ସିରିଜ କ୍ଲିନ ସୁଇପ କରିବା ପାଇଁ ଭାରତ ଆଗରେ 216 ରନ ବିଜୟ ଲକ୍ଷ୍ୟ

ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ ବିନିମୟରେ 215 ରନ ସ୍କୋର କରିଛି ଘରୋଇ ଇଂଲଣ୍ଡ । ଫଳରେ ସିରିଜ କ୍ଲିନ ସୁଇପ କରିବା ପାଇଁ ଭାରତ ଆଗରେ 216 ରନ ବିଜୟ ଲକ୍ଷ୍ୟ ରହିଛି । ତିନି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜରେ ଭାରତ 2-0 ଅଗ୍ରଣୀ ହାସଲ କରିଛି।

ନଟିଂହାମ୍: ଆଜି ଖେଳାଯାଉଛି ଭାରତ ବନାମ ଇଂଲଣ୍ଡ ଟି-20 ସିରିଜିର ତୃତୀୟ ତଥା ଅନ୍ତିମ ମ୍ୟାଚ । ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ ବିନିମୟରେ 215 ରନ ସ୍କୋର କରିଛି ଘରୋଇ ଇଂଲଣ୍ଡ । ଫଳରେ ସିରିଜ କ୍ଲିନ ସୁଇପ କରିବା ପାଇଁ ଭାରତ ଆଗରେ 216 ରନ ବିଜୟ ଲକ୍ଷ୍ୟ ରହିଛି । ତିନି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜରେ ଭାରତ 2-0 ଅଗ୍ରଣୀ ହାସଲ କରିଛି ।

 IND vs ENG 3rd T20

ତେବେ ପ୍ରଥମେ ବ୍ୟାଟିଂ କରୁଥିବା ଘରୋଇ ଦଳର ଆରମ୍ଭ ସେତେଟା ଖାସ୍ ରହିନଥିଲା । ଓପନର ତଥା ଅଧିନାୟକ ଜସ୍ ବଟଲର 18 କରି ଆଉଟ୍ ହୋଇଥିଲେ । ସେହିପରି ଅନ୍ୟତମ ଓପନର ଜେସନ ରୟ ମଧ୍ୟ 27 ରନ କରି ଆଉଟ୍ ହୋଇଥିଲେ । ଓପନରଙ୍କ ବିଫଳତା ସତ୍ୱେ ଡେଭିଡ ମଲାନଙ୍କ 77 ରନ ଓ ଲିଆମ ଲିଭିଙ୍ଗ ଷ୍ଟୋନଙ୍କ 42 ରନ ପାଳି ଯୋଗୁଁ ଘରୋଇ ଦଳ ଏହି ବଡ ଲକ୍ଷ୍ୟ ହାସଲ କରି ପାରିଛି । ଭାରତ ପକ୍ଷରୁ ରବି ବିଷ୍ଣୋଇ ଓ ହର୍ଷଲ ପଟେ ଦୁଇଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଅଭେଶ ଖାନ ଓ ଉମ୍ରାନ ମଲ୍ଲିକ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି ।

ଅନ୍ୟପଟେ ତୃତୀୟ ଟି -20 ରେ ଖେଳୁଥିବା ଏକାଦଶରେ ଭାରତୀୟ ଦଳ ପରିଚାଳନା ଚାରିଟି ପରିବର୍ତ୍ତନ କରିଛି। ତୃତୀୟ ଟି -20 ରେ ଭୁବନେଶ୍ୱର କୁମାର ଏବଂ ଜସପ୍ରୀତ ବୁମ୍ରାଙ୍କ ସ୍ଥାନରେ ଆବେଶ ଖାନ ଏବଂ ଉମ୍ରାନ ମଲିକ ଏକାଦଶରେ ସ୍ଥାନ ପାଇଛନ୍ତି। ଏଥିସହିତ ସ୍ପିନ୍ ବିଭାଗରେ ମଧ୍ୟ ପରିବର୍ତ୍ତନ ଆସିଛି। ଯୁବ ଲେଗ ସ୍ପିନର ରବି ବିଷ୍ଣୁଙ୍କୁ ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ ସୁଯୋଗ ମିଳିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଶ୍ରେୟସ୍ ଆୟର ଖେଳୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+