IND vs ENG 3rd ODI: ଶେଷ ମ୍ୟାଚରେ ବି ଟସ ହାରିଲେ କୋହଲି, ପ୍ରଥମେ ବ୍ୟାଟିଂ କରୁଛି ଭାରତ
ଆଜି ଭାରତ ବନାମ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ନିର୍ଣ୍ଣାୟକ ମ୍ୟାଚ ଖେଳାଯାଉଛି । ଇଂଲଣ୍ଡ ପୁଣି ଥରେ ସିରିଜରେ ଟସ୍ ଜିତିଛି ଏବଂ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।
ପୁଣେ: ଆଜି ଭାରତ ବନାମ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ନିର୍ଣ୍ଣାୟକ ମ୍ୟାଚ ଖେଳାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଦଳ ଗୋଟିଏ ମ୍ୟାଚ୍ ଜିତିଛନ୍ତି, ଯେଉଁଥିପାଇଁ ଏହି ମ୍ୟାଚ ଉଭୟ ଦଳ ପାଇଁ ଡୁ ଅର ଡାଇ ମ୍ୟାଚ ହୋଇଛି ।
ତେବେ ଇଂଲଣ୍ଡ ପୁଣି ଥରେ ସିରିଜରେ ଟସ୍ ଜିତିଛି ଏବଂ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଯାହା କାକ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ । ପ୍ରଥମ ଦୁଇଟି ମ୍ୟାଚରେ ମଧ୍ୟ ସମାନ ଘଟଣା ଘଟିଥିଲା । ଯଦି ସନ୍ଧ୍ୟାରେ କାକର ଅଧିକ ହୁଏ ତେବେ ଟସ୍ ଜିତି ପ୍ରଥମେ ବୋଲିଂ କରିଥିବା ଦଳ ଏହାର ସୁବିଧା ପାଇବ ।

ଭାରତୀୟ ଦଳରେ କୁଲଦୀପ ଯାଦବଙ୍କ ସ୍ଥାନରେ ଟି ନାଟରାଜନ ଫେରିଛନ୍ତି। ଟମ କରଣଙ୍କ ସ୍ଥାନରେ ଇଂଲଣ୍ଡ ମାର୍କ ଉଡଙ୍କ ସ୍ଥାନ ଦେଇଛି ।
- ଭାରତୀୟ ଏକାଦଶ: ରୋହିତ ଶର୍ମା, ଶିଖର ଧୱନ, ବିରାଟ କୋହଲି (ଅଧିନାୟକ), କେଏଲ୍ ରାହୁଲ, ଋଷଭ ପନ୍ତ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, ଶ୍ରାର୍ଦ୍ଦୁଲ ଠାକୁର, ଭୂବନେଶ୍ୱର କୁମାର, ପ୍ରସାଦ କ୍ରିଷ୍ଣା, ଟି ନାଟରାଜନ ।
- ଇଂଲଣ୍ଡ ଏକାଦଶ: ଜେସନ ରୟ, ଜନି ବେୟାରଷ୍ଟୋ, ବେନ ଷ୍ଟୋକ୍ସ, ଡେଭିଡ ମାଲାନ, ଜୋସେ ବଟଲର (ଅଧିନାୟକ/ୱିକେଟକିପର), ଲିଆମ ଲିଭିଙ୍ଗଷ୍ଟୋନ, ମୋଇନ ଅଲ୍ଲୀ, ସାମ କୁରାନ, ଆଦିଲ ରସିଦ, ରିଫ ଟୋପଲି, ମାର୍କ ଉଡ ।












Click it and Unblock the Notifications