IND vs ENG, 3rd T-20: ଆଉ କିଛି ସମୟ ପରେ ଟି-20 ଧମାକା, ଦଳକୁ ଫେରିବେ ହିଟମ୍ୟାନ !
5 ମ୍ୟାଚ ବିଶିଷ୍ଟ ସିରିଜ 1-1ରେ ବରାବର ରହିଛି । ଆଜି ଖେଳାଯିବ ସିରିଜର 3ୟ ମ୍ୟାଚ । ସଂନ୍ଧ୍ୟା 7ଟାରେ ନରେନ୍ଦ୍ର ମୋଦି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ । ମ୍ୟାଚକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି ।
IND vs ENG, 3rd T-20 Match Preview: ଚାଲିଛି ଭାରତ ବନାମ ଇଂଲଣ୍ଡ ଘରୋଇ ଟି-20 ସିରିଜ । 5 ମ୍ୟାଚ ବିଶିଷ୍ଟ ସିରିଜ 1-1ରେ ବରାବର ରହିଛି । ଆଜି ଖେଳାଯିବ ସିରିଜର 3ୟ ମ୍ୟାଚ । ସଂନ୍ଧ୍ୟା 7ଟାରେ ନରେନ୍ଦ୍ର ମୋଦି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ । ମ୍ୟାଚକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି ।

ସେପଟେ ଭାରତୀୟ ଦଳର ମଧ୍ୟକ୍ରମ ଜବଦରଦସ୍ତ ଫର୍ମରେ ଥିବା ବେଳେ ଓପନିଂ ଅର୍ଡର ପାଇଁ ଦ୍ବନ୍ଦ ବଢିବାରେ ଲାଗିଛି । ଗତ ଦୁଇଟି ମ୍ୟାଚରେ ଦୁଇ ନୂଆ ଓପନିଂ ଯୋଡିକୁ ପଡିଆକୁ ଓହ୍ଲାଇସାରିଛି ଘରୋଇ ଦଳ । ତେବେ ଆଜି ମ୍ୟାଚ ପାଇଁ ରୋହିତ ଶର୍ମାଙ୍କୁ ଦଳ ଏକାଦଶରେ ସାମିଲ କରିପାରେ ବୋଲି କୁହାଯାଉଛି । କାରଣ ଲାଗାତାର ଦୁଇଟି ମ୍ୟାଚରେ କେଏଲ ରାହୁଲଙ୍କ ପ୍ରଦର୍ଶନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସେପଟେ ପ୍ରଥମ ମ୍ୟାଚ ଜିତି ଆତ୍ମବିଶ୍ବସରେ ଭରି ରହିଛି ଭ୍ରମଣକାରୀ ଇଂଲଣ୍ଡ ଦଳ । ତୃତୀୟ ଟି -20 ମ୍ୟାଚରେ ଇଂଲଣ୍ଡ ଅଧିନାୟକ ଇୟାନ ମୋର୍ଗାନ କିଛି ବିଶେଷ କରିବାର ସୁଯୋଗ ପାଇବେ । କାରଣ ଏହା ତାଙ୍କ ଟି-20 କ୍ୟାରିୟରର 100 ତମ ମ୍ୟାଚ୍ ହେବାକୁ ଯାଉଛି । 2009 ରେ ନିଜର ଟି -20 ଡେବ୍ୟୁ କରିଥିବା ଇଆନ୍ ମୋର୍ଗାନ୍ ଗତ 11 ବର୍ଷ ମଧ୍ୟରେ 99 ଟି-20 ମ୍ୟାଚ୍ ଖେଳିଛନ୍ତି। ସେ ହାରାହାରି 30.34 ରେ 2306 ରନ୍ ସଂଗ୍ରହ କରିଛନ୍ତି । ପୂର୍ବରୁ କୌଣସି ଇଂଲଣ୍ଡ ଖେଳାଳି 100 ଟି-20 ମ୍ୟାଚ୍ ଖେଳି ନାହାଁନ୍ତି। ଜୋସେ ବଟଲର୍ ଇଂଲଣ୍ଡ ପାଇଁ 76 ଟି-20 ମ୍ୟାଚ୍ ଖେଳିଛନ୍ତି ଏବଂ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।












Click it and Unblock the Notifications