଜ ହାତେଇବା ପାଇଁ ଭ୍ରମଣକାରୀ ଇଂଲଣ୍ଡ ଆଗରେ 186ରନର ବିଜୟ ଲକ୍ଷ୍ୟ ସ୍ଥିର ହୋଇଛି ।

ସମାନ ଓପନର କେଏଲ ରାହୁଲ ଓ ରୋହିତ ଶର୍ମାଙ୍କ ସହ ଆଜି ପଡିଆକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ । ମାତ୍ର ପୁଣି ଏକ ଖରାପ ସର୍ଟ ଖେଳି ଜୋଫ୍ରା ଆର୍ଚ୍ଚରଙ୍କ ବଲରେ କ୍ୟାଚ ଆଉଟ ହୋଇଥିଲେ ରୋହିତ ଶର୍ମା (12) । ଅନ୍ୟପଟେ 2ୟ ମ୍ୟାଚରେ ସୁଯୋଗ ପାଇଥିବା ନଥିବା ସୂର୍ଯ୍ୟ କୁମାର ଯାଦବଙ୍କୁ ଇଶାନ କିଷାନଙ୍କ ସ୍ଥାନରେ ଦଳୀୟ ଏକାଦସରେ ସ୍ଥାନ ମିଳିବା ସହିତ 3 ନମ୍ବର ସ୍ଥାନରେ ବ୍ୟାଟିଂ ମିଳିଥିଲା । ଯାହାର ସଠିକ୍ ଉପଯୋଗ କରିଥିଲେ ସୂର୍ଯ୍ୟ । 31 ବଲରୁ ଶାନଦାର 57ରନର ଅର୍ଦ୍ଧଶତକୀୟ ପାଳି ଖେଳି ସମସ୍ତଙ୍କ ମନ ଜିତିଥିଲେ ମୁମ୍ବାଇ ଷ୍ଟାର ।
ତେବେ ସୂର୍ଯ୍ୟଙ୍କ ବ୍ୟତିତ ଋଷବ ପନ୍ତ (30) ଓ ଶ୍ରେୟସ ଆୟାର (37) ରନର ଉଲ୍ଲେଖନୀୟ ପାଳି ଖେଳିଥିଲେ । ଇଂଲଣ୍ଡ ପକ୍ଷରୁ ସର୍ବାଧିକ ଜୋଫ୍ରା ଆର୍ଚ୍ଚର 4ଟି ୱିକେଟ ନେଇଛନ୍ତି ।
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ଫାଇଟ୍; ଅପରାହ୍ଣ ୫.୩୦ରେ ଆରମ୍ଭ ହେବ ଉଦଯାପନୀ ଉତ୍ସବ












Click it and Unblock the Notifications