ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ହୋଲି ଉପହାର ଦେବେ ବିରାଟ !

ଇଂଲଣ୍ଡକୁ ହରାଇ ସିରିଜ ୨-୧ରେ ଜିତିବାକୁ ଭାରତର ଲକ୍ଷ୍ୟ ଥିବାବେଳେ ଇଂଲଣ୍ଡ ଦଳ ଘରକୁ ଫେରିବା ପୂର୍ବରୁ ଭାରତରୁ କିଛି ହାସଲ କରି ଯିବାକୁ ଚାହିଁବ।

ପୁନେ: ବାଜିରେ ଲାଗିଛି ଘରୋଇ ଦିନିକିଆ ସିରିଜ । ଟେଷ୍ଟ, ଟି-20 ପରେ ଏବେ ଦିନିକିଆ ସିରିଜର ପାଳି । ଶୁକ୍ରବାର 2ୟ ମ୍ୟାଚରେ ଇଂଲଣ୍ଡର ଜବରଦସ୍ତ ବିଜୟ ପରେ ଆଜି ଖେଳାଯିବ ସିରିଜର ନିର୍ଣ୍ଣାୟକ ମ୍ୟାଚ । ଇଂଲଣ୍ଡକୁ ହରାଇ ସିରିଜ ୨-୧ରେ ଜିତିବାକୁ ଭାରତର ଲକ୍ଷ୍ୟ ଥିବାବେଳେ ଇଂଲଣ୍ଡ ଦଳ ଘରକୁ ଫେରିବା ପୂର୍ବରୁ ଭାରତରୁ କିଛି ହାସଲ କରି ଯିବାକୁ ଚାହିଁବ।

IND vs ENG

ଦିନିକିଆରେ ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କର ଅଭାବ ରହିଛି । ଯେତେବେଳେ ଜନି ବେୟାରଷ୍ଟୋ ଏବଂ ବେନ୍ ଷ୍ଟୋକ୍ସଙ୍କୁ ଶୁକ୍ରବାର ଭାରତୀୟ ସ୍ପିନରମାନେ ଉଡ଼ାଉ ଥିଲେ । ସେତେବେଳେ କୋହଲି ନିଶ୍ଚିତ ଭାବରେ ତାଙ୍କର ଅଭିଜ୍ଞ ଅଲରାଉଣ୍ଡରଙ୍କ କଥା ମନେପକାଉ ଥିବେ । କାରଣ ଅନ୍ୟ ପଟେ କୁଲଦୀପ ଯାଦବ ଖରାପ ପ୍ରଦର୍ଶନ ଜାରି ରଖିଥିଲେ ଏବଂ ପ୍ରଥମ ମ୍ୟାଚରେ 64 ରନ୍ ଦେବା ପରେ ସେ ଦ୍ୱିତୀୟରେ 84 ରନ୍ ଦେଇଥିଲେ। ସେହିଭଳି କ୍ରୁନାଲ ପାଣ୍ଡ୍ୟା ମଧ୍ୟ ଦ୍ୱିତୀୟ ମ୍ୟାଚରେ 6 ଓଭରରେ 72 ରନ୍ ଦେଇଥିଲେ।

ଏଭଳି ପରିସ୍ଥିତିରେ ଉଭୟଙ୍କୁ ୟୁଜଭେନ୍ଦ୍ର ଚହଲ ଏବଂ ୱାଶିଂଟନ୍ ସୁନ୍ଦରଙ୍କ ସ୍ଥାନ ଦିଆଯାଇପାରେ। ଦଳର ଦୃଷ୍ଟିକୋଣରୁ, ୟୁଜବେନ୍ଦ୍ର ଚହଲଙ୍କ ଚୟନ ମଧ୍ୟ ଏତେ ସହଜ ମନେ ହେଉନାହିଁ କାରଣ ହରିୟାଣାର ଏହି ଲେଗ୍ ସ୍ପିନର ମଧ୍ୟ ତାଙ୍କ ଶ୍ରେଷ୍ଠ ଫର୍ମରେ ନାହାଁନ୍ତି। ଶେଷ ମ୍ୟାଚରେ ଭାରତ କରିଥିବା ଏକ ବଡ ଭୁଲ ହେଲା ଯେ ଲୋୟର ଅର୍ଡର ଉପରେ ଅଧିକ ଚାପ ପକାଇବା ପାଇଁ ସେମାନେ ପ୍ରଥମ 40 ଓଭର ପାଇଁ ଧୀର ବ୍ୟାଟିଂ କରିଥିଲେ, ଯାହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଋଷଭ ପନ୍ତଙ୍କ ଉତ୍କୃଷ୍ଟ ବ୍ୟାଟିଂ ଦ୍ୱାରା ଏହି ସ୍କୋର କମ୍ ପ୍ରମାଣିତ ହୋଇଥିଲା ଇଂଲଣ୍ଡ ସାମ୍ନାରେ । ଏଭଳି ପରିସ୍ଥିତିରେ ଭାରତକୁ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଋଷଭ ପନ୍ତଙ୍କ ଭଳି ବ୍ୟାଟ୍ସମ୍ୟାନ ଚାପ ହ୍ରାସ କରିବାକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଲୟ ଧରିବାକୁ ପଡ଼ିବ। କ୍ୟାପଟେନ ବିରାଟ କୋହଲି ମଧ୍ୟ ଲଗାତାର ଦୁଇ ଅର୍ଦ୍ଧଶତକ ହାସଲ କରିଛନ୍ତି ଏବଂ ବର୍ତ୍ତମାନ ସେ ତାଙ୍କ ଶକତୀୟ ପାଳିର ମରୁଡ଼ି ସମାପ୍ତ କରିବା ଲକ୍ଷ୍ୟରେ ରହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+