ଆଜି ଶେଷ ଦିନିକିଆ: ସିରିଜ ବିଜୟ ଲକ୍ଷ୍ୟରେ ଉଭୟ ଟିମ

ଆଜି ଖେଳାଯିବ ଭାରତ ବନାମ ଇଂଲଣ୍ଡ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ । ମଞ୍ଚେଷ୍ଟର ଗ୍ରାଉଣ୍ଡରେ ଅପରାହ୍ମ ସାଢେ ୩ ଟାରେ ଏହି ମ୍ୟାଚ୍ ଖେଳାଯିବ । ୩ ଟିକିଆ ସିରିଜରେ ଉଭୟ ଟିମ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସିରିଜକୁ ୧-୧ରେ ବରାବର ରଖିଛନ୍ତି ।

ମାଞ୍ଚେଷ୍ଟର: ଆଜି ଖେଳାଯିବ ଭାରତ ବନାମ ଇଂଲଣ୍ଡ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ । ମଞ୍ଚେଷ୍ଟର ଗ୍ରାଉଣ୍ଡରେ ଅପରାହ୍ମ ସାଢେ ୩ ଟାରେ ଏହି ମ୍ୟାଚ୍ ଖେଳାଯିବ । ୩ ଟିକିଆ ସିରିଜରେ ଉଭୟ ଟିମ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସିରିଜକୁ ୧-୧ରେ ବରାବର ରଖିଛନ୍ତି । ଫଳରେ ଶେଷ ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ଉଭୟ ଦଳ ।

IND vs ENG

ପ୍ରଥମ ମ୍ୟାଚକୁ ଭାରତ ସହଜରେ ବିଜୟ ଲାଭ କରିଥିବାବେଳେ ଦ୍ୱିତୀୟ ମ୍ୟାଚରେ ୧୦୦ ରନରେ ପରାଜିତ ହୋଇଥିଲା ଟିମ୍ ଇଣ୍ଡିଆ । ଦ୍ବିତୀୟ ଦିନିକିଆରେ ଘୋର ବ୍ୟାଟିଂ ବିଫଳତା ପାଇଁ ଶୃଙ୍ଖଳା ବିଜୟ ସୁଯୋଗ ହାତଛଡ଼ା କରିଥିଲା ଭାରତ। ସେଥିପାଇଁ ସବୁ ନଜର ଏବେ ବ୍ୟାଟର୍‌ଙ୍କ ଉପରେ ରହିବ। ଟ୍ବେଣ୍ଟି-୨୦ ଭଳି ଦିନିକିଆ ଶୃଙ୍ଖଳାକୁ ନିଜ ନାଁରେ କରିବାକୁ ହେଲେ ଭାରତୀୟ ବ୍ୟାଟର୍‌ଙ୍କୁ ନିଜ ବ୍ୟାଟିଂ ଦୃଷ୍ଟିଭଙ୍ଗୀ ତଥା ଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ହେବ।

ଗତ କିଛି ମ୍ୟାଚ୍ ଭଳି ରବିବାରର ମ୍ୟାଚ୍ ମଧ୍ୟ ବ୍ୟକ୍ତିଗତ ଭାବେ କୋହଲିଙ୍କ ପାଇଁ ଢେର ମହତ୍ବ ରଖିବ। ଏହାଛଡ଼ା ବାମହାତୀ ବୋଲର ଭାବେ ରବୀନ୍ଦ୍ର ଜାଦେଜାଙ୍କୁ ନିଜ ପ୍ରଦର୍ଶନରେ ଆହୁରି ଉନ୍ନତି ଆଣିବାକୁ ହେବ । ଦିନିକିଆ ବିଶ୍ବକପ୍‌ ଆଉ ୧୫ ମାସ ସମୟ ଥିଲା ବେଳେ ରୋହିତଙ୍କ ସହ ଶିଖର ଧୱନଙ୍କ ଓପନିଂ ଯୋଡ଼ି ପାଇଁ ଆଜି ପରୀକ୍ଷାର ବେଳ ହେବ ।

  • ସମ୍ଭାବ୍ୟ ଭାରତ: ‌ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ବିରାଟ କୋହଲି, ଋଷଭ ପନ୍ତ୍‌, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଯଶପ୍ରୀତ ବୁମ୍‌ରା, ପ୍ରସିଦ୍ଧ କୃଷ୍ଣ, ମହମ୍ମଦ ସାମି, ୟୁଝବେନ୍ଦ୍ର ଚହଲ ।
  • ସମ୍ଭାବ୍ୟ ଇଂଲଣ୍ଡ: ଜୋସ୍ ବଟଲର (ଅଧିନାୟକ), ମୋଇନ ଅଲୀ, ଜନି ବେୟାରଷ୍ଟୋ, ବ୍ରାଇଡନ୍ କାର୍ସେ, ସାମ୍ କରନ, ଲିଆମ ଲିଭିଂଷ୍ଟୋନ୍, ଜୋ ରୁଟ୍, ଜାସନ ରୟ, ବେନ୍ ଷ୍ଟୋକ୍ସ, ରିଶି ଟପଲେ, ଡେଭିଡ୍ ୱିଲି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+