IND vs ENG 3rd T-20: କୋହଲି ଅର୍ଦ୍ଧଶତକ, ଇଂଲଣ୍ଡକୁ 157 ରନର ବିଜୟ ଲକ୍ଷ୍ୟ
ନରେନ୍ଦ୍ର ମୋଦି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ବନାମ ଇଂଲଣ୍ଡ ଘରୋଇ ଟି-20 ସିରିଜର 3ୟ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ହରାଇ 156ରନ କରିଛି ।
ଅହମଦାବାଦ: ନରେନ୍ଦ୍ର ମୋଦି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ବନାମ ଇଂଲଣ୍ଡ ଘରୋଇ ଟି-20 ସିରିଜର 3ୟ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ହରାଇ 156ରନ କରିଛି । ଅଧିନାୟକ ବିରାଟ କୋହଲି ଅପରାଜିତ ସର୍ବାଧିକ 77 ରନ କରିଛନ୍ତି ।

ଟସ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତୀୟ ଦଳର ଓପନିଂ ଯୋଡି ଫେଲ ମାରିଥିଲେ । କ୍ରମାଗତ ଭାବେ କେଏଲ ରାହୁଲ 2ୟ ଥର ପାଇଁ ଖାତା ନ ଖୋଲି ପାରି ଆଉଟ ହୋଇଥିଲେ । ସେହିପରି ଖରାପ ସର୍ଟ ଖେଳି ପାଭିଲିଅନ ଫେରିଥିଲେ ରୋହିତ ଶର୍ମା । ଅନ୍ୟପଟେ ପୂର୍ବ ମ୍ୟାଚରେ ଶାନଦାର ପାଳି ଖେଳିଥିବା ଯୁବ ଇଶାନ କିଷାନ ମଧ୍ୟ ଆଜି ମ୍ୟାଚରେ କିଛି କମାଲ କରି ପାରି ନଥିଲେ ।
ଇଂଲଣ୍ଡ ପକ୍ଷରୁ ମାର୍କ ଉଡ ସର୍ବାଧିକ 3ଟି ୱିକେଟ ନେଇଥିବା ବେଳେ କ୍ରିସ ଜୋର୍ଡାନ ଦୁଇଟ ୱିକେଟ ନେଇଛନ୍ତି ।












Click it and Unblock the Notifications